Posted inଫୁରସତ

ପ୍ରଥମ ଉପାର୍ଜିତ ଅର୍ଥରେ ମିଠା କିଣିଥିଲି: ଶିକ୍ଷାବିତ୍‌ ଡ. ସୁଦର୍ଶନ ବାରିକ

ଭଦ୍ରକ ଜିଲ୍ଲାର ବଳାଜିତପଡା ଗାଁରେ ମୋ ଜନ୍ମ। ଅର୍ଣ୍ଣପାଳସ୍ଥ ଓକରା ହାଇସ୍କୁଲରେ ମାଟ୍ରିକ ଯାଏଁ ପଢିଥିଲି। ଆମ ସ୍କୁଲରେ ପ୍ରତିବର୍ଷ ଡ୍ରାମା ହୁଏ। ଏହି ଡ୍ରାମା ହିଁ ମୋ କଳାକାର ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସେଇଦିନୁ ସଙ୍ଗୀତ ଓ ନାଟକ ପ୍ରତି ଆକୃଷ୍ଟ ହୋଇ ଏଯାବତ ପ୍ରାୟ ତିରିଶିଟି ମଞ୍ଚ ନାଟକରେ ଅଭିନୟ କରିସାରିଲିଣି। ଏପରିକି ଆକାଶବାଣୀ ତରଫରୁ କେତୋଟି ନାଟକ ସହିତ ଦୂରଦର୍ଶନର କେତୋଟି ଟେଲି ସିରିୟଲ୍‌ରେ ବି ଅଭିନୟ କରିଛି। ଅଭିନୟ ସାଙ୍ଗକୁ ଜଣେ ଅଧ୍ୟାପକ ହୋଇ ଜୀବନରେ ଅନେକ ଅର୍ଥ ଉପାର୍ଜନ କରିଥିଲେ ହେଁ ପ୍ରଥମ ଉପାର୍ଜନର ଅନୁଭୂତି ଥିଲା ସ୍ବତନ୍ତ୍ର। ଏହା ଥିଲା ୧୯୭୧ ମସିହାର କଥା। ମାଟ୍ରିକ ପରୀକ୍ଷା ପରେ ପକେଟ୍‌ ଖର୍ଚ୍ଚରୁ ସଞ୍ଚତ୍ତ ଅର୍ଥରେ ବେଞ୍ଜୁଟିଏ କିଣି ବଜେଇବା ଅଭ୍ୟାସ କଲି। ଆଗରୁ ହାର୍‌ମୋନିୟମ ଶିଖିଥିବାରୁ, ବେଞ୍ଜୁ ବଜେଇବା ମୋ ପାଇଁ ସହଜ ହୋଇଥିଲା। ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଗୀତର ସ୍ବରକୁ ନିର୍ଭୁଲ ଭାବରେ ବଜାଇ ପାରୁଥିଲି। ଥରେ ଆମ ଗାଁଠାରୁ ୧୫ କି.ମି ଦୂରରେ ଡ୍ରାମା ହେଉଥିଲା। ସେଇ ଡ୍ରାମାର ଆୟୋଜକମାନେ ତାଙ୍କ ଡ୍ରାମାରେ ବେଞ୍ଜୁ ବଜାଇବାକୁ ମୋତେ କହିଲେ। ମୁଁ କହିଲି, ମା’ବାପା କେବେବି ରାଜି ହେବେନି ରାତି ଅନିଦ୍ରା ହୋଇ ବେଞ୍ଜୁ ବଜାଇବାକୁ। ତେଣୁ ସେମାନେ ମା’ଙ୍କୁ କହିଲେ, ମା’ ରାଜି ନ ହେବାରୁ ବାପାଙ୍କୁ ଅନୁରୋଧ କଲେ। ବାପା ଯେହେତୁ ଜଣେ କଳାକାର ଥିଲେ, ସେମାନଙ୍କ ବ୍ୟାକୁଳତା ଦେଖି ଗୋଟିଏ ସର୍ତ୍ତ ରଖି ରାଜିହେଲେ। ସର୍ତ୍ତଟି ଥିଲା, ସେମାନେ ମୋତେ ଘରୁ ନେବେ ଓ ପୁଣି ଆଣି ଛାଡ଼ିବେ। ସର୍ତ୍ତରେ ରାଜି ହୋଇ ନିର୍ଦ୍ଧିଷ୍ଟ ଦିନରେ ସେମାନେ ଆସି ମୋତେ ନେଇଗଲେ। ଡ୍ରାମା ସରିଲା ପରେ ୫୦ ଟଙ୍କା ମୋ ହାତରେ ଗୁଞ୍ଜି ଦେଇ ମୋତେ ଛାଡିବାକୁ ଆସିଲେ। ଫେରିବା ବାଟଯାକ ସେହି ନୋଟଟିକୁ ଏପଟସେପଟ କରି ଦେଖୁଥାଏ। କେତେବେଳେ ଉତ୍‌ଫୁଲ୍ଲିତ ହେଉଥାଏ ତ ପୁଣି କେତେବେଳେ ଚିନ୍ତାମଗ୍ନ ହେଉଥାଏ। ଉତ୍‌ଫୁଲ୍ଲିତ ଏଇଥିପାଇଁ କାରଣ ଜୀବନର ପ୍ରଥମ ଉପାର୍ଜନକୁ ହାତରେ ଧରିଥାଏ। ହେଲେ ସେହି ଟଙ୍କାକୁ ନେଇ କ’ଣ କରିବି ସେଥିପାଇଁ ଚିନ୍ତା ବି କରୁଥାଏ। ଏମିତି ଭାବନାର ବୁଢିଆଣୀ ଜାଲ ଭିତରେ ଛନ୍ଦି ହୋଇଥିଲାବେଳେ, ଆମ ଗାଁଛକ ମିଠା ଦୋକାନ ପଡ଼ିଥିଲା। ସେଠୁ ୫୦ ଟଙ୍କାର ମିଠା କିଣି ସିଧା ଘରକୁ ଯାଇ ମା’କୁ ଧରେଇଦେଲି। ବାପା ଆସିଲା ପରେ ମା’ ସେହି ମିଠାକୁ ନେଇ ବାପାଙ୍କୁ ଧରେଇ ଦେଇ କହିଲା, ନିଅ ତୁମ ପୁଅର ପ୍ରଥମ ରୋଜଗାର। ବାପା ଏକଥା ଶୁଣି ବହୁତ ଖୁସି ହେଲେ ଆଉ ଘରର ସମସ୍ତଙ୍କୁ ମିଠା ବାଣ୍ଟିଥିଲେ। ଆଜି ବି ପଚାଶ ଟଙ୍କିଆ ନୋଟ୍‌ଟିଏ ଦେଖିଲେ, ସେଦିନର ଘଟଣାସବୁ ପୁଣିଥରେ ଆଖିଆଗରେ ନାଚିଉଠେ। ତେବେ ଏହି ଟିକକ ଖୁସି ମୋତେ ଅନେକ ପ୍ରେରଣା ଦେଇଛି ଜୀବନ ପଥରେ ଆଗେଇ ଯିବାକୁ। ସେଥିପାଇଁ ଅଧ୍ୟାପନା ସହିତ ଗପ, କବିତା, ନାଟକ ଲେଖିବା ସଙ୍ଗେସଙ୍ଗେ ଅନେକ ନାଟକରେ ନିର୍ଦ୍ଦେଶନା ମଧ୍ୟ ଦେଇଛି। ‘ଶେଷ ଦେଖା’ ହେଉଛି ମୋର ଏକ ଗଳ୍ପ ସଂକଳନ। ମୋ ଲିଖିତ ‘କାର୍ଗିଲ: କିଛି ସ୍ମୃତି କିଛି ଅନୁଭୂତି’ ନାଟକଟି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ତରଫରୁ ରବୀନ୍ଦ୍ରମଣ୍ଡପରେ ମଞ୍ଚସ୍ଥ ହୋଇ ଏକଦା ଦର୍ଶକଙ୍କର ବହୁ ପ୍ରଶଂସା ସାଉଁଟିଥିଲା। ସେହିପରି ମୋ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ପଥପ୍ରାନ୍ତ ନାଟକ ‘ଆମେ ସବୁ ଅନ୍ଧ ଥିଲୁ’ ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତରେ ମଞ୍ଚସ୍ଥ ହୋଇ ସାକ୍ଷରତା ଅଭିଯାନ ଉପରେ ଅନେକ ସଚେତନତା ସୃଷ୍ଟି କରିଥିଲା। କେବଳ ସେତିକି ନୁହେଁ ଚାକିରି କରିବା ସମୟରେ ବୃକ୍ଷରୋପଣ, ନିଶାନିବାରଣ, ଯୌତୁକ ପ୍ରଥାର ଦୂରୀକରଣ, ପରିବେଶ ସୁରକ୍ଷା, ସାମ୍ପ୍ରଦାୟିକ ସଦ୍‌ଭାବ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ମଧ୍ୟ ଅନେକ ପଥପ୍ରାନ୍ତ ନାଟକ କରି ଜନ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲି ଆଉ ଏବେ ବି କରୁଛି। ତା’ଛଡ଼ା ଚାକିରିରୁ ଅବସର ନେବା ପରେ କିଛିଦିନ ଭଦ୍ରକ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବାର ସୂଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ ଭଗବାନଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାଳିଆ ଫଳରୁ ପ୍ରସ୍ତୁତ ଆଣ୍ଟି ବ୍ୟାକ୍ଟେରିଆଲ ବ୍ୟାଣ୍ଡେଜ୍‌, ନିମିଷକରେ ଭଲ ହେବ ଏସବୁ

ସିଙ୍ଗାପୁର,୨୭।୩: ସିଙ୍ଗାପୁରର ବୈଜ୍ଞାନିକମାନେ ପଣସ ପରି ଦେଖାଯାଉଥିବା ଏକ କଣ୍ଟାଳିଆ ଫଳରୁ ଆଣ୍ଟି ବ୍ୟାକ୍ଟେରିଆଲ ଜେଲ୍‌ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାଣ୍ଡେଜ ଲଗାଇଲେ ବ୍ୟାକ୍ଟେରିଆଲ...

ଲକ୍‌ଡାଉନ୍‌ରେ ଯୌଥ ପରିବାରରେ କମ୍‌ ମାନସିକ ଦୁଶ୍ଚିନ୍ତା: ଲୋକେ ପ୍ରତିଦିନ ବ୍ୟବହାର କରୁଛନ୍ତି ୧୮ ହଜାର ଟିବି ଡାଟା

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧୀରେଧୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ...

ଏହି ମନ୍ଦିରକୁ ଦେଶବିଦେଶରୁ ଆସନ୍ତି କିନ୍ନର ଜାଣନ୍ତୁ କାହିଁକି

ଦେଶରେ ଅନେକ ମନ୍ଦିର ରହିଛି, ଯାହାର ରହସ୍ୟ ଉପରୁ କେବେ ପରଦା ଉଠିନାହିଁ। ଏମିତି ଏକ ମନ୍ଦିର ଗୁଜୁରାଟର ମେହସାଣା ଜିଲାରେ ଅଛି। ଏହି ମନ୍ଦିରରେ...

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି,...

ଅନ୍ଧାରରେ ଚମକେ ଏହି ବଡିପେଣ୍ଟିଂ

ଜନ ପପଲ୍‌ଟନ୍‌ ଜଣେ ଚିତ୍ରକର ସହ ଫଟୋଗ୍ରାଫର୍‌ ମଧ୍ୟ। ଦୀର୍ଘ ୨୦ ବର୍ଷ ହେବ ସେ ୱେଡିଂ ଓ ପୋର୍ଟ୍ରେଟ୍‌ ଫଟୋଗ୍ରାଫୀ କରିଛନ୍ତି। ସେ ସବୁବେଳେ...

ଏହି ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ, ଜାଣନ୍ତୁ କାହିଁକି

କୁହାଯାଏ, ମଣିଷ ଯଦି ଚାହେଁ ତେବେ ମାନବିକତା ମାଧ୍ୟମରେ ସେ ସମଗ୍ର ଦୁନିଆକୁ ଆହୁରି ସୁନ୍ଦର କରିପାରିବ। ଠିକ୍‌ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି...

କେତେ ଝାଳ ବାହାରୁଛି ଜଣାଇଦେବ ସେନ୍‌ସର

ଆମେରିକାର ବୈଜ୍ଞାନିକମାନେ ଏକ ଛୋଟ ସେନ୍‌ସର ବିକାଶ କରିଛନ୍ତି ଯାହାକୁ ପିନ୍ଧିଲେ ବା ଲଗାଇଲେ ଶରୀରରୁ କେତେ ଝାଳ ବାହାରୁଛି ଜାଣିହେବ। ଏହାଦ୍ୱାରା ଡିହାଇଡ୍ରେଶନ ହେବ...

୩ଦିନରେ ପ୍ରାୟ ୪୦୦କି.ମି.ରୁ ଊର୍ଦ୍ଧ୍ୱ ସାଇକେଲ୍‌ ଚଳାଇ ଗାଁକୁ ପହଞ୍ଚିଲେ ଯୁବକ

ପାଟନା,୩।୪: କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତ ରାଜ୍ୟରେ କାମଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକ...

Advertisement
Archives

Model This Week