Posted inଫୁରସତ

ସର୍ଜନାର ଉତ୍ସ ଅଫୁରନ୍ତ: ବସନ୍ତ କୁମାରୀ ସାମନ୍ତ

ରଙ୍ଗ ଓ ତୂଳୀରେ ସେ ଯେତିକି ସ୍ବଚ୍ଛନ୍ଦ, କଲମ ଓ ଶବ୍ଦକୁ ନେଇ ତଦନୁରୂପ ପ୍ରଖର। ଚିତ୍ର ଓ ସାହିତ୍ୟ ଉଭୟର ସମନ୍ବୟରେ ଗଢ଼ା ତାଙ୍କ ସର୍ଜନ ବ୍ୟକ୍ତିତ୍ୱ୍‌। ରଙ୍ଗ ଓ ଶବ୍ଦ ଦେଇ ଝରିପଡ଼େ ତାଙ୍କ ଭିତରର କଳାକାରର ଉଚ୍ଛ୍ବାସ। ଲାଗେ ଯେମିତି ଛାଏଁ ସୃଷ୍ଟି ହେଉଥାଏ ତାଙ୍କ ବହୁମୁଖୀ ପ୍ରତିଭାର ଅସ୍ତିତ୍ୱ। ନିରବିଚ୍ଛିନ୍ନ ଭାବରେ ଏକ ଦୀର୍ଘ ସର୍ଜନାର ରାସ୍ତାରେ ସାଧନାରତ ଥିବା ଏହି ବ୍ୟକ୍ତିତ୍ୱ ହେଉଛନ୍ତି ‘ବିଦୀପ୍ତ ବସନ୍ତ’ ଓ ‘ଏକାନ୍ତ ନିଜର’ର କବି ଶ୍ରୀମତୀ ବସନ୍ତ କୁମାରୀ ସାମନ୍ତ ।

ଅଏଲ, ୱାଟର, ଏକ୍ରିଲିକ, ୱାସ ପେଣ୍ଟିଂ, ଟେକ୍ସଟାଇଲ ଡ଼ିଜାଇନିଂ, ପାନେଲ ଡିଜାଇନ, ଡେକୋରେଟିଭ ଡିଜାଇନ, ମୂର୍ତ୍ତି କାରିଗରୀ, ଚମଡ଼ା ବାଟିକ ଡିଜାଇନ, ପେନ ଓ ଡ଼ଟ ପେଣ୍ଟିଂରେ ପ୍ରସିଦ୍ଧି ଅର୍ଜନ କରିଥିବା ବସନ୍ତ କୁମାରୀ ସାମନ୍ତଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଚିତ୍ରକରଙ୍କ ମାଟି ଖଲ୍ଲିକୋଟରେ, ୧୮ ଜୁଲାଇ ୧୯୪୩ ମସିହାରେ । ବାପା ଚନ୍ଦ୍ର ଶେଖର ଦାସସାମନ୍ତ ଓ ମାତା ପୂର୍ଣ୍ଣମାସୀ ଦେବୀଙ୍କ ସୁପୁତ୍ରୀ ବସନ୍ତ କୁମାରୀ ବାଲ୍ୟକାଳରୁ ଚିତ୍ରକର ହେବେ ବୋଲି ମନସ୍ଥ କରିନଥିଲେ ହେଁ ମାଆଙ୍କ ଝୋଟି ପକା ଓ ମୁରୁଜ ଅଙ୍କାରୁ ନିଜ ଭିତରେ ଏକ କୁନି କଳାକାରଙ୍କୁ ତିଆରି କରିନେଇଥିଲେ । ବିଦେଶରୁ ଚିତ୍ରକଳାରେ ପାଠ ପଢି ଖଲ୍ଲିକୋର୍ଟ ଆର୍ଟ କଲେଜରେ ଅଧ୍ୟକ୍ଷ ଥିବା ବିଶିଷ୍ଟ ଚିତ୍ରକର ଶରତ ଚନ୍ଦ୍ର ଦେବ, ଅଧ୍ୟାପନା କରୁଥିବା ଅଜିତ କେଶରୀ ରାୟ, ବିପ୍ର ଚରଣ ମହାନ୍ତି, ରବି ନାରାୟଣ ନାୟକ ପ୍ରମୁଖ ଇଂଲଣ୍ଡ ଫେରନ୍ତା ଥିଲେ । ବାପା ଚନ୍ଦ୍ରଶେଖର ଦାସସାମନ୍ତ ଝିଅ ସେଇଠି ପାଠ ପଢୁ ଏବଂ କିଛି ନୂଆ କରି ନିଜର ପରିଚୟ ତିଆରିକରୁ ବୋଲି ଚାହୁଁଥିଲେ । ବିସ୍ମିତ ହେବାକୁ ହୁଏ ଯେ ନାରୀ ଶିକ୍ଷାପ୍ରତି ଉଦାସୀନ ଗୋଟେ ସମୟଖଣ୍ଡରେ ବସନ୍ତ କୁମାରୀଙ୍କୁ ନୂଆ କରି ଖୋଲିଥିବା ଗୋଟେ କଳା ମହାବିଦ୍ୟାଳୟରେ ଅତ୍ୟନ୍ତ ଆଗ୍ରହର ସହ ପାଠ ପଢିବାକୁ ଛାଡିବା ଏବଂ ସେହି ସମୟରେ ଝିଅଟେ ଚିତ୍ରକଳାକୁ ବୃତ୍ତି କରି ନିଜ ପାଇଁ ଖ୍ୟାତି ସାଉଁଟୁ ବୋଲି ଚାହୁଁଥିବା ପିତା ସମାଜ ପାଇଁ ପ୍ରେରଣା ନିଶ୍ଚୟ। ବଡ଼ ପରିବାର ଭିତରେ ସବୁ ପିଲାଙ୍କୁ ଶିକ୍ଷା ଓ ରୁଚି ପ୍ରତି ସମ୍ମାନ ଜଣାଇ ସୁଯୋଗ ଯୋଗାଇଦେବା ଜଣେ ଉତ୍ତମ ନାଗରିକର ଲକ୍ଷଣ । ଏହି ଦିଗରୁ ତାଙ୍କ ପିତାଙ୍କ ବ୍ୟକ୍ତିତ୍ୱ ପ୍ରଶଂସନୀୟ । ବସନ୍ତ କୁମାରୀ ମଧ୍ୟ ପିତାଙ୍କ ସ୍ବପ୍ନ ଓ ପ୍ରେରଣାକୁ କାର୍ଯ୍ୟରେ ଲଗେଇ ସଫଳ ହୋଇ ପାରିବା ଏକ ବିଶେଷ ଉଦାହରଣ। ବସନ୍ତକୁମାରୀ ପତ୍ନୀ ହିସାବରେ ମଧ୍ୟ ତାଙ୍କ ପତି ଖଣ୍ଡପଡ଼ାନିବାସୀ ଶ୍ରୀ ଦୁର୍ଗାଚରଣ ରାଉତଙ୍କଠାରୁ ବିପୁଳ ପ୍ରେରଣା ଲାଭ କରିଛନ୍ତି ତାଙ୍କ କଳାକାର ଜୀବନ ପାଇଁ । ସେହି ପ୍ରେରଣା ତାଙ୍କ ସାଧନା ପଥରେ ଜାଜ୍ଜ୍ୱଲ୍ୟମାନ ପାଥେୟ ହୋଇ ରହିଛି। ତାର ପ୍ରତିଫଳନ ସେ ନିଜ କୃତୀ ମାଧ୍ୟମରେ ଦର୍ଶେଇଛନ୍ତି ।

ଖଲ୍ଲିକୋଟ ଚାରୁ ଓ କାରୁ କଳା ବିଦ୍ୟାଳୟରୁ ଡିପ୍ଲୋମା ଇନ୍‌ ଫାଇନ ଆର୍ଟରେ ୧୯୬୧ରେ କୃତିତ୍ୱ ଲାଭ କରିଥିବା ବସନ୍ତ କୁମାରୀ ୧୯୬୭ ମସିହାରେ ଚିକିଟି ସରକାରୀ ଉଚ୍ଚ ବିଦ୍ୟାଳୟରେ କଳା ଶିକ୍ଷୟିତ୍ରୀ ଭାବରେ ଦାୟିତ୍ୱ ନେଇ କଳା ଶିକ୍ଷାଦାନ ସହ ଆପଣା ସର୍ଜନ ପ୍ରତି ଧ୍ୟାନ ଦେଲେ। ୨୦୦୧ ମସିହାରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର, ଖଲ୍ଲିକୋଟରୁ ଅବସର ଗ୍ରହଣ କରିଥିବା ଏହି ବହୁମୁଖୀ ପ୍ରତିଭା ନିଜର ସାରସ୍ବତ କୃତୀ ପାଇଁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ।
ଶିକ୍ଷା ଓ ଗବେଷଣା ପରିଷଦ, ଓଡିଶା ଲଳିତ କଳା ଏକାଡେମୀସ୍‌, ଗଂଜାମ ଜିଲ୍ଲା କଳା ଶିକ୍ଷକ ସଂଘ, ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ କଲିକତା, ଇଲ୍ଲା ପଣ୍ଡା ସେଣ୍ଟର ଅଫ ଆର୍ଟସ, ଟାଟାଷ୍ଟିଲ ଆଦି ପ୍ରମୁଖ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଚିତ୍ର ଶିବିରରେ ବସନ୍ତ କୁମାରୀ ଯୋଗଦାନ କରି ନିଜ ଅନନ୍ୟତ୍ୱ ପାଇଁ ପ୍ରଶଂସା ଓ ଲୋକପ୍ରିୟତା ସାଉଁଟିଛନ୍ତି ।

ଭାରତୀୟ ଶିଶୁଙ୍କ ଉନ୍ନତ ଶିକ୍ଷା ପାଇଁ ଏନସିଆରଟି, ନୂଆଦିଲ୍ଲୀ ତରଫରୁ ସର୍ବଭାରତୀୟ ଚିତ୍ରକଳା ପ୍ରଦର୍ଶନୀ, କୋଣାର୍କ ନାଟ୍ୟ ମଣ୍ଡପ ଠାରେ ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଉଦଘାଟିତ ଚିତ୍ରକଳା ପ୍ରଦର୍ଶନୀ, ଚଲାପଥ, ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ, ବିକେ ଆର୍ଟ କଲେଜ, ଓଡିଶା ଲଳିତ କଳା ଏକାଡେମୀ ଆଦି ପ୍ରମୁଖ ଅନୁଷ୍ଠାନ ଓ ସଂସ୍ଥା ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ଚିତ୍ରକଳା ପ୍ରଦର୍ଶନୀରେ ବସନ୍ତ କୁମାରୀଙ୍କ ଚିତ୍ରମାନ ଅଂଶଗ୍ରହଣ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି।

ନିଜ ସାରସ୍ବତ କୃତୀ ପାଇଁ ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ, ଓଡିଶା ଲଳିତ କଳା ଏକାଡେମୀ, ଗଂଜାମ ଜିଲ୍ଲା କଳା ଶିକ୍ଷକ ସଂଘ, ଚଲାପଥ ସାହିତ୍ୟ ସଂସଦ, ଗଂଜାମ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ, ଜାତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ, ପୂର୍ବାଞ୍ଚଳ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର, ଟାଟା ଷ୍ଟିଲ, କୋଣାର୍କ ନାଟ୍ୟ ମଣ୍ଡପ, ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଆଦି ସାରସ୍ବତ ଉତ୍ସବରେ ବସନ୍ତ କୁମାରୀ ଚିତ୍ରକର ହିସାବରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିଲାବେଳେ ଶ୍ୱେତସଙ୍କେତ, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ, ମନସ୍ବିନୀ, ଚିଲିକା ସାହିତ୍ୟ ସମାଜ, ସିନ୍ଧୁ ଉର୍ମି ସାହିତ୍ୟ ସଂସଦ ଆଦି ଅନୁଷ୍ଠାନ ତରଫରୁ ସାହିତ୍ୟ ପାଇଁ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଉଭୟ କଳା ଓ ସାହିତ୍ୟ ପାଇଁ ସୁପ୍ରୀତି ଦେବୀ ଗନ୍ତାୟତ ସ୍ମୃତି ସମ୍ମାନ, ଟାଟା ଷ୍ଟିଲ ତରଫରୁ ଅସୀମା ଉପାଧି, ସିନ୍ଧୁ ଉର୍ମୀ ସାହିତ୍ୟ ସଂସଦ ତରଫରୁ ବହୁମୁଖୀ ପ୍ରତିଭା, ଗାନ୍ଧୀ ଗୌରବ ଆଦି ସମ୍ମାନ ପ୍ରାପ୍ତ ହୋଇଛନ୍ତି ।
ବସନ୍ତ ପରି ଶିଳ୍ପୀ ବସନ୍ତ କୁମାରୀ ସାମନ୍ତ ତାଙ୍କ ବହୁବର୍ଣ୍ଣି ସର୍ଜନକୁ ନେଇ କଳାପ୍ରେମୀଙ୍କ ହୃଦୟରେ ଘର କରି ରହିଛନ୍ତି ।

-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସାମ୍ନାରେ ଡ୍ୟାନ୍ସ କଲେ ଡାକ୍ତର, ଭିଡିଓ ଭାଇରାଲ

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରୁ କିଛି ଶିକ୍ଷା ମଧ୍ୟ ମିଳିଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି,...

ଗିନିଜ୍‌ ବୁକ୍‌ରେ ବିଶ୍ୱର ସବୁଠାରୁ ଲମ୍ବା କେକ୍‌

ତ୍ରିଶୂର୍‌(କେରଳ): ରେକର୍ଡ ପାଇଁ ଲୋକେ ସବୁବେଳେ କିଛି ନିଆରା ଚିନ୍ତା କରିଥାନ୍ତି। ଭାରତ ନାମରେ ଏପରି ଅନେକ ରେକର୍ଡ ସମ୍ମାନଜନକ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି।...

ନା ଫଳ ନା ପରିବା

ଝୁଡିରେ ରଖାଯାଇଥିବା ତାଜା କମଳା ହେଉ କି ସଦ୍ୟ ଖୋଳା ହୋଇ ଅଣାଯାଇଥିବା ଆଳୁର ଏହି ଫଟୋ ଦେଖି ଭାରି ଇଚ୍ଛା ହେଉଥିବ ଏମିତି ତାଜା...

ପଞ୍ଚ ପବିତ୍ର

ପଞ୍ଚ ବା ପାଞ୍ଚ କେବଳ ଏକ ସଂଖ୍ୟା ନୁହେଁ, ହିନ୍ଦୁଧର୍ମରେ ଏହା ପବିତ୍ରତାର ଆଉ ଏକ ନାଁ। କାରଣ ପୂଜାବିଧିଠାରୁ ଆରମ୍ଭ କରି କର୍ମକାଣ୍ଡ ଯାଏ...

ବିଶ୍ୱ ମିତବ୍ୟୟିତା ଦିବସ

ପ୍ରତିବର୍ଷ ଅକ୍ଟୋବର ୩୧ରେ ସମଗ୍ର ବିଶ୍ୱରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଉଥିବା ବେଳେ ଆମ ଦେଶ ଭାରତରେ ଏହା ପ୍ରତିବର୍ଷ ଅକ୍ଟୋବର ୩୦ରେ ପାଳନ...

ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…

ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ...

ଉଲ୍‌କାପିଣ୍ଡରେ ଜଳ

ଲଣ୍ଡନ: ବିଶେଷଜ୍ଞମାନେ ଉଲ୍‌କାପିଣ୍ଡ ଖଣ୍ଡରୁ ଜଳର ସନ୍ଧାନ କରିଛନ୍ତି। ଗତବର୍ଷ ଫେବୃୟାରୀରେ ବ୍ରିଟେନ୍‌ର ଗ୍ଲୋସେଷ୍ଟରସିର ଟାଉନ୍‌ର ସଡ଼କରେ ଏହି ଉଲ୍‌କାପିଣ୍ଡର କିଛି ଅଂଶ ପଡ଼ିଥିଲା। ତେବେ...

ଗାଁକୁ ନାହିଁ ରାସ୍ତା: ଖଟରେ ବୁହା ହେଲେ ରୋଗୀ

ଅନୁପପୁର,୧୩।୮: ଗରିବ ଲୋକଙ୍କ ପାଇଁ ଓ ଗାଁଗୁଡ଼ିକୁ ବିକଶିତ କରିବା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି। ଏନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ହେଲେ...

Advertisement
Archives

Model This Week