ବେଆଇନ ଗଞ୍ଜେଇ ଚାଷ ବନ୍ଦ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ଏକ ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ବେଆଇନ ଗଞ୍ଜେଇ ଚାଷ ପ୍ରତିରୋଧ ସମ୍ବନ୍ଧିତ ଆଇନଗତ ଏବଂ କାର୍ଯ୍ୟାନ୍ବୟନ ବିଷୟ ଆଲୋଚନା ପାଇଁ ତଥ୍ୟ ରଖିଥିଲେ। ଜିଲାୱାରି ସ୍ଥିତିର ସମୀକ୍ଷାକରି ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ଅଧିକ ଶାଣିତ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପୋଲିସ, ଅବକାରୀ ଏବଂ ରାଜସ୍ବ ବିଭାଗ ଅଧିକାରୀମାନେ କ୍ଷେତ୍ରସ୍ତରରେ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳର ସବୁ ପରିବାର ଏ ବେଆଇନ୍‌ କାର୍ଯ୍ୟରେ ସମ୍ପୃକ୍ତ ନୁହନ୍ତି। ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିଷୟରେ ସୂଚନା ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଗଞ୍ଜେଇ ଚାଷ ଅଞ୍ଚଳ ଚିହ୍ନଟ କରିବା ନିମନ୍ତେ ସାଟେଲାଇଟ୍‌ ଏବଂ ଡ୍ରୋନ୍‌ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଗଞ୍ଜେଇ ଚାଷ ଉପରେ ର୍ନିଭର କରି ଚଳୁଥିବା ଗରିବ ପରିବାରଙ୍କ ନିମନ୍ତେ ଲକ୍ଷ୍ୟଭେଦୀ ବିକଳ୍ପ ଜିବୀକା ର୍ନିବାହ ପନ୍ଥା ଓ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜେଇ ଚାଷ ବିରୋଧରେ ଜନସଚେତନତା ଏବଂ ଜନମତ ସୃଷ୍ଟି ଉପରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସିତ ହେଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ସକାଳେ ନିଷ୍କାସିତ ହୋଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ପ୍ରଥମେ ହୀରାକୁଦ ଡ୍ୟାମ୍‌ର ୭ ନମ୍ବର...

ଚାଷୀଙ୍କ କ୍ଷତିଭରଣା ପୂର୍ବରୁ ଆରମ୍ଭ ରାଜନୈତିକ ଟଣାଓଟରା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପ୍ରତ୍ୟେକ ଥର ବାତ୍ୟା ପରେ ସହାୟତା ଏବଂ କ୍ଷତିପୂରଣ ମିଳିବା ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ଆସିବା ପରେ ଯେପରି ରାଜନୀତି ଜୋର୍‌ ଧରେ ଏଥର...

ପ୍ରଥମେ ବିରିୟାନୀ, ଏବେ ରଙ୍ଗମିଶା ଭାତ: ୧୭ ତାରିଖ ପର୍ଯ୍ୟନ୍ତ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଖାଇବାକୁ ପାଉ ନ ଥିବା ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଇଦେବାକୁ ରାଜ୍ୟ ସରକାର ଗତ ମାର୍ଚ୍ଚରେ ୫୪ ଲକ୍ଷ...

୧୦୦ ପଞ୍ଜୀକୃତଙ୍କଠାରେ କରୋନା ଲକ୍ଷଣ ସନ୍ଦେହ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ନୂଆ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ସେହି ୨ଜଣ ପଜିଟିଭ୍‌ ଆକ୍ରାନ୍ତ ରହିଛନ୍ତି। ଏହି ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୧୧।୪-କରୋନା ମହାମାରୀର ନିରାକରଣ ନିମନ୍ତେ ଇନ୍‌ଟାକ୍‌ ବାଲେଶ୍ୱର ଚାପ୍ଟରର ସଭ୍ୟବୃନ୍ଦଙ୍କ ବ୍ୟକ୍ତିଗତ ସାହାଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୧ହଜାର ଟଙ୍କାର ଚେକ୍‌ ଶୁକ୍ରବାର...

ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଓଡ଼ିଶାର ଖାଉଟି, ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ନୁହେଁ ସପ୍ତାହକୁ ଦୁଇଥର ବଜାରକୁ ଯାଆନ୍ତୁ: ସୁରେନ୍ଦ୍ର କୁମାର

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଲକ୍‌ଡାଉନ୍‌ ସ୍ଥିତିରେ ସାରା ଓଡ଼ିଶାର ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ଏ...

ପୁଣି ବର୍ଷା: ୧୮ରେ ହାଲ୍‌କା ୧୯, ୨୦ରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ, ଉତ୍ତର ପଶ୍ଚିମ...

୨ ମିନିଟ୍‌ ୧୧ ସେକେଣ୍ଡ ହେବ ରାଜ୍ୟ ସଙ୍ଗୀତ

ଭୁବନେଶ୍ୱର,୮ା୬(ବ୍ୟୁରୋ)- ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିବେ ରାଜ୍ୟ ସରକାର। ରାଜ୍ୟ ସଙ୍ଗୀତକୁ ନେଇ ରହିଥିବା ନୀତି ନିୟମକୁ ଅନୁକରଣ...

Advertisement
Archives

Model This Week