ରାଇପାହାଡ଼ର ୧୮ପରିବାର ଆନ୍ଧ୍ର ହିତାଧିକାରୀ

ନନ୍ଦପୁର,୩୦ା୭(ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଳକ ଚାଟୁଆ ବୈଠକକୁ ଆନ୍ଧ୍ର-ଓଡ଼ିଶା ସୀମା ସମ୍ପର୍କିତ କୌଣସି କାଗଜପତ୍ର ଓ ମାନଚିତ୍ର ନ ଆଣି ଆସିଥିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ। ଫଳରେ ବୈଠକରେ ଆଲୋଚନା ଫଳପ୍ରଦ ହୋଇପାରି ନ ଥିଲା। ତେବେ ରାଇପାହାଡ଼ ଗ୍ରାମବାସୀଙ୍କୁ ଆନ୍ଧ୍ର ହିତାଧିକାରୀ ଓ ବିଭିନ୍ନ ଯୋଜନାରେ ସାମିଲ କରିଥିବା ପ୍ରମାଣ ଏବଂ ତାଲିକା ଦେଇ ନିଜ ଅନୁପ୍ରବେଶକୁ ସ୍ବୀକାର କରିଥିଲେ ଆନ୍ଧ୍ର ଅଧିକାରୀ। ରାଇପାହାଡ଼ ଗ୍ରାମକୁ ନିଜର ବୋଲି କହି ଆନ୍ଧ୍ର ଜୋର୍‌ କରୁଥିବା ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ କରିବାକୁ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ପ୍ରସ୍ତାବକୁ ଆମ କ୍ଷମତା ବାହାରେ କହି ଟାଳି ଦେଇଥିଲେ ଉପସ୍ଥିତ ଆନ୍ଧ୍ର ପ୍ରଶାସନିକ ଦଳର ନେତୃତ୍ୱ ନେଇଥିବା ଡୁମୁରିଗୁଡା ତହସିଲଦାର ସିଏଚ୍‌ ନାଗାମା। ଆନ୍ଧ୍ର ରାଇପାହାଡ଼ ଗ୍ରାମରେ ଅନୁପ୍ରବେଶକରି ଗ୍ରାମରେ ବସବାସ କରୁଥିବା ୧୮ ପରିବାରକୁ ରାଶନ, ଜବ୍‌କାର୍ଡ, ଭୋଟର କାର୍ଡ, ଜଙ୍ଗଲ ଜମି ପଟ୍ଟା, ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା, ୬ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ, ପାଣି, ବିଦ୍ୟୁତ୍‌ ଏଜିଏନ୍‌ଆର୍‌ଇଜିଏସ୍‌ରେ ସମସ୍ତ ପରିବାରକୁ କର୍ମନିଯୁକ୍ତି ଓ ଉନ୍ନୟନମୂଳକ କାର୍ଯ୍ୟର ହିତାଧିକାରୀଙ୍କ ତାଲିକା ଦେବା ଘଟଣାକୁ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଅଧିକାରୀ ଓ ବୁଦ୍ଧିଜୀବୀମାନେ ସହଜରେ କେହି ଗ୍ରହଣ କରିପାରିନାହାନ୍ତି। ଏହା ଆନ୍ଧ୍ରର ଓଡ଼ିଶା ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଉଛି।
ଆନ୍ଧ୍ର-ଓଡ଼ିଶା ସୀମା ନିର୍ଦ୍ଧାରଣ ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ବୈଠକକୁ ସମସ୍ତ କାଗଜପତ୍ର, ମ୍ୟାପ୍‌ ଧରି ଆସିବାକୁ ଆନ୍ଧ୍ରକୁ ଓଡ଼ିଶା ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେମାନେ କିଛି ନ ଆଣି ଆସିଥିଲେ। କେବଳ ରାଇପାହାଡ଼ରେ ଆନ୍ଧ୍ର କରୁଥିବା କାର୍ଯ୍ୟ ଓ ସହାୟତାର ତାଲିକା ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଦେଇ ବୈଠକକୁ ଅମୀମାଂସିତ ରଖି ଚାଲିଯାଇଥିଲେ ଆନ୍ଧ୍ର ଅଧିକାରୀମାନେ। ଉକ୍ତ ତାଲିକାରେ ଆନ୍ଧ୍ର ପକ୍ଷରୁ ରାଇପାହାଡ଼ରେ ବସବାସ କରୁଥିବା ୧୮ଟି ପରିବାରର ୬୫ ଜଣଙ୍କ ମଧ୍ୟରୁ ୧୬ ପରିବାରକୁ ରାଶନ କାର୍ଡ, ୧୦ ପରିବାର ନିମନ୍ତେ ଜବ୍‌କାର୍ଡ, ୨୫ ଜଣଙ୍କୁ ଭୋଟର କାର୍ଡ, ୧୨ ପରିବାରକୁ ଜଙ୍ଗଲ ଜମିପଟ୍ଟା, ୬୫ ଜଣଙ୍କୁ ଜନ୍ମ ପ୍ରମାଣପତ୍ର, ୬୩ ଜଣଙ୍କୁ ଆଧାର କାର୍ଡ, ୨୨ ଜଣକୁ ପ୍ରାଥମିକ ଶିକ୍ଷା ଓ ଗେମେଲି ଦଶରଥ ନାମୀ ନାମକ ଯୁବକଙ୍କୁ ଡିଗ୍ରୀ ଯାଏ ଶିକ୍ଷା ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି। ସୀମା ନିର୍ଦ୍ଧାରଣ କରିବାକୁ ଆସିଥିବା ଆନ୍ଧ୍ର ଅଧିକାରୀ ଗୋଟିଏ ପଟେ ସୀମା ସମ୍ପର୍କିତ କୌଣସି କାଗଜପତ୍ର ଓ ମାନଚିତ୍ର ଆଣି ନ ଥିବା କହି ସମୟ ମାଗିଥିଲେ। ଅନ୍ୟପଟେ ରାଇପାହାଡ଼ ଗ୍ରାମବାସୀଙ୍କୁ ନିଜ ହିତାଧିକାରୀ ବୋଲି ପ୍ରମାଣ ଓ ତାଲିକା ପ୍ରଦାନ କରିବାକୁ ସହଜରେ ଗ୍ରହଣ କରି ନ ଥିଲେ ଉପସ୍ଥିତ ଓଡ଼ିଶା ପ୍ରଶାସନିକ ଅଧିକାରୀ। ରାଇପାହାଡ଼ ଗ୍ରାମରେ ଆନ୍ଧ୍ରର ଉନ୍ନୟନମୂଳକ କାର୍ଯ୍ୟ ଜାରି ବନ୍ଦକରି ତୁରନ୍ତ ଏହି ରାଜ୍ୟର ଅନୁପ୍ରବେଶରେ ରୋକ ଲଗାଇବାକୁ ରାଜ୍ୟର ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧିମାନେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri