କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା ଇକ୍ୱିଟି ସୂଚକାଙ୍କ ସ୍ଥିତିରେ କ୍ରମାଗତ ହ୍ରାସ ଧାରାରେ ବିରାମ ଲାଗିଛି। ଆମେରିକା ଫେଡେରାଲ ରିଜର୍ଭ ଦ୍ୱାରା ସୁଧହାର ବୃଦ୍ଧି ଆଶଙ୍କା ହ୍ରାସ ପାଇବା ପରେ ଭାରତୀୟ ଶେୟାର ବଜାରରେ ଏହି ସୁଧାର ଦେଖିବାକୁ ମିଳିଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଶୁକ୍ରବାର କାରବାର ଅନୁସାରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେ ୦.୧୦ ପ୍ରତିଶତ ବୃଦ୍ଧି ସହ ଏହା ୨୩,୮୯୭.୭୦ ସ୍ତରରେ ବନ୍ଦ ହୋଇଥିବାବେଳେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ସେନ୍‌ସେକ୍ସରେ ୦.୪୮ ପ୍ରତିଶତ ବୃଦ୍ଧି ପାଇ ଏହା ୭୬,୫୧୫.୪୩ ସ୍ତରରେ ବନ୍ଦ ହୋଇଛି। ଶୁକ୍ରବାରର ସୁଧାର ସତ୍ତ୍ୱେ ନିଫ୍ଟି ସାପ୍ତାହିକ ଭିତ୍ତିରେ ୧.୧୫ ପ୍ରତିଶତ ହ୍ରାସ ପାଇଛି। ସେହିପରି ସେନ୍‌ସେକ୍ସ ଚଳିତ ସପ୍ତାହ କାରବାର ମଧ୍ୟରେ ପ୍ରାୟ ୭୫୦ ପଏଣ୍ଟ ତଳକୁ ଖସିଛି। ଆମେରିକା ଫେଡେରାଲ ଗଭନର୍ର୍ର କ୍ରିଷ୍ଟୋଫର ୱାଲରଙ୍କ ସକାରାତ୍ମକ ସଙ୍କେତ ଯୋଗୁ ଶୁକ୍ରବାର ଶେୟାର ବଜାର ଉତ୍ସାହ ସ୍ଥିତିକୁ ବଢ଼ାଇବାରେ ସାହାଯ୍ୟ କରିଥିଲା, ଯିଏ କି ପରବର୍ତ୍ତୀ ନୀତିଗତ ବୈଠକରେ ସୁଧହାର ଅପରିବର୍ତ୍ତିତ ରଖିବାକୁ ସମର୍ଥନ କରିଥିଲେ। ଏହାଦ୍ୱାରା ମେଟାଲ୍ସ, ଆର୍ଥିକ ସେବା ଏବଂ ସିମେଣ୍ଟ କ୍ଷେତ୍ର ସବୁଠାରୁ ଅଧିକ ଲାଭ କରିଥିବାବେଳେ ରିଅଲ୍ଟି, ହେଲ୍‌ଥକେୟାର, ଫାର୍ମା ଏବଂ ଆଇଟି କ୍ଷେତ୍ର ଉପରେ ବିକ୍ରି ଚାପ ଦେଖାଯାଇଥିଲା। ନିଫ୍ଟି ୫୦ ଷ୍ଟକ୍‌ ମଧ୍ୟରେ ଏସ୍‌ବିଆଇ ଲାଇଫ୍‌ , ଟାଟା ଷ୍ଟିଲ୍‌ ଏବଂ ଏଚ୍‌ଡିଏଫ୍‌ସି ଲାଇଫ ସବୁଠାରୁ ଆଗରେ ଥିବାବେଳେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ, ଭାରତୀ ଏୟାରଟେଲ ଏବଂ ମାରୁତି ସବୁଠାରୁ ପଛରେ ରହିଥିଲେ। ତେବେ ଶୁକ୍ରବାର କାରବାରରେ ବଜାରରେ ବ୍ୟାପକ ବିଭାଜିତ ଫଳାଫଳ ଦେଖିବାକୁ ମିଳିଥିଲା। ନିଫ୍ଟି ସ୍ମଲକ୍ୟାପ୍‌ ୧୦୦ ୦.୨୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ନିଫ୍ଟି ମିଡ୍‌କ୍ୟାପ୍‌ ୧୦୦ ୦.୨ ପ୍ରତିଶତ ହ୍ରାସ ପାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri