ଗଛର ଦିବ୍ୟ ଗାଥା

ଦେବଦତ୍ତ ପଟ୍ଟନାୟକ

 

ବିଭିନ୍ନ ଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ବରେ ଗଛର ଭୂମିକା ରହିଛି। ବିଶେଷ କରି ନବରାତ୍ରି, ଗୌରୀ ପୂଜା ଓ ତେଜ୍‌ ଭଳି ପର୍ବରେ ମହିଳାମାନେ ଗଛ ପୂଜା କରୁଥିଲେ। ସେମାନେ ପୁଷ୍ଟିକାରକ ତଥା ଔଷଧୀୟ ଗଛ ଭାବେ ଦେବୀଙ୍କୁ ବିବେଚନା କରିବା ସହ ସେମାନଙ୍କୁ ପୂଜା କରୁଥିଲେ। ଏହି ଗଛଗୁଡ଼ିକ ମଧ୍ୟରେ ରହିଛି କଦଳୀ, ଆମ୍ବ, ନଡ଼ିଆ, ଧାନ, ବେଲ, ଅଶୋକ, ଅପରାଜିତା ଏବଂ ଜୟନ୍ତୀ। ବୁଝିବାକୁ ଗଲେ ଏହିସବୁ ଗଛ ଦେବୀଙ୍କର ନଅ ପ୍ରକାର ସ୍ବରୂପ (ନବଦୁର୍ଗା ରୂପ)। ଏଗୁଡ଼ିକ ଆମକୁ ଖାଦ୍ୟ ଯୋଗାନ୍ତି ଓ ସୁନ୍ଦର କରି ଗଢ଼ନ୍ତି । କେବଳ ଏତିକି ନୁହେଁ ଏଗୁଡ଼ିକ ମଧ୍ୟ ଆମକୁ ସୁସ୍ଥ ରଖନ୍ତି। କିନ୍ତୁ ଆମେ ଏବେ ପ୍ରକୃତି ଓ ଉଦ୍ଭିଦ ସହିତ ଆମ ସମ୍ପର୍କ ହରାଇଦେଇଛୁ। ଆମେ ଦେବୀଙ୍କ ସ୍ବରୂପ ଏହି ଗଛକୁ ପୂଜା କିମ୍ବା ରକ୍ଷଣାବେକ୍ଷଣ କରୁନାହୁଁ । ଅନ୍ୟପକ୍ଷରେ ଦେବୀଙ୍କର ପଥର, ଧାତୁ, ପ୍ଲାଷ୍ଟିକ ତଥା ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିକୁ ଗ୍ରହଣ କରିଛୁ। ଏଥିପାଇଁ ବୃକ୍ଷକୁ ଗୁରୁତ୍ୱ ଦେଉନାହୁଁ । ଆଧୁନିକ ଯୁଗରେ ବିକାଶ ନାମରେ ରାସ୍ତାଘାଟ, କଳ କାରଖାନା ତିଆରି କରିବାକୁ ଅନେକ ହଜାର ଗଛ କାଟିବାରେ ଲାଗିଛୁ। ଏହା ଆମର ଏକ ଅଭ୍ୟାସ ପାଲଟିଗଲାଣି ଓ ତାହାକୁ ସାମାଜିକ ସ୍ତରରେ ମଧ୍ୟ ଗ୍ରହଣ କରିନେଇଛୁ। ମନେରଖିବାକୁ ହେବ, ଅଲଟ୍ରାସୋନିକ ଫ୍ରିକ୍ୱେନ୍ସି ବା ତରଙ୍ଗ ଗଛରୁ ସୃଷ୍ଟି ହୋଇଥାଏ। ଏହା ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ହୋଇଛି। ମଣିଷ ଏହି ତରଙ୍ଗକୁ ଶୁଣିପାରେ ନାହିଁ। ଫଳରେ ମଣିଷ ଅଲଟ୍ରାସୋନିକ ତରଙ୍ଗକୁ ଗୁରୁତ୍ୱ ଦେଉ ନାହିଁ। ଗୋଟିଏ ସମୟ ଥିଲା ଭାରତରେ ସବୁଆଡ଼େ ଗଛ ଥିଲା। ସେହି ସମୟରୁ ଆମେ ଅନେକ ପଥ ଅତିକ୍ରମ କରିଆସିଲୁଣି। ଜଙ୍ଗଲ ସୁରକ୍ଷା ଆମର କର୍ତ୍ତବ୍ୟ ହୋଇ ରହିଥିଲା। ତାହାକୁ ଆମେ ପବିତ୍ର ମନେକରୁଥିଲୁ। ଜଙ୍ଗଲରେ ଗୋରୁ ଚରାଇବା, ଚାଷ କରିବା, ଫଳମୂଳ କିମ୍ବା ଜାଳେଣି କାଠ ସଂଗ୍ରହ ଉପରେ କଟକଣା ଥିଲା। କାହାକୁ ଏଥିପାଇଁ ଅନୁମତି ନ ଥିଲା। ଜଙ୍ଗଲ ଥିଲା ଭାରତର ଆଦ୍ୟ ମନ୍ଦିର। କିନ୍ତୁ ବର୍ତ୍ତମାନ ସମସ୍ତେ ତାହା ପାସୋରିଗଲେଣି। ସେ ସମୟରେ ବୃକ୍ଷପୂଜା ପରମ୍ପରାର ସାକ୍ଷୀ ଭାବେ ରହିଛି ହରପ୍ପା ସଭ୍ୟତା। ଏହି ସଭ୍ୟତାରେ ସେତେବେଳେ ପ୍ରଚଳିତ ମୋହର ଉଦ୍ଭିଦପୂଜନକୁ ଦର୍ଶାଏ। ସଭ୍ୟତାରେ ପ୍ରଚଳିତ ମୁଦ୍ରାଗୁଡ଼ିକରେ ପୁରୁଷ ଏବଂ ମହିଳାମାନେ ଗଛରୁ ଉଦ୍ଭବ ଦେବୀଙ୍କ ଚାରିପାଖରେ ନୃତ୍ୟ କରୁଥିବା ଦେଖାଯାଏ। ତେବେ ସେହି ଉଦ୍ଭିଦ ଦେବୀ ସାକମ୍ବରୀଙ୍କର ପ୍ରାରମ୍ଭିକ ରୂପ ଥିଲେ ବୋଲି ଅନୁମାନ କରାଯାଏ।
ନର୍ମଦା ନଦୀର ଦକ୍ଷିଣରେ ଥିବା ଅଞ୍ଚଳରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ଦେବୀଙ୍କ ଚିତ୍ର ପାଇଛନ୍ତି। ଏହି ଦେବୀ ହାତଗୋଡ଼ ଲମ୍ବାଇ ତଳେ ଶୟନ ମୁଦ୍ରାରେ ରହିଛନ୍ତି ଓ ତାଙ୍କ ନାମ ଅଜଣା। ଦେବୀଙ୍କ ମୁଣ୍ଡ ପଦ୍ମଫୁଲ ଆକାରର। ଏହା ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ପ୍ରାକ୍‌ ବୈଦିକ ଦେବୀଙ୍କୁ ଆବିଷ୍କାର କରିଥିଲେ। ଏହି ମା’ଙ୍କ ସ୍ବରୂପ ଶାନ୍ତ ଓ ନମ୍ର। ସେମାନେ ମା’ଙ୍କ ନାମ ଲଜ୍ଜାଗୌରୀ ନାମିତ କରିଥିଲେ। ତେବେ ବଙ୍ଗାଳୀ ବିବାହ ଏବଂ ଅମଳ ପର୍ବରେ ଲାଲ ରଙ୍ଗର ବଙ୍ଗଳା ସ୍ବସ୍ତିକରେ ଜଣେ ନାରୀ ହାତଗୋଡ଼ ଖୋଲା ରଖିଥିବା ଲକ୍ଷ୍ୟ କରାଯାଏ ଓ ତାଙ୍କର ବୈଦିକ ଦେବୀ ଲଜ୍ଜାଗୌରୀଙ୍କ ସହ ସାମଞ୍ଜସ୍ୟ ଥିବା କୁହାଯାଏ। ବୈଦିକ ଶାସ୍ତ୍ରଗୁଡ଼ିକରେ ବିଶେଷକରି ସୋମରସ ପ୍ରସ୍ତୁତି ଏବଂ ଦେବାତାଙ୍କୁ ଅର୍ପଣ ଉଦ୍ଦେଶ୍ୟରେ ପାଳିତ ପର୍ବପର୍ବାଣିର ସ୍ତୋତ୍ରଗୁଡ଼ିକ ବର୍ଣ୍ଣନା କରାଯାଇଛି। ଋଗ୍‌ ବେଦର ୫୦%ରୁ ଊର୍ଦ୍ଧ୍ୱ ସ୍ତୋତ୍ରରେ ୩ଟି ବିଷୟ ମୁଖ୍ୟତଃ ସୋମ, ଇନ୍ଦ୍ର ଓ ଅଗ୍ନି ବିଷୟ ବର୍ଣ୍ଣନା କରାଯାଇଛି। ଋଗ୍‌ ବେଦର ୧୦ଟି ଅଧ୍ୟାୟ ମଧ୍ୟରୁ ସମ୍ପୂର୍ଣ୍ଣ ୯ମ ଅଧ୍ୟାୟରେ ଗଛରୁ ସୋମ ରସ ସଂଗ୍ରହ ଓ ତାହାକୁ ଶୁଦ୍ଧ କରିବା ବିଷୟ ବର୍ଣ୍ଣନା କରାଯାଇଛି। ବୈଦିକ ଲୋକମାନେ ପୁରୋହିତ ଥିବାରୁ ସେମାନେ ଦୂବ ଘାସକୁ ଆଦର କରୁଥିଲେ। ଏହାକୁ ଗୋ ଖାଦ୍ୟ ଭାବେ ବ୍ୟବହାର ହେଉଥିଲା। ସେତେବେଳେ ଦେବତା ଏବଂ ପୂର୍ବପୁରୁଷମାନଙ୍କୁ ପ୍ରଥମେ ବାର୍ଲି ପିଠା ଦିଆଯାଉଥିଲା। ଧାନରୁ ଚାଉଳ ମିଳିବା ପରେ ଚାଉଳ ପିଠା ଦିଆଗଲା । ଅଥର୍ବ ବେଦରେ ଘାସ, ବାର୍ଲି ଓ ଧାନ ବିଷୟରେ ବର୍ଣ୍ଣନା କରାଯାଇଛି।
ସନ୍ନ୍ୟାସୀ ପରମ୍ପରାରେ ଗଛଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ଜୈନ ତୀର୍ଥଙ୍କର ଏକ ପବିତ୍ର ଗଛ ସହିତ ଜଡ଼ିତ। ମହାବୀରଙ୍କର ଶାଳଗଛ, ଋଷଭନାଥଙ୍କର ବରଗଛ ସହିତ ସମ୍ପର୍କ ଥିବାବେଳେ ଭୀମନାଥ ଜାମୁ ଗଛସହ ସମ୍ବନ୍ଧିତ। ଏହା ସହ ଆମ୍ବ ଗଛ ସହିତ ଅରନାଥ, ଅଶୋକ ଗଛ ସହିତ ମଲ୍ଲିନାଥ, କୋକୁମ ଗଛ ସହିତ ନେମିନାଥ ଜଡ଼ିତ ଥିବା କୁହାଯାଏ। ଏହି ତାଲିକା ବିଭିନ୍ନ ପରମ୍ପରାରେ ଭିନ୍ନ ହେଲେ ମଧ୍ୟ ଅତି କମ୍‌ରେ ଗୋଟିଏ ଉଦ୍ଭିଦ ମହାନ୍‌ ଜୈନ ଗୁରୁଙ୍କ ଆତ୍ମାକୁ ଧାରଣ କରିଥାଏ ବୋଲି ସମସ୍ତେ ଗ୍ରହଣ କରିଥାନ୍ତି। ବୁଦ୍ଧ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବୁଦ୍ଧଙ୍କ ମା’ ତାଙ୍କୁ ଲୁମ୍ବିନୀରେ ଜନ୍ମ ଦେବା ସମୟରେ ଏକ ଶାଳ ଡାଳକୁ ଜାବୋଡ଼ି ଧରିଥିଲେ। ଏହା ମଧ୍ୟ ସତ୍ୟ ଯେ, ବୁଦ୍ଧ ଦୁଇଟି ଶାଳଗଛ ମଧ୍ୟରେ ଦେହତ୍ୟାଗ କରିଥିଲେ । ବୁଦ୍ଧ ଅଶ୍ୱତ୍‌ଥ ଗଛ ତଳେ ଜ୍ଞାନ ପ୍ରାପ୍ତି ହୋଇଥିଲେ । ଜ୍ଞାନପ୍ରାପ୍ତି ପରେ ସେ ବାଉଁଶ ବଣରେ ଦିବ୍ୟବଚନ ପ୍ରଦାନ କରିଥିଲେ। କହିବାକୁ ଗଲେ ଗୌତମ ବୁଦ୍ଧଙ୍କ ପୂର୍ବରୁ ଆଉ ଜଣେ ବିପାସୀ ବୁଦ୍ଧ ଥିଲେ। ସେ ମଧ୍ୟ ଅଶ୍ୱତ୍‌ଥ ଗଛ ତଳେ ଜ୍ଞାନ ଲାଭ କରିଥିଲେ। ସେହି ଅଶ୍ୱତ୍‌ଥ ଗଛର ଚାରିପାଖରେ ପାଟଳିପୁତ୍ର (ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ) ସହର ଗଢିଉଠିିଥିଲା। ଏହାକୁ ଏବେ ଆମେ ପାଟନା କହୁଛୁ, ଯାହା ବିହାରରେ ଅଛି।
ପ୍ରାଚୀନ କାଳରେ ବିଭିନ୍ନ ବଂଶ ଏବଂ ରାଜ ପରିବାରର ଧର୍ମୀୟ ପ୍ରତୀକ ଥିଲା ଗଛ। ସଙ୍ଗମ କାବ୍ୟରେ ଏହିି ରାଜାମାନଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ରାଜାମାନେ ଶତ୍ରୁଙ୍କୁ ଆକ୍ରମଣ କରି ସେମାନଙ୍କ ଧର୍ମୀୟ ପ୍ରତୀକ ଗଛକୁ ନଷ୍ଟ କରି ଦେଉଥିବା ଏହି କାବ୍ୟରେ ଉଲ୍ଲେଖ ରହିଛି। ଚେରା ରାଜବଂଶର ନରମୁଦି ଚେରାଲ ତାଙ୍କ ଶତ୍ରୁ ନାନ୍ନା ରାଜବଂଶକୁ ହରାଇ ତାଙ୍କ ଧର୍ମୀୟ ପ୍ରତୀକ ଶିରୀଷ ଗଛକୁ କାଟି ଦେଇଥିଲେ। ନାରକାସୁରକୁ ପରାସ୍ତ କରିବାରେ ଇନ୍ଦ୍ରଙ୍କୁ କୃଷ୍ଣ ସାହାଯ୍ୟ କରିବା ସହ ସ୍ବର୍ଗକୁ ମୁକୁଳାଇଥିଲେ। ପରେ କୃଷ୍ଣ ସ୍ବର୍ଗରୁ ପାରିଜାତ ଗଛ ନେବାକୁ ଚାହିଁଥିଲେ । ତାଙ୍କ ସ୍ତ୍ରୀ ସତ୍ୟଭାମାଙ୍କୁ ଖୁସି କରିବା ପାଇଁ ସେ ଏହା କରିଥିଲେ। ହେଲେ ଇନ୍ଦ୍ର ପାରିଜାତ ଗଛକୁ ପୃଥିବୀକୁ ନେବାକୁ ମନା କରିଦେଇଥିଲେ। କିନ୍ତୁ କୃଷ୍ଣ ସେହି ଗଛକୁ ବଳପୂର୍ବକ ଛଡ଼ାଇ ଆଣିଥିଲେ, ଯାହା ଦେବରାଜ ଇନ୍ଦ୍ରଙ୍କ ଉପରେ କୃଷ୍ଣଙ୍କ ବିଜୟର ସଙ୍କେତ ଦିଏ। କୁହାଯାଏ ହନୁମାନ କଦଳୀ ବଣରେ, ଗଣେଶ ଆଖୁ ଜଙ୍ଗଲରେ, ଦେବୀ ନିମ ଏବଂ ତେନ୍ତୁଳି ଜଙ୍ଗଲରେ ରୁହନ୍ତି। ଦେବତାଙ୍କ ସହ ଗଛର ଏଭଳି ସମ୍ପକର୍ର୍ ରହିଥିଲେ ଜାଣି ବି ଆମେ ଜଙ୍ଗଲ ନଷ୍ଟ କରିବାରେ ଲାଗିଛୁ। ଏହି ଧାରା ଜାରି ରହିଲେ ତାହା ଶୀଘ୍ର ଲୋପ ପାଇଯିବ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?