Posted inଜାତୀୟ

‘ଏବେ ବି ଶୋଇଛି କେନ୍ଦ୍ର’

ନୂଆଦିଲ୍ଲୀ/ ଚୁରାଚାନ୍ଦପୁର/କୋଲକାତା,୩୦ା୭(ପି.ଟି.): ମଣିପୁରରେ ପ୍ରାୟ ୩ ମାସ ହେଲା ଜାତିଆଣ ହିଂସା ଓ ଯୌନହିଂସା ଲାଗିରହିଛି। ସଂଘର୍ଷ ଯୋଗୁ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାୟନ କରିଛନ୍ତି। ଭାଜପା ଶାସିତ ଏହି ହିଂସା ପ୍ରଭାବିତ ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଶନିବାର ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ୨୧ ଜଣିଆ ପ୍ରତିନିଧି ଦଳ ଦୁଇଦିନିଆ ମଣିପୁର ଗସ୍ତରେ ଯାଇଛନ୍ତି। ସେମାନେ ହିଂସା କ୍ଷତିଗ୍ରସ୍ତ ଚୁରାଚାନ୍ଦପୁରରେ ଅପରାହ୍ନରେ ପହଞ୍ଚତ୍ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଥିବା କୁକି ନେତା ଓ ସିଭିଲ ସୋସାଇଟି ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ୨ ମହିଳାଙ୍କୁ ବଳାତ୍କାର ପରେ ଉଲଗ୍ନ ପରେଡ୍‌ ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦିଆଯାଇଥିବାବେଳେ ଏ ସମ୍ପର୍କରେ ବିରୋଧୀ ନେତାମାନେ କଥା ହୋଇଥିଲେ। କେନ୍ଦ୍ର ସରକାର ମଣିପୁର ଘଟଣାରେ କ’ଣ ଏପର୍ଯ୍ୟନ୍ତ ଶୋଇଛନ୍ତି କି ବୋଲି ଲୋକ ସଭାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଶ୍ନ କରିଛନ୍ତି। ବିରୋଧୀ ଟିମ୍‌ ଉଭୟ କୁକି ଏବଂ ମେଇତି ସମ୍ପଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ପକ୍ଷଙ୍କ ଆପତ୍ତି ଅଭିଯୋଗ ଶୁଣାଯିବ ବୋଲି ଟିଏମ୍‌ସି ନେତ୍ରୀ ସସ୍ମିତା ଦେବ କହିଛନ୍ତି। ଇତିମଧ୍ୟରେ ଇଣ୍ଡିଜେନସ୍‌ ଟ୍ରାଇବାଲ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌) ବ୍ୟାନରରେ ଆଦିବାସୀ ସଙ୍ଗଠନଗୁଡ଼ିକ ମଣିପୁରରେ ରାଷ୍ଟ୍ରପତି ଶାସନ ଦାବିକରି ଇଣ୍ଡିଆକୁ ପତ୍ର ଲେଖିଛନ୍ତି। ବିରୋଧୀ ମେଣ୍ଟର ସଦସ୍ୟମାନେ ଦେଶବାସୀଙ୍କୁ ଆମ ଦୁର୍ଦ୍ଦଶା ଜଣାନ୍ତୁ ବୋଲି ଆଇଟିଏଲ୍‌ଏଫ୍‌ ଅଧ୍ୟକ୍ଷ ପାଗିନ୍‌ ହାଓକିପ୍‌ ଏବଂ ସମ୍ପାଦକ ମୁଆନ୍‌ ଟୋମ୍ବିଙ୍ଗ୍‌ ଅନୁରୋଧ କରିଛନ୍ତି।

୨୧ ଜଣିଆ ବିରୋଧୀ ଟିମ୍‌ ଇମ୍ଫାଲରେ ପହଞ୍ଚତ୍ବା ପରେ ଦୁଇଟି ହେଲିକପ୍ଟରରେ ଚୁରାଚାନ୍ଦପୁର ଯାଇଥିଲେ। ସେମାନେ ଚୁରାଚାନ୍ଦପୁର କଲେଜ ଛାତ୍ରାବାସରେ ଖୋଲିଥିବା ରିଲିଫ୍‌ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଲୋକ ସଭାର କଂଗ୍ରେସ ଉପନେତା ଗୌରବ ଗୋଗୋଇଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍‌ ସେଠାର ଡନ୍‌ ବୋସ୍କୋ ସ୍କୁଲ୍‌ରେ ଖୋଲିଥିବା ରିଲିଫ୍‌ କ୍ୟାମ୍ପକୁ ଯାଇଥିଲେ। ଶାନ୍ତିର ବାର୍ତ୍ତା ପ୍ରଚାର ଲାଗି ଆମେ ମଣିପୁର ଆସିଛୁ ବୋଲି ଗୋଗୋଇ କହିଛନ୍ତି। ସେଠାରୁ ଇମ୍ଫାଲ ଫେରି ବିରୋଧୀ ଟିମ୍‌ ବିଷ୍ଣୁପୁର ଜିଲାର ମୋଇରାଙ୍ଗ କଲେଜଠାରେ ଥିବା ରିଲିଫ୍‌ କ୍ୟାମ୍ପ ପରିଦର୍ଶନ କରିବେ ଓ ସେଠାରେ ମେଇତି ସମ୍ପ୍ରଦାୟର ଲୋକମାନଙ୍କୁ ଭେଟିବେ। ରବିବାର ବିରୋଧୀ ପ୍ରତିନିଧି ଦଳ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ରାଜଭବନରେ ଭେଟି ବର୍ତ୍ତମାନର ସ୍ଥିତି ଏବଂ ଶୀଘ୍ର ଶାନ୍ତି ଫେରାଇଆଣିବା ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପରେ ଅପରାହ୍ନରେ ନୂଆଦିଲ୍ଳୀ ଫେରିଯିବେ। ମଣିପୁର ଗସ୍ତ ପୂର୍ବରୁ ନୂଆଦିଲ୍ଲୀରେ ଗୋଗୋଇ ଜାତିଆଣ ହିଂସା ଘଟଣାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଇବା ପାଇଁ ଦାବି କରିଥିଲେ। ପ୍ରତିନିଧି ଦଳର ଅନ୍ୟ ନେତାମାନେ ହେଲେ ଟିଏମ୍‌ସିର ସୁସ୍ମିତା ଦେବ,ଜେଏମ୍‌ଏମ୍‌ର ମହୁଆ ମାଜି, ଡିଏମ୍‌କେର କାନିମୋଝି, ଆର୍‌ଏଲ୍‌ଡିର ଜୟନ୍ତ ଚୌଧରୀ, ଆର୍‌ଜେଡିର ମନୋଜ କୁମାର ଝା, ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନ, ଜେଡିୟୁ ମୁଖ୍ୟ ରାଜୀବ ରଞ୍ଜନ ସିଂ (ଲଲ୍ଲନ), ଜେଡିୟୁର ଅନୀଲ ପ୍ରସାଦ ହେଗ୍‌ଡେ, ସିପିଆଇର ପି. ସନ୍ଦୋଶ କୁମାର ଏବଂ ସିପିଆଇ(ଏମ୍‌)ର ଏ.ଏ. ରହିମ ପ୍ରମୁଖ। ବିରୋଧୀ ପ୍ରତିନିଧି ମଣିପୁରରେ ପହଞ୍ଚତ୍ଥିବାବେଳେ ଦେଶ ଏବେ ଗମ୍ଭୀରତମ ସଙ୍କଟର ସମ୍ମୁଖୀନ ବୋଲି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ କହିଛନ୍ତି। ବେରୋଜଗାରି ସବୁଠୁ ବଡ଼ ସମସ୍ୟା ହୋଇଥିବାବେଳେ ମୁଦ୍ରାସ୍ଫୀତି ଯୋଗୁ ଘର ଚଳାଇବା କଷ୍ଟକର ହୋଇପଡ଼ିଥିବା ଚିଦାମ୍ବରମ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ ବ୍ଲକ୍‌ର ପ୍ରତିନିଧି ମଣିପୁର ଗସ୍ତକୁ କେବଳ ଶୋ’ବାଜି କହି ପରିହାସ କରିଛନ୍ତି। ଶନିବାର କୋଲକାତାରେ ପହଞ୍ଚତ୍ଥିବା ଭାଜପା ନେତା ଠାକୁର କହିଛନ୍ତି, ପୂର୍ବ ସରକାର ସମୟରେ ମଧ୍ୟ ଏହି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଜଳୁଥିଲା। ଯେଉଁମାନେ ସେଠାକୁ ଗସ୍ତରେ ଯାଇଛନ୍ତି, ସେମାନେ ପାର୍ଲାମେଣ୍ଟରେ ଗୋଟିଏ ଶବ୍ଦ ବି ଉଚ୍ଚାରଣ କରି ନ ଥିଲେ। ବିରୋଧୀ ଟିମ୍‌ ମଣିପୁରରୁ ଫେରିବା ପରେ ସେମାନେ ସଂସଦକୁ ଚଳାଇଦେବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବିରୋଧୀ ପ୍ରତିନିଧି ପଶ୍ଚିମବଙ୍ଗ ଆସି ସେଠାରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଅନୁଧ୍ୟାନ କରିବାକୁ ଅନୁରାଗ କଂଗ୍ରେସ ନେତା ଅଧୀର ରଞ୍ଜନଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri