Posted inଫୁରସତ

ସର୍ଜନାର ଉତ୍ସ ଅଫୁରନ୍ତ: ବସନ୍ତ କୁମାରୀ ସାମନ୍ତ

ରଙ୍ଗ ଓ ତୂଳୀରେ ସେ ଯେତିକି ସ୍ବଚ୍ଛନ୍ଦ, କଲମ ଓ ଶବ୍ଦକୁ ନେଇ ତଦନୁରୂପ ପ୍ରଖର। ଚିତ୍ର ଓ ସାହିତ୍ୟ ଉଭୟର ସମନ୍ବୟରେ ଗଢ଼ା ତାଙ୍କ ସର୍ଜନ ବ୍ୟକ୍ତିତ୍ୱ୍‌। ରଙ୍ଗ ଓ ଶବ୍ଦ ଦେଇ ଝରିପଡ଼େ ତାଙ୍କ ଭିତରର କଳାକାରର ଉଚ୍ଛ୍ବାସ। ଲାଗେ ଯେମିତି ଛାଏଁ ସୃଷ୍ଟି ହେଉଥାଏ ତାଙ୍କ ବହୁମୁଖୀ ପ୍ରତିଭାର ଅସ୍ତିତ୍ୱ। ନିରବିଚ୍ଛିନ୍ନ ଭାବରେ ଏକ ଦୀର୍ଘ ସର୍ଜନାର ରାସ୍ତାରେ ସାଧନାରତ ଥିବା ଏହି ବ୍ୟକ୍ତିତ୍ୱ ହେଉଛନ୍ତି ‘ବିଦୀପ୍ତ ବସନ୍ତ’ ଓ ‘ଏକାନ୍ତ ନିଜର’ର କବି ଶ୍ରୀମତୀ ବସନ୍ତ କୁମାରୀ ସାମନ୍ତ ।

ଅଏଲ, ୱାଟର, ଏକ୍ରିଲିକ, ୱାସ ପେଣ୍ଟିଂ, ଟେକ୍ସଟାଇଲ ଡ଼ିଜାଇନିଂ, ପାନେଲ ଡିଜାଇନ, ଡେକୋରେଟିଭ ଡିଜାଇନ, ମୂର୍ତ୍ତି କାରିଗରୀ, ଚମଡ଼ା ବାଟିକ ଡିଜାଇନ, ପେନ ଓ ଡ଼ଟ ପେଣ୍ଟିଂରେ ପ୍ରସିଦ୍ଧି ଅର୍ଜନ କରିଥିବା ବସନ୍ତ କୁମାରୀ ସାମନ୍ତଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଚିତ୍ରକରଙ୍କ ମାଟି ଖଲ୍ଲିକୋଟରେ, ୧୮ ଜୁଲାଇ ୧୯୪୩ ମସିହାରେ । ବାପା ଚନ୍ଦ୍ର ଶେଖର ଦାସସାମନ୍ତ ଓ ମାତା ପୂର୍ଣ୍ଣମାସୀ ଦେବୀଙ୍କ ସୁପୁତ୍ରୀ ବସନ୍ତ କୁମାରୀ ବାଲ୍ୟକାଳରୁ ଚିତ୍ରକର ହେବେ ବୋଲି ମନସ୍ଥ କରିନଥିଲେ ହେଁ ମାଆଙ୍କ ଝୋଟି ପକା ଓ ମୁରୁଜ ଅଙ୍କାରୁ ନିଜ ଭିତରେ ଏକ କୁନି କଳାକାରଙ୍କୁ ତିଆରି କରିନେଇଥିଲେ । ବିଦେଶରୁ ଚିତ୍ରକଳାରେ ପାଠ ପଢି ଖଲ୍ଲିକୋର୍ଟ ଆର୍ଟ କଲେଜରେ ଅଧ୍ୟକ୍ଷ ଥିବା ବିଶିଷ୍ଟ ଚିତ୍ରକର ଶରତ ଚନ୍ଦ୍ର ଦେବ, ଅଧ୍ୟାପନା କରୁଥିବା ଅଜିତ କେଶରୀ ରାୟ, ବିପ୍ର ଚରଣ ମହାନ୍ତି, ରବି ନାରାୟଣ ନାୟକ ପ୍ରମୁଖ ଇଂଲଣ୍ଡ ଫେରନ୍ତା ଥିଲେ । ବାପା ଚନ୍ଦ୍ରଶେଖର ଦାସସାମନ୍ତ ଝିଅ ସେଇଠି ପାଠ ପଢୁ ଏବଂ କିଛି ନୂଆ କରି ନିଜର ପରିଚୟ ତିଆରିକରୁ ବୋଲି ଚାହୁଁଥିଲେ । ବିସ୍ମିତ ହେବାକୁ ହୁଏ ଯେ ନାରୀ ଶିକ୍ଷାପ୍ରତି ଉଦାସୀନ ଗୋଟେ ସମୟଖଣ୍ଡରେ ବସନ୍ତ କୁମାରୀଙ୍କୁ ନୂଆ କରି ଖୋଲିଥିବା ଗୋଟେ କଳା ମହାବିଦ୍ୟାଳୟରେ ଅତ୍ୟନ୍ତ ଆଗ୍ରହର ସହ ପାଠ ପଢିବାକୁ ଛାଡିବା ଏବଂ ସେହି ସମୟରେ ଝିଅଟେ ଚିତ୍ରକଳାକୁ ବୃତ୍ତି କରି ନିଜ ପାଇଁ ଖ୍ୟାତି ସାଉଁଟୁ ବୋଲି ଚାହୁଁଥିବା ପିତା ସମାଜ ପାଇଁ ପ୍ରେରଣା ନିଶ୍ଚୟ। ବଡ଼ ପରିବାର ଭିତରେ ସବୁ ପିଲାଙ୍କୁ ଶିକ୍ଷା ଓ ରୁଚି ପ୍ରତି ସମ୍ମାନ ଜଣାଇ ସୁଯୋଗ ଯୋଗାଇଦେବା ଜଣେ ଉତ୍ତମ ନାଗରିକର ଲକ୍ଷଣ । ଏହି ଦିଗରୁ ତାଙ୍କ ପିତାଙ୍କ ବ୍ୟକ୍ତିତ୍ୱ ପ୍ରଶଂସନୀୟ । ବସନ୍ତ କୁମାରୀ ମଧ୍ୟ ପିତାଙ୍କ ସ୍ବପ୍ନ ଓ ପ୍ରେରଣାକୁ କାର୍ଯ୍ୟରେ ଲଗେଇ ସଫଳ ହୋଇ ପାରିବା ଏକ ବିଶେଷ ଉଦାହରଣ। ବସନ୍ତକୁମାରୀ ପତ୍ନୀ ହିସାବରେ ମଧ୍ୟ ତାଙ୍କ ପତି ଖଣ୍ଡପଡ଼ାନିବାସୀ ଶ୍ରୀ ଦୁର୍ଗାଚରଣ ରାଉତଙ୍କଠାରୁ ବିପୁଳ ପ୍ରେରଣା ଲାଭ କରିଛନ୍ତି ତାଙ୍କ କଳାକାର ଜୀବନ ପାଇଁ । ସେହି ପ୍ରେରଣା ତାଙ୍କ ସାଧନା ପଥରେ ଜାଜ୍ଜ୍ୱଲ୍ୟମାନ ପାଥେୟ ହୋଇ ରହିଛି। ତାର ପ୍ରତିଫଳନ ସେ ନିଜ କୃତୀ ମାଧ୍ୟମରେ ଦର୍ଶେଇଛନ୍ତି ।

ଖଲ୍ଲିକୋଟ ଚାରୁ ଓ କାରୁ କଳା ବିଦ୍ୟାଳୟରୁ ଡିପ୍ଲୋମା ଇନ୍‌ ଫାଇନ ଆର୍ଟରେ ୧୯୬୧ରେ କୃତିତ୍ୱ ଲାଭ କରିଥିବା ବସନ୍ତ କୁମାରୀ ୧୯୬୭ ମସିହାରେ ଚିକିଟି ସରକାରୀ ଉଚ୍ଚ ବିଦ୍ୟାଳୟରେ କଳା ଶିକ୍ଷୟିତ୍ରୀ ଭାବରେ ଦାୟିତ୍ୱ ନେଇ କଳା ଶିକ୍ଷାଦାନ ସହ ଆପଣା ସର୍ଜନ ପ୍ରତି ଧ୍ୟାନ ଦେଲେ। ୨୦୦୧ ମସିହାରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର, ଖଲ୍ଲିକୋଟରୁ ଅବସର ଗ୍ରହଣ କରିଥିବା ଏହି ବହୁମୁଖୀ ପ୍ରତିଭା ନିଜର ସାରସ୍ବତ କୃତୀ ପାଇଁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ।
ଶିକ୍ଷା ଓ ଗବେଷଣା ପରିଷଦ, ଓଡିଶା ଲଳିତ କଳା ଏକାଡେମୀସ୍‌, ଗଂଜାମ ଜିଲ୍ଲା କଳା ଶିକ୍ଷକ ସଂଘ, ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ କଲିକତା, ଇଲ୍ଲା ପଣ୍ଡା ସେଣ୍ଟର ଅଫ ଆର୍ଟସ, ଟାଟାଷ୍ଟିଲ ଆଦି ପ୍ରମୁଖ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଚିତ୍ର ଶିବିରରେ ବସନ୍ତ କୁମାରୀ ଯୋଗଦାନ କରି ନିଜ ଅନନ୍ୟତ୍ୱ ପାଇଁ ପ୍ରଶଂସା ଓ ଲୋକପ୍ରିୟତା ସାଉଁଟିଛନ୍ତି ।

ଭାରତୀୟ ଶିଶୁଙ୍କ ଉନ୍ନତ ଶିକ୍ଷା ପାଇଁ ଏନସିଆରଟି, ନୂଆଦିଲ୍ଲୀ ତରଫରୁ ସର୍ବଭାରତୀୟ ଚିତ୍ରକଳା ପ୍ରଦର୍ଶନୀ, କୋଣାର୍କ ନାଟ୍ୟ ମଣ୍ଡପ ଠାରେ ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଉଦଘାଟିତ ଚିତ୍ରକଳା ପ୍ରଦର୍ଶନୀ, ଚଲାପଥ, ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ, ବିକେ ଆର୍ଟ କଲେଜ, ଓଡିଶା ଲଳିତ କଳା ଏକାଡେମୀ ଆଦି ପ୍ରମୁଖ ଅନୁଷ୍ଠାନ ଓ ସଂସ୍ଥା ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ଚିତ୍ରକଳା ପ୍ରଦର୍ଶନୀରେ ବସନ୍ତ କୁମାରୀଙ୍କ ଚିତ୍ରମାନ ଅଂଶଗ୍ରହଣ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି।

ନିଜ ସାରସ୍ବତ କୃତୀ ପାଇଁ ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ, ଓଡିଶା ଲଳିତ କଳା ଏକାଡେମୀ, ଗଂଜାମ ଜିଲ୍ଲା କଳା ଶିକ୍ଷକ ସଂଘ, ଚଲାପଥ ସାହିତ୍ୟ ସଂସଦ, ଗଂଜାମ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ, ଜାତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ, ପୂର୍ବାଞ୍ଚଳ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର, ଟାଟା ଷ୍ଟିଲ, କୋଣାର୍କ ନାଟ୍ୟ ମଣ୍ଡପ, ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଆଦି ସାରସ୍ବତ ଉତ୍ସବରେ ବସନ୍ତ କୁମାରୀ ଚିତ୍ରକର ହିସାବରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିଲାବେଳେ ଶ୍ୱେତସଙ୍କେତ, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ, ମନସ୍ବିନୀ, ଚିଲିକା ସାହିତ୍ୟ ସମାଜ, ସିନ୍ଧୁ ଉର୍ମି ସାହିତ୍ୟ ସଂସଦ ଆଦି ଅନୁଷ୍ଠାନ ତରଫରୁ ସାହିତ୍ୟ ପାଇଁ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଉଭୟ କଳା ଓ ସାହିତ୍ୟ ପାଇଁ ସୁପ୍ରୀତି ଦେବୀ ଗନ୍ତାୟତ ସ୍ମୃତି ସମ୍ମାନ, ଟାଟା ଷ୍ଟିଲ ତରଫରୁ ଅସୀମା ଉପାଧି, ସିନ୍ଧୁ ଉର୍ମୀ ସାହିତ୍ୟ ସଂସଦ ତରଫରୁ ବହୁମୁଖୀ ପ୍ରତିଭା, ଗାନ୍ଧୀ ଗୌରବ ଆଦି ସମ୍ମାନ ପ୍ରାପ୍ତ ହୋଇଛନ୍ତି ।
ବସନ୍ତ ପରି ଶିଳ୍ପୀ ବସନ୍ତ କୁମାରୀ ସାମନ୍ତ ତାଙ୍କ ବହୁବର୍ଣ୍ଣି ସର୍ଜନକୁ ନେଇ କଳାପ୍ରେମୀଙ୍କ ହୃଦୟରେ ଘର କରି ରହିଛନ୍ତି ।

-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?