ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି: ପୁଣି ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ

ପୁରୀ ୧୧ା୯( ଅଜିତ୍ କୁମାର ମହାନ୍ତି):ବୁଧବାର ଶ୍ରୀମନ୍ଦିର ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବୟସ୍କ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଥିବା ବ୍ୟକ୍ତି ଜଣଙ୍କ ଛତ୍ରପୁରର ବଳରାମ ମହାରଣା ବୋଲି ଜଣାପଡିଛି।

ତେବେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଶହ ଶହ ପୋଲିସ ମୁତୟନ ଥିବା ବେଳେ ଜଣେ ବ୍ୟକ୍ତି ସମସ୍ତ ସୁରକ୍ଷା ବଳକୁ ଭେଦ କରି କିପରି ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଗଲେ ତାହା କେହି ଜାଣିପାରିଲେ ନାହିଁ। ତାହାକୁ ନେଇ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାତି ପ୍ରାୟ ୧୦ ଟା ସମୟରେ ଜଣେ ବୟସ୍କ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା।

ଏନେଇ ଜଣାପଡିବା ପରେ ଶ୍ରୀମନ୍ଦିର ପୋଲିସ , ଓଡିଶା ପୋଲିସ ,ସେବାୟତ ମାନେ ତାଙ୍କୁ ଶ୍ରୀମନ୍ଦିର ତଳକୁ ଓହ୍ଲାଇବା ନିମନ୍ତେ ଅନୁରୋଧ କରିଥିଲେ। ଏପରିକି ତାଙ୍କୁ ଶ୍ରୀମନ୍ଦିର ତଳକୁ ଓହ୍ଲାଇବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂନରା ସେବାୟତଙ୍କୁ ଖବର ଦିଆଯାଇଥିଲା। ଚୂନରା ସେବାୟତ ନରସିଂହ ମହାପାତ୍ର ପହଞ୍ଚିବା ପୂର୍ବରୁ ବ୍ୟକ୍ତି ଜଣଙ୍କ କିଛି ବାଟ ଓହ୍ଲାଇଥିଲେ। ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଉପରକୁ ଯାଇ ଅଧା ବାଟରୁ ତାଙ୍କୁ ସୁରକ୍ଷିତ ଭାବରେ ଶ୍ରୀମନ୍ଦିର ତଳକୁ ଆଣିଥିଲେ।

ପ୍ରଥମେ ତାଙ୍କୁ ଶ୍ରୀମନ୍ଦିର ଗାରଦ ଜିମା ଦିଆଯାଇଥିଲା। ପରେ ସିଂହଦ୍ୱାର ଥାନା ପୋଲିସ ଓ ଏସ୍‌ପି ପିନାକ ମିଶ୍ର ପହଞ୍ଚି ବଳରାମକୁ ସିଂହାଦ୍ୱାର ଥାନାକୁ ଆଣି ପଚରାଉଚରା କରିଛନ୍ତି। ଏନେଇ ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି କି ଶ୍ରୀମନ୍ଦିର ଦଧିନଉତି ଉପରେ ଜଣେ ବ୍ୟକ୍ତି ଚଢିଯାଇଥିବା ନେଇ ପୋଲିସ କର୍ମଚାରୀ ମାନେ ଦେଖି ଖବର ଦେଇଥିଲେ । ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ପୋଲିସ ଓ ଅଗ୍ନିଶ୍ରମ
ପୋଲିସ ଓ ଅଗ୍ନିଶ୍ରମ କର୍ମଚାରୀ ନିୟୋଜିତ ଥିଲେ। ତେବେ ସୁରଖିତ ଭାବରେ ବ୍ୟକ୍ତିଙ୍କୁ ତଳକୁ ଅଣାଯାଇଛି । ବର୍ତ୍ତମାନ ବ୍ୟକ୍ତି ଜଣଙ୍କ ନରଭର୍ସ ଅଛନ୍ତି। ତେଣୁ ତାଙ୍କୁ ବର୍ତ୍ତମାନ ଅଟକ ରଖାଯାଇଛି। କିଛି ସମୟ ପରେ ପଚରା ଉଚରା କରାଯିବ । ଘଟଣାର ତଦନ୍ତ ନିଶ୍ଚିନ୍ତ ଭାବରେ କରାଯିବ ବୋଲି କହିଛନ୍ତି।

ତେବେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଶ୍ରୀମନ୍ଦିର ଉପରେ ଏପରି ଚଢିଯିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟରେ ଏପରି ନଜିର ରହିଛି। ୨୦୧୯ ମସିହା ଅପ୍ରେଲ ମାସରେ ଜଣେ ଯୁବକ ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇଥିଲେ। ଶ୍ରୀମନ୍ଦିର କାର୍ଯ୍ୟ ଚାଲୁଥିବା କାରଣରୁ ଭାରା ବନ୍ଧା ଯାଇଥିଲା। ଉକ୍ତ ଭାରା ଉପରେ ଚଢି ଉକ୍ତ ଯୁବକ୍ ଜଣଙ୍କ ଦଧିନଉତି ଉପରେ ଚଢି ବାନା କାଢିବା ସହ ଗାମୁଛା ବାନ୍ଦି ଦେଇଥିଲେ। ପୋଲିସ ଉକ୍ତ ଯୁବକଙ୍କୁ ଅଟକାଇ ପଚରା ଉଚରା କରିବାରେ ଯୁୂବକ ଜଣଙ୍କ ମାନସିକ ବିକାରଗସ୍ତ ଓ ଭଦ୍ରକର ବୋଲି ଜଣାପଡିଥିଲା।

ସେହିପରି ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ଜୁତି ଗଉଡ ନାମକ ଜଣେ ବ୍ୟକ୍ତି ଘଣ୍ଟି ଦ୍ୱାର ଦେଇ ନାଟ ମଣ୍ଡପ ଉପରକୁ ଚଢିଯାଇଥିଲା। ଚୂନରା ସେବାୟତ ମାନେ ଦେଖି ତଳକୁ ଆଣିଥିଲା । ସେହିପରି ଅନେକ ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରେ ଅନେକ ବ୍ୟକ୍ତି ଚଢିଯିବାର ନଜର ରହିଛି। କିଛି ବର୍ଷ ତଳେ ଜଣେ କାକଟପୁର ଅଞ୍ଚଳର କିନ୍ନର ସିଂହଦ୍ୱାର ଗୁମୁଟ ଉପରକୁ ଡେଉଁ ଆତ୍ମହତ୍ୟା କରିଥିଲେ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଏପରୀ ଘଟଣା ବାରମ୍ବାର ଘଟୁଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉନାହିଁ। ତେଣୁ ଏପରି ଘଟଣା ବାରମ୍ବାର ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?