ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର କରିଥାନ୍ତି। ବିଭିନ୍ନ ପ୍ରକାର କର୍ମ ଅଙ୍ଗାଙ୍ଗୀ ଭାବେ ଆମ ସହିତ ଜଡ଼ିତ। ସେଥିମଧ୍ୟରୁ ଏମିତି ଏକ କର୍ମ ହେଉଛି ଗୋଡ଼ି ଛାଣିଲେ ମିଳେ ପଇସା। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ସହର ଦେବୀ ଗଡ଼ା ଘାଟର ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ। ବର୍ତ୍ତମାନ ନଦୀ ପାଣି କମ୍‌ଥିବାରୁ ପାଖାପାଖି ୧୫ରୁ ୨୦ଜଣ ମହିଳା ନଦୀ ଭିତରେ ପଶି ଭିତରୁ ଏକ ପାଛିଆ ମାଧ୍ୟମରେ ବାଲିକୁ ସଂଗ୍ରହ କରିଥାନ୍ତି। ଏହି ବାଲିକୁ ନଦୀ ପାଣିରେ ଛାଣି ଛାଣି ସେଥିରୁ ଗୋଡ଼ି ବାହାର କରିଥାନ୍ତି। ଆଉ ଏହି ଗୋଡ଼ିକୁ ମାଣ୍ଡିଆ(କୁଣ୍ଡ)ରେ ଭର୍ତ୍ତି କରିଥାନ୍ତି। ମାଣ୍ଡିଆଟି ସମ୍ପୂର୍ଣ୍ଣ ଗୋଡ଼ିରେ ଭର୍ତ୍ତି ହେଲା ପରେ ମହିଳାମାନେ ମାଣ୍ଡିଆକୁ ଟେକି ନଦୀକୂଳରେ ଜମା କରିଥାନ୍ତି। ଏହି ମହିଳାମାନେ ପାଖାପାଖି ୫ମାସ ପର୍ଯ୍ୟନ୍ତ ଏହି ଗୋଡ଼ି ଛଣା କାର୍ଯ୍ୟ କରିଥାନ୍ତି। ନଦୀରେ ପାଣି ଆସିଗଲେ ଏହି କାମକୁ ବନ୍ଦ କରି ଦେଇଥାନ୍ତି। ବର୍ତ୍ତମାନ ଶୀତ ଋତରୁ ଥଣ୍ଡାର ପ୍ରକୋପ ମଧ୍ୟ ଅତ୍ୟଧିକ। ଏହି ଥଣ୍ଡାରେ ଯେଉଁଠାରେ କେତେଜଣ ଲୋକ ଗାଧେଇବାକୁ ଚାହାନ୍ତି ନାହିଁ, ସେଠାରେ ଏହି ମହିଳାମାନେ ନଦୀର ଥଣ୍ଡା ଜଳରେ ପ୍ରବେଶ କରି ପାଖାପାଖି ୫ରୁ ୬ ଘଣ୍ଟା ପଶି ରହି ଗୋଡ଼ି ଛଣା କାର୍ଯ୍ୟ କରିଥାନ୍ତି। ମହିଳାମାନେ ଏହି ଗୋଡ଼ିକୁ ସଂଗ୍ରହ କରି ମାଣ୍ଡିଆ ପିଛା ୪୦ରୁ ୫୦ ଟଙ୍କାରେ ବିକିଥାନ୍ତି। ଏହି ଗୋଡ଼ି କେବଳ ଟ୍ୟୁବ୍‌ୱେଲ ନିର୍ମାଣ କାର୍ଯ୍ୟରେ ଆସିଥାଏ। ୫ ମାସ କାର୍ଯ୍ୟ କରି ବର୍ଷ ସାରା ଗୋଡ଼ି ବିକ୍ରି କରି ଦୁଇ ପଇସା ରୋଜଗାର କରି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ସକାଳୁ ମହିଳାମାନେ ନିଜ ଘର କାମ ସାରି ପୂର୍ବାହ୍ନ ୧୧ଟା ଭିତରେ ବୈତରଣୀ ନଦୀର ଦେବୀଗଡ଼ା ଘାଟକୁ ଆସିଥାନ୍ତି। ପରେ ନଦୀର ଥଣ୍ଡା ପାଣିକୁ ଖାତିର ନ କରି ପ୍ରବେଶ କରି ବାଲିି ଗୋଡ଼ିକୁ ପାଛିଆରେ ଛାଣିଥାନ୍ତି। ଏହି କାମ ପାଖାପାଖି ୫ ରୁ ୬ ଘଣ୍ଟା ପର୍ଯ୍ୟନ୍ତ କରି ସଞ୍ଜ ହେବା ପୂର୍ବରୁ ନିଜ ନିଜ ଘରକୁ ଫେରିଯାନ୍ତି। ଏହିପରି ପାଞ୍ଚ ମାସ ପର୍ଯ୍ୟନ୍ତ ନଦୀରୁ ଗୋଡ଼ି ଛଣା କାର୍ଯ୍ୟ ଚାଲିଥାଏ। ଏହି ମହିଳାମାନଙ୍କ ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ କି ଥଣ୍ଡା କି ଗରମ କିଛି ବି କାଟୁ କରିପାରେ ନାହିଁ। ପେଟକୁ ଦୁଇ ମୁଠା ଦାନା ଓ ନିଜ ପରିବାର ଭରଣ ପୋଷଣ ନିମନ୍ତେ ଏପରିି କଠିନ କାମ କରନ୍ତି ବୋଲି ଦେବୀଗଡ଼ା ଘାଟରେ ଗୋଡ଼ି ଛାଣୁଥିବା ଅନ୍ନପୂର୍ଣ୍ଣା ମାଝୀ କହିଛନ୍ତି। ଏହି ଗୋଡ଼ି ଛଣା କାର୍ଯ୍ୟ ପାଖାପାଖି ୩୦ ବର୍ଷ ଧରି ଏହି ସ୍ଥାନରେ ଚାଲି ଆସୁଛି। ଏହି କାମରେ ଆମକୁ କିଛି କଷ୍ଟ ଲାଗେ ନାହିଁ। ଆମେ ଏଥିରେ ଓତପ୍ରୋତ ଭାବେ ଜଡ଼ିତ। ବାକି ରହିଲା ଥଣ୍ଡା କଥା ପ୍ରଥମେ ପାଣିରେ ପ୍ରବେଶ କଲେ ଥଣ୍ଡା ଲାଗେ ଏହାପରେ ଗୋଡ଼ି ଛଣା କାମ ଆରମ୍ଭ ହୋଇଗଲେ ଆଉ ଥଣ୍ଡା ଲାଗେ ନାହିଁ। ଆମେ ଯଦି କାମ ନ କରିବୁ କିଏ ଆମକୁ ପଇସା ଦେବ। ତେଣୁ ଆମ ପାଇଁ ଏହି କାମ ବଡ଼। ଗୋଡ଼ି ଛଣା ସହିତ ସାହି ପଡ଼ିଶାରୁ ଆମ ସହିତ ଆସି କାମ କରୁଥିବା ମହିଳାମାନଙ୍କ ସହ କିଛି ଗପ କରି କାମ କରୁ କରୁ ସମୟ ଅତିବାହିତ ହୋଇଯାଏ ବୋଲି ଅମ୍ବିକା ମହାଳିକ ନାମକ ଜଣେ ମହିଳା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?