Posted inଜାତୀୟ

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ ରନ୍ଧାୱେ ଏକ ବ୍ୟାଗରେ ବୁଲା କୁକୁରକୁ ଧରି ନିଫାଡ଼ ନଗର ପଞ୍ଚାୟତର ଚିଫ୍‌ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବ୍ୟାଗ ଖୋଲି କୁକୁରଟିକୁ ଅଧିକାରୀଙ୍କ ଟେବୁଲ୍‌ ଉପରେ ଛାଡ଼ି ଦେଇଥିଲେ ।

ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଦର୍ଶନକାରୀମାନେ ନଗର ପଞ୍ଚାୟତର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଚିଫ୍‌ ଅଫିସର ଧୀରଜ ଭାମରେଙ୍କ ଟେବୁଲ୍‌ ଉପରେ ନୋଟ୍‌ର ମାଳା ରଖି ତାଙ୍କୁ ପିନ୍ଧାଇଥିଲେ। ବିକ୍ରମ ରନ୍ଧାୱେଙ୍କ ଅଭିଯୋଗ ଅନୁସାରେ, ନିଫାଡ଼ ସହର ଓ ଏହାର ଆଖପାଖ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିଚାଲିଛି । ଏହା ଯୋଗୁଁ ଶିଶୁ, ବୟସ୍କ ଓ ମହିଳାମାନେ ସମସ୍ୟାରେ ପଡ଼ୁଛନ୍ତି । ରାସ୍ତାରେ ଯାତାୟାତ କରୁଥିବା ଲୋକେ ମଧ୍ୟ ଭୟରେ ଯାଉଥିବା ସେ ଦାବି କରିଛନ୍ତି । ଅନେକ ଲୋକଙ୍କୁ ବୁଲା କୁକୁର କାମୁଡ଼ିଥିବା ମଧ୍ୟ ରନ୍ଧାୱେ ଦାବି କରିଛନ୍ତି।

ପ୍ରଦର୍ଶନକାରୀଙ୍କ କହିବା ଅନୁସାରେ, ଏହି ସମସ୍ୟା ନେଇ ନଗର ପଞ୍ଚାୟତକୁ ଏକାଧିକ ଥର ଅଭିଯୋଗ ଓ ଲିଖିତ ଦାବିପତ୍ର ଦିଆଯାଇଛି । କିନ୍ତୁ ବୁଲା କୁକୁରଙ୍କ ସଂଖ୍ୟା କମାଇବା ନେଇ ଠୋସ୍‌ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । କୁକୁରକୁ ଅଫିସରଙ୍କ ଟେବୁଲ୍‌ ଉପରେ ଛାଡ଼ିବା ପରେ ପ୍ରଦର୍ଶନକାରୀମାନେ ନୋଟ୍‌ର ମାଳା ମାଧ୍ୟମରେ ମଧ୍ୟ ପ୍ରଶାସନକୁ ତାତ୍ସଲ୍ୟ କରିଥିଲେ । ଏହା ମାଧ୍ୟମରେ ନଗର ପଞ୍ଚାୟତର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଯାଇଥିଲା।

ରନ୍ଧାୱେଙ୍କ ଅଭିଯୋଗ ଅନୁସାରେ, କେବଳ ଅଭିଯୋଗ ଗ୍ରହଣ କରିଦେଲେ ସମସ୍ୟାର ସମାଧାନ ହେବନାହିଁ । ବୁଲା କୁକୁରଙ୍କୁ ଧରିବା ଏବଂ ସଂଖ୍ୟା ନିୟନ୍ତ୍ରଣ ପାଇଁ ମାଟିସ୍ତରରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି । ଗଣେଶୋତ୍ସବ ସମୟରେ ମଧ୍ୟ ବୁଲା କୁକୁରଙ୍କ ଯୋଗୁଁ ଲୋକଙ୍କୁ ସମସ୍ୟା ହେଉଥିବା ରନ୍ଧାୱେ ଦାବି କରିଛନ୍ତି । ଗଣେଶ ମଣ୍ଡପକୁ ଯିବା ସମୟରେ ମଧ୍ୟ ଲୋକେ ଭୟଭୀତ ହେଉଥିବା ସେ କହିଛନ୍ତି।

ପ୍ରଦର୍ଶନକାରୀମାନେ ତୁରନ୍ତ ବୁଲା କୁକୁରଙ୍କ ନସବନ୍ଦୀ ଅଭିଯାନ ଆରମ୍ଭ କରିବା, କୁକୁରଙ୍କୁ ଧରିବା ପାଇଁ ବ୍ୟବସ୍ଥା କରିବା ଏବଂ ସମସ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନଗର ପଞ୍ଚାୟତକୁ ଦାବି କରିଛନ୍ତି । ରନ୍ଧାୱେ ଅଭିଯୋଗ କରିଛନ୍ତି ଯେ ଦୀର୍ଘଦିନ ଧରି ଏହି ପ୍ରସଙ୍ଗ ଉଠାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ଯଦି ଶୀଘ୍ର ସମାଧାନ ନହୁଏ, ତେବେ ପୁଣି ଥରେ ପ୍ରତିବାଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଚାରିଆଡେ ଚର୍ଚ୍ଚା; ମୋଦିଙ୍କୁ ଏଭଳି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବନ୍ଧୁ ପୁଟିନ୍, ବିଶ୍ବରେ ଆପଣଙ୍କ….

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ…

ଜନ୍ମଦିନରେ ମହିଳାଙ୍କୁ ପିଏମ୍‌ ମୋଦିଙ୍କ ବଡ଼ ଉପହାର: ଖାତାକୁ ଗଲା ୩ ହଜାର ଟଙ୍କା

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନ ଅବସରରେ ପଶ୍ଚିମବଙ୍ଗର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ସେ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

ଗ୍ରାମରେ ପଶିଗଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ଚାଉଳ ଖାଇଲା, ଜଙ୍ଗଲରେ ୩ ହାତୀଙ୍କୁ ନେଇ ଆତଙ୍କ!

ବଣାଇଁ,୧୭।୯(ପ୍ରଦୀପ ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ଏକ ଗୋଠଛଡା ଦନ୍ତା ହଠାତ୍ ଘରେ ପଶି ଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଘୂରିବୁଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?