Posted inଫୁରସତ

ଏହି ଦେଶରେ କମୁଛି ସମୁଦ୍ର ଜଳ, କାରଣ ଖୋଜୁଛନ୍ତି ବୈଜ୍ଞାନିକ

ବଢୁଥିବା ସମୁଦ୍ର ଜଳ ଯୋଗୁ ସମଗ୍ର ବିଶ୍ୱ ଅସୁବିଧାରେ ପଡ଼ିଛି। ଏପରିକି ଅନେକ ସହରରେ ବୁଡ଼ିଯିବାର ଅବସ୍ଥା ମଧ୍ୟ ହୋଇଯାଇଛି। ନିକଟରେ ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ତା’ ରିପୋର୍ଟରେ କହିଛି, ଗତ ୧୦୦ ବର୍ଷ ମଧ୍ୟରେ ଆମେରିକାର ସମୁଦ୍ର ପତ୍ତନ ଆସନ୍ତା ୩୦ବର୍ଷ ମଧ୍ୟରେ ବୃଦ୍ଧି ପାଇବ ନାହିଁ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେତେବେଳେ ସମଗ୍ର ବିଶ୍ୱରେ ଜଳସ୍ତର ବୃଦ୍ଧି ହେଉଥିବା ବେଳେ ଏମିତି ଗୋଟିଏ ଦେଶ ଅଛି, ଯେଉଁଠି ସମୁଦ୍ର ଜଳ ହ୍ରାସ ପାଇବାରେ ଲାଗିଛି। ହଠାତ୍‌ କାହିଁକି ଏହା ଘଟିଲା ସେ ବିଷୟରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ମାଲ୍ଟା ଏବଂ ଗୋଜୋ ଉପକୂଳରେ ଥିବା ସମୁଦ୍ର ଜଳ ରେକର୍ଡ ସ୍ତରକୁ ଖସି ଆସିଛି। ଜାନୁୟାରୀରୁ ପ୍ରାୟ ୫୦ ସେମି ହ୍ରାସ ଘଟିଛି। ଜଳ ଅଭାବରୁ ସମୁଦ୍ର କୂଳ ଚଉଡ଼ା ହୋଇଗଲାଣି। ତେବେ ପ୍ରଶ୍ନ ଉଠୁଛି ୫୦ ସେଣ୍ଟିମଟର ପାଣି କୁଆଡ଼େ ଗଲା?

ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ହାରାହାରି ୧୫ ସେମି ହ୍ରାସ ରେକର୍ଡ କରାଯାଇଛି। ମାର୍ଚ୍ଚରେ ଜଳ ସର୍ବନିମ୍ନ ଥିବାବେଳେ ନଭେମ୍ବରରେ ଏହା କମ୍‌ ଥିଲା। କିନ୍ତୁ ଏଥର ଜାନୁୟାରୀ ଏବଂ ଫେବୃୟାରୀରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଅକ୍ଟୋବର ୧୯୯୨ରୁ ମାର୍ଚ୍ଚ ୧୯୯୩ ମଧ୍ୟରେ ୪୦ ସେମିର ସର୍ବନିମ୍ନ ହ୍ରାସ ରେକର୍ଡ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଯେତେବେଳେ ସମଗ୍ର ବିଶ୍ୱରେ ଜଳ ସ୍ତର ବଢୁଛି, ସେତେବେଳେ ଏହି ହ୍ରାସ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri