ଜିଲା ବାହାରେ ଡିଏମ୍‌ଏଫ୍‌ ଖର୍ଚ୍ଚ ବନ୍ଦକର

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୭ା୭(ସ୍ବ.ପ୍ର.): ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ହେଉଛି ଜିଲାର ନିଜସ୍ବ ଅର୍ଥ। ଜିଲାର ଖଣି ଖାଦାନ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ଏହାର ବିନିଯୋଗ ହେବ। କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ ରାଜ୍ୟ ସରକାର ଏହି ପାଣ୍ଠିର କାର୍ଯ୍ୟ, ଖର୍ଚ୍ଚ ନିଷ୍ପତ୍ତି ବା ମଞ୍ଜୁର କରିପାରିବେ ନାହିଁ। ରାଜ୍ୟ ସରକାରଙ୍କ କୌଣସି ଯୋଜନାରେ ଏହା ଖର୍ଚ୍ଚ କରାଯାଇପାରିବ ନାହିଁ। ରାଜ୍ୟ ସରକାର ଏହି ଅର୍ଥକୁ ନିଜସ୍ବ ତହବିଲ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ନେବା କିମ୍ବା ଜିଲା ବାହାର କୌଣସି ସ୍କିମ୍‌ରେ ଖର୍ଚ୍ଚ କରୁଛନ୍ତି। ଏହା ଜାଣିବା ପରେ ଡିଏମ୍‌ଏଫ୍‌ ଅର୍ଥକୁ କୌଣସି ପରିସ୍ଥିତିରେ ଜିଲା ବାହାରେ ଖର୍ଚ୍ଚ ନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ତାଗିଦ୍‌ କରିଛନ୍ତି। ଏ ନେଇ ଖଣି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାଇନ୍ସ ମିନେରାଲ୍ସ (ଡେଭଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ) ଆକ୍ଟ-୧୯୫୭ର ଧାରା ୯(ବି) ଅନୁସାରେ ୨୦୧୫ରୁ ଖଣି ଖନନ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ଓ ସମ୍ପୃକ୍ତ ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌ ଗଠନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଖଣି ଥିବା ଦେଶର ୬୦୦ ଜିଲାରେ ଡିଏମ୍‌ଏଫ୍‌ ଗଠନ କରାଯାଇଛି। କେତେକ ରାଜ୍ୟରେ ଡିଏମ୍‌ଏଫ୍‌ ପାଣ୍ଠିକୁ ଦୁରୁପଯୋଗ କରି ରାଜ୍ୟସ୍ତରୀୟ ପାଣ୍ଠି ବା ରାଜ୍ୟ ସରକାରୀ ତହବିଲ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି କିମ୍ବା ସେଭଳି ଅନ୍ୟ ସ୍କିମ୍‌କୁ ଟ୍ରାନ୍ସଫର କରାଯାଉଥିବାରୁ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଡିଏମ୍‌ଏଫ୍‌ ପାଣ୍ଠିକୁ ଖଣି ଲିଜ୍‌ଧାରୀମାନେ ନିର୍ଦ୍ଧାରିତ ପ୍ରତିଶତର ରୟାଲଟି ପ୍ରଦାନ କରିବେ। ଧାରା ୯ (ବି) ଅନୁଯାୟୀ ଏହି ଅର୍ଥ ଖଣି ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ଥଇଥାନ ଓ ସମ୍ପୃକ୍ତ ଅଞ୍ଚଳର ବିକାଶରେ ବ୍ୟବହାର ହେବ। ଡିଏମ୍‌ଏଫ୍‌ ଅର୍ଥକୁ କୌଣସି ରାଜ୍ୟସ୍ତରୀୟ ସଂସ୍ଥାକୁ ହସ୍ତାନ୍ତର କରିବା ଉକ୍ତ ଆଇନର ଧାରା ୯ (ବି)ର ଖିଲାପ ବୋଲି ଚିଠିରେ କୁହାଯାଇଛି।
ଜିଲା ଖଣିଜ ପ୍ରତିଷ୍ଠାନ ନିଜ ଅର୍ଥକୁ ନିଜେ ଖର୍ଚ୍ଚ କରିବେ। ଏଥିରେ ରାଜ୍ୟ ସରକାରଙ୍କ କୌଣସି ପ୍ରକାର ହସ୍ତକ୍ଷେପକୁ ବିରୋଧ କରାଯାଇଛି। ଉକ୍ତ ଆଇନକୁ କଡ଼ାକଡ଼ି ପାଳନ କରିବା ସହ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ରାଜ୍ୟସ୍ତରୀୟ ପାଣ୍ଠି ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଅଥବା ଅନ୍ୟ ଫଣ୍ଡ ବା ସ୍କିମ୍‌କୁ ଟ୍ରାନ୍ସଫର ନ କରିବାକୁ କୁହାଯାଇଛି। ରାଜ୍ୟ ସରକାର କିମ୍ବା ରାଜ୍ୟସ୍ତରୀୟ ଏଜେନ୍ସି ଜରିଆରେ ଡିଏମ୍‌ଏଫ୍‌ ଅଥର୍ର୍କୁ ଖର୍ଚ୍ଚ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଆଦେଶ ରହିଛି। ଏହାକୁ ଅନୁପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri