କଟକଣାକୁ ଫୁ, ଅବାଧରେ ଚାଲିଛି ଶିକାର

କେନ୍ଦ୍ରାପଡ଼ା, ୨୨ା୨ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ଜାତୀୟ ଉଦ୍ୟାନ ଭିତରକନିକାରେ ବନ ବିଭାଗ କଟକଣାକୁ ଶିକାରୀ ଫୁ କରି ଅବାଧରେ ଶିକାର କରୁଛନ୍ତି। ୩ଦିନ ତଳେ ଭିତରକନିକା ମଧ୍ୟରୁ ହରିଣ ଶିକାର ଅଭିଯୋଗରେ ଶୈଳେନ୍ଦ୍ରସରାଇ ଗଁାର ସୁରେନ୍ଦ୍ର ଦାସଙ୍କଠାରୁ ବନ ବିଭାଗ ଟିମ୍‌ ୧୨ କିଗ୍ରା ମାଂସ ଜବତ ସହ ଗିରଫ କରିଥିଲେ। ମାସକ ମଧ୍ୟରେ ରାଜନଗର ବନଖଣ୍ଡ ଅଧୀନ ଭିତରକନିକା ଅଞ୍ଚଳରୁ ଅବାଧରେ ହରିଣ, ବାର୍‌ହା ଆଦି ଶିକାର କରୁଥିବା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସେହିପରି ଦୁଇ ଦଶନ୍ଧି ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ବନ୍ୟ ଓ ସାମୁଦ୍ରିକ ପ୍ରାଣୀ, ଦେଶୀ ବିଦେଶୀ ପ୍ରଜାତିର ପକ୍ଷୀ ଆଦି ଶିକାର କରି ବନ ବିଭାଗ ଦ୍ୱାରା ୪୦୦ରୁ ଅଧିକ ଶିକାରୀ ଧରାପଡ଼ିଛନ୍ତି। ଏମାନେ ଗିରଫ ହେଉଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଦୋଷୀ ଭାବେ ପ୍ରମାଣିତ କରିବା ଓ ତାଙ୍କୁ ଦଣ୍ଡବିଧାନ କରିବା ବନ ବିଭାଗ ପକ୍ଷରୁ ଯଥେଷ୍ଟ ଉଦ୍ୟମ ହେଉନାହିଁ। ଫଳରେ ପ୍ରତିବର୍ଷ ୧୦ରୁ ୩୦ଟି ଶିକାର ଘଟଣାରେ ଅଭିଯୁକ୍ତ ଗିରଫ ହେଉଥିଲେ ମଧ୍ୟ ଏହାର ସୁପ୍ରଭାବ ପଡୁନାହିଁ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ବିଭାଗୀୟ କାଗଜପତ୍ରରେ ସୀମିତ ରହିଥିବା ବେଳେ ଜାତୀୟ ଉଦ୍ୟାନର ଜୀବଜନ୍ତୁ ବିପଦରେ ଅଛନ୍ତି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସଂରକ୍ଷଣ ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁବାସ ସ୍ବାଇଁ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ୨୦୧୫ରେ ୨ଜଣ ବ୍ୟକ୍ତି ୪ଟି ବଗ ମାରିବା ଅଭିଯୋଗରେ କିଛିଦିନ ପାଇଁ ଜେଲ ଯାଇଥିଲେ। ତେବେ ତଥ୍ୟ ଅନୁଯାୟୀ ୫ ବର୍ଷ ମଧ୍ୟରେ ୬ଜଣ ଅଭିଯୁକ୍ତ କୁମ୍ଭୀର ଓ ହରିଣ ମାରିଥିବା ଅଭିଯୋଗରେ ବନ ବିଭାଗ ଗିରଫ କରିଥିଲେ ମଧ୍ୟ ସେମାନେ ଦୋଷମୁକ୍ତ ହୋଇଛନ୍ତି।
ଅପରପକ୍ଷରେ ଶତାଧିକ ମାମଲା କୋର୍ଟରେ ଅଛି। ଏଗୁଡ଼ିକ ତୁରନ୍ତ ବିଚାର କରି ଦଣ୍ଡ ବିଧାନ କରାଗଲେ ଶିକାରୀ ଆଇନ ପ୍ରତି ସଚେତନ ହୋଇପାରନ୍ତେ। ଭିତରକନିକାରେ ଏବେ ୨୦୦ରୁ ଅଧିକ ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ଉପରେ ଏହି ଶିକାରୀଙ୍କ ନଜର ପଡ଼ିଛି। ପ୍ରତିବର୍ଷ ବାର୍‌ହା, ଠେକୁଆ, ହରିଣ ଆଦି ଶିକାର କରାଯାଉଥିବା ବେଳେ ସରୀସୃପ, କଇଁଛ, ଶାମୁକା, ନୀଳରକ୍ତ କଙ୍କଡ଼ା ଆଦିର ଚୋରା ଚାଲାଣ ବଢ଼ିଛି। ଏଠାରେ ବିଭିନ୍ନ ଉପାୟରେ ଶିକାର ଚାଲିଛି। ବାର୍‌ହା, ହରିଣ, ଠେକୁଆ ଆଦି ବନ୍ୟ ଜନ୍ତୁଙ୍କୁ ଧରିବା ପାଇଁ ଫାଶ ଓ ପୋଷା କୁକୁର ବ୍ୟବହାର ହେଉଛି। ପ୍ଲାଷ୍ଟିକ ରଶି ଅଥବା ବାଇକ୍‌ର କ୍ଲଚ ୱେୟାରକୁ ଫାଶ ଭାବେ ବ୍ୟବହାର କରାଯାଉଥିବା ବେଳେ ଶିକାରକୁ ଘଉଡ଼ାଇବା ପାଇଁ କୁକୁରଙ୍କୁ ଲଗାଯାଉଛି। ସେହିପରି ବିଭିନ୍ନ ପଶୁପକ୍ଷୀଙ୍କ ପାଇଁ ଜାଲ ଓ ଯନ୍ତାର ସାହାରା ନିଆଯାଉଛି। ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଭିତରକନିକାରୁ କମିବା କାରଣରୁ ପ୍ରକୃତି ସନ୍ତୁଳିତ ହୋଇ ରହୁନାହିଁ। ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ଜଙ୍ଗଲ ଅଧିକ ଘଞ୍ଚ ହୋଇଥାଏ। ତେବେ ଏମାନଙ୍କ ସୁରକ୍ଷା ଦାୟିତ୍ୱ ବନ ବିଭାଗର କେବଳ କାଗଜପତ୍ରରେ ସୀମିତ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବନ୍ୟ ପ୍ରାଣୀ ଆଇନ ବିଶାରଦ ତଥା ଆଇନଜୀବୀ ସୁଶ୍ରୀ କୁମାରୀ ନାୟକ କହିଛନ୍ତି, ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଉପଯୁକ୍ତ ପ୍ରମାଣ ଆବଶ୍ୟକ। ମାମଲାର ଶୁଣାଣି ପାଇଁ ଅଧିକ ସମୟ ନିଆଯାଉଥିବାରୁ ଅଧିକାଂଶ ପ୍ରମାଣ ନଷ୍ଟ ହେଉଛି। ସେହିପରି ଫରେନ୍‌ସିକ ଟେଷ୍ଟ ରିପୋର୍ଟର ଅଭାବ, ସାକ୍ଷୀଙ୍କ ଅସହଯୋଗ ଶିକାରୀଙ୍କୁ ଦୋଷମୁକ୍ତ କରୁଛି। ବନ ବିଭାଗ ପକ୍ଷରୁ କେବେହେଲେ ଆଙ୍ଗୁଠି ଛାପ ନିଆଯାଉ ନ ଥିବା ବେଳେ ଆର୍ମସ ଆକ୍ଟ ଲଗାଯାଉନାହିଁ। ସେହିପରି ତଦନ୍ତ ଅଧିକାରୀଙ୍କ ବୟାନ ମାମଲାର ସୁପରିଚାଳନା ପାଇଁ ଅଧିକ ଗୁରୁତ୍ୱ ବହନ କରେ। ତେବେ ଏସବୁ ମାମଲାରେ ଡିଏଫ୍‌ଓଙ୍କୁ ସାମିଲ କରାଉଛି ବୋଲି ସେ ମତ ଦେଇଛନ୍ତି। ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କର୍ତ୍ତବ୍ୟ ନିଷ୍ଠାର ସହ କର୍ମଚାରୀ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା

ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri