ବଜ୍ରପାତରେ ଜଣେ ମୃତ, ୩ ଆହତ

କାଶୀପୁର,୧୫।୬: ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଙ୍କଡ଼ଝୋଲା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାରେ ଉକ୍ତ ଗ୍ରାମର ଗୋଟିଏ ପରିବାର ୪ ଜଣ ସଦସ୍ୟ ବଜ୍ରପାତର ଶିକାର ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଆହତ ହୋଇଛନ୍ତି। ଗାଁର ଆମରି ମାଝିଙ୍କର ପୁତ୍ର ଆକାଶ(୬)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଝିଅ ବୈଶାଳୀ ମାଝି (୧୩)ଗୁରୁତର ଅବସ୍ଥା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଆମରି ଓ ତାଙ୍କ ସ୍ତ୍ରୀ ଜିରିମେ ମଧ୍ୟ ଘଟଣାର ଅନେକ ସମୟ ପର୍ଯ୍ୟନ୍ତ ଅଚେତ ହୋଇଯାଇଥିବାବେଳେ ବର୍ତ୍ତମାନ ଉଭୟଙ୍କ ସ୍ଥିତି ସାମାନ୍ୟ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଆମରି ମାଝି ବଙ୍କାମ ଗ୍ରାମପଞ୍ଚାୟତର ମାଙ୍କଡ଼ଝୋଲା ଗ୍ରାମରେ ସପରିବାର ରୁହନ୍ତି। ଘର ଠାରୁ ଅଳ୍ପ ଦୂରରେ ତାଙ୍କର ଚାଷ ଜମି ରହିଛି। ପ୍ରତିଦିନ ଭଳି ଆଜି ଆମରି ତାଙ୍କ ସପରିବାର ଜମିକୁ ଯାଇଥିଲେ। ଦ୍ୱିପହର ସମୟରେ ଅଳ୍ପ ବର୍ଷା ସହିତ ଘଡଘଡି ଆରମ୍ଭ ହୋଇଯାଇଥିଲା। ବର୍ଷା ସମ୍ଭାବନା ଦେଖି ସପରିବାର ଘରକୁ ଫେରୁଥିବାବେଳେ ବାଟରେ ଥିବା ଏକ ଆମ୍ବ ଗଛ ମୂଳରେ ବର୍ଷା ଦାଉରୁ ରକ୍ଷା ପାଇବାକୁ ଆଶ୍ରୟ ନେଉଥିବାବେଳେ ହଠାତ୍‌ ବଜ୍ରପାତ ଘଟିଥିଲା। ଏଥିରେ ପରିବାର ସମସ୍ତ ୪ ଜଣ ସଦସ୍ୟ ଅଚେତ ହେଇଯାଇଥିଲେ। କିନ୍ତୁ କୌଣସି ପ୍ରକାରରେ ଆମରି ଓ ତାଙ୍କ ସ୍ତ୍ରୀ ଙ୍କର ଚେତା ଫେରିଲାବେଳେ ପୁଅ ଆକାଶ ଓ ଝିଅ ବୈଶାଳୀ ଚେତାଶୂନ୍ୟ ଥିବା ଦେଖିବାକୁ ପାଇଥିଲେ। ଆମରି କୌଣସି ପ୍ରକାର ଗାଁ ଲୋକଙ୍କୁ ଖବର ଦେଇଥିବାପରେ ଆକାଶ ଓ ବୈଶାଳୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଗୋବର ଲେପନ କରାଯାଇଥିଲା। ଏଥିରେ ବୈଶାଳୀଙ୍କ ଚେତା ଫେରିଲା ଥିବାବେଳେ ଆକାଶଙ୍କ ମୃତ୍ୟୁ ହୋଇଥିଲା। ତୁରନ୍ତ ବୈଶାଳୀଙ୍କୁ ପ୍ରଥମେ ଟିକିରି ଉପ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ସମୟରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri