୬୦ ପ୍ରତିଶତ ଜମିରେ ହୋଇନି ତଳିରୁଆ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଜୁନ୍‌ରେ ନିଅଣ୍ଟିଆ ରହିଲା, ମୌସୁମୀ ବର୍ଷା ଯେତିକି ହେବା କଥା ସେତିକି ହେଲାନାହିଁ। ସ୍ବାଭାବିକଠାରୁ ପ୍ରାୟ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିିଲା। ନିଅଣ୍ଟିଆ ବର୍ଷା ଯୋଗୁ ଜିଲାରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଜୁଲାଇରେ ମଧ୍ୟ ସମାନ ସ୍ଥିତି। ଆବଶ୍ୟକ ବର୍ଷା ଅଭାବରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଗୋଟିଏପଟେ ପ୍ରାକୃତିକ ବିପର୍ଯ୍ୟୟ ଚାଷୀର ପିଛା ଛାଡ଼ୁ ନ ଥିବାବେଳେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀର ମେରୁଦେଣ୍ଡ ଦୋହଲିଗଲାଣି। ବିଳମ୍ବିତ ମୌସୁମୀ ଯୋଗୁ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଜୁନ୍‌ ସରିଲା। ଜୁଲାଇରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ସ୍ବାଭାବିକଠାରୁ କମ୍‌ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଛି। ଜୁଲାଇ ସୁଦ୍ଧା ୩୦୪ ମିମି ବର୍ଷା ହେବାର ରେକର୍ଡ ଲକ୍ଷ୍ୟ ରହିଥିବାବେଳେ ୨୫ ତାରିଖ ସୁଦ୍ଧା ୨୪୦ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ଜୁଲାଇ ଶେଷହେବାକୁ ଆସୁଥିବାବେଳେ ୨୨ ପ୍ରତିଶତ କମ୍‌ ରହିଛି। ପାଣିପାଗ ଅନୁମାନ ଚାଷୀକୁଳ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ଜୁଲାଇରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଜୁନର ନିଅଣ୍ଟିଆ ବର୍ଷାର ଭରଣା ଜୁଲାଇରେ ହେବ ବୋଲି ଚାଷୀ ଆଶା କରିଥିଲେ। ତେବେ ଚାଷୀଙ୍କ ସବୁ ଆଶା ଫସର ଫାଟିଗଲା। ଆଗକୁ ବର୍ଷା ସ୍ବାଭାବିକ ନ ହେଲେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ଏବେ ନିଅଣ୍ଟିଆ ବର୍ଷା ଲାଗି ରହିଛି। ଜୁଲାଇ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଲଘୁଚାପ ବର୍ଷା ଚାଷୀଙ୍କ ମୁଖରେ ହସ ଫୁଟାଇଥିଲା। ପରେ ସ୍ବଳ୍ପବୃଷ୍ଟି କାରଣରୁ ଚାଷୀର ଆଶା ମଉଳିଗଲା। ସାଧାରଣତଃ ଜୁନ ତୃତୀୟ ସପ୍ତାହଠାରୁ ବର୍ଷା ଆରମ୍ଭ ହୋଇ ଜୁଲାଇରେ ୧୫ରୁ ୨୦ଦିନ ବର୍ଷା ହୋଇଥାଏ। ଏହି ସମୟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଏ। ତେବେ ଜୁଲାଇ ପ୍ରଥମ ସପ୍ତାହରେ ସ୍ବାଭାବିକ ଠାରୁ କମ୍‌ ପରିମାଣ ବର୍ଷା ଅର୍ଥାତ ମାତ୍ର ୫୦ ପ୍ରତିଶତ ବର୍ଷା ରେକର୍ଡ କରାଯାଇଥିବା ବେଳେ ଦ୍ୱିତୀୟ ସପ୍ତାହ ସୁଦ୍ଧା ୫୧ ପ୍ରତିଶତ ବର୍ଷା ହୋଇଥିଲା। ଜୁନ ପ୍ରଥମ ସପ୍ତାହରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨ୟ ଓ ୩ୟ ସପ୍ତାହରେ କମ୍‌ ହୋଇଥିଲା। ଜୁନ ଶେଷ ସୁଦ୍ଧା ହାରାହାରି ୧୨୬.୬ ମିମି ବର୍ଷା ହୋଇଥିଲା। ତେବେ ଜୁଲାଇ ସରିବାକୁ ଦୁଇଦିନ ରହିଥିବା ବେଳେ ସ୍ବାଭାବିକ ବର୍ଷାଠାରୁ କମ୍‌ ବର୍ଷା ଚାଷୀଙ୍କ ମୁଖରୁ ପୁଣି ଥରେ ହସ ଛଡାଇନେଇଛି। ଜଳସେଚିତ ଜମିକୁ ବାଦ ଦେଲେ ଢିପ ଜମିରେ ବୁଣାବୁଣି ଓ ମଧ୍ୟମ ଜମିରେ ତଳି ପକାଇବା ପାଇଁ ବର୍ଷା ଯଥେଷ୍ଟ ନୁହେଁ। ପୁଣି ଆଗାମୀ ସପ୍ତାହ ଯାଏ ଭଲ ବର୍ଷାର ସମ୍ଭାବନା ନ ଥିବାରୁ ବୁଣାବୁଣି ବିଳମ୍ବ ହେବ।
କୃଷି ବିଭାଗ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଜିଲାରେ ୬୦ ପ୍ରତିଶତ ଜମିରେ ତଳି ରୁଆ ହୋଇପାରିନାହିଁ। ଜଳସେଚିତ ଜମିରେ ବୁଣାକାମ ସରିଥିବାବେଳେ ଅଣଜଳସେଚିତ ଜମିରେ ବର୍ଷା ଅଭାବରୁ ତଳି ପୋଡ଼ିଗଲାଣି। ୧ଲକ୍ଷ ୨୦ ହଜାର ୧୫୦ ହେକ୍ଟର ଚାଷଜମି ରହିଛି। ଚଳିତ ଖରିଫ ଋତୁରେ ୧ଲକ୍ଷ ୩ହଜାର ୧୬୦ ହେକ୍ଟର ଜମିରେ ଧାନ ଫସଲ ଅମଳ ଲକ୍ଷ୍ୟ ରଖିଛି କୃଷି ବିଭାଗ। ତନ୍ମଧ୍ୟରୁ ୧୭ ହଜାର ୪୭୫ ହେକ୍ଟର ଢିପ, ୪୩ ହଜାର ୩୩୮ ହେକ୍ଟର ସମତୁଲ ଜମି ଏବଂ ଅବଶିଷ୍ଟ ୪୮,୮୦୭ ହେକ୍ଟର ତଳିଆ ଜମିରେ ଖରିଫ ଧାନ ଫସଲ ଅମଲ ଲକ୍ଷ୍ୟ ରହିଥିବା ବେଳେ ୨ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଦୟା, ମଲାଗୁଣୀ, ରଣ ପ୍ରଭୃତି ନଦୀ ଦ୍ୱାରା ୨୧,୦୯୦ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ବେଳେ କେନାଲ ଦ୍ୱାରା ୬୮୧୫ ହେକ୍ଟର ଜମି, ଉଠାଜଳସେଚନ ଦ୍ୱାରା ୩୩୧୭ ହେକ୍ଟର, ନଳକୂପ ଜରିଆରେ ୭୩୦ ହେକ୍ଟର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସ ଦ୍ୱାରା ୧୫୯ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇଥାଏ। ଜିଲାବ୍ୟାପୀ ପ୍ରାୟ ୫୬,୭୨୧ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ରହିଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି। ତେବେ ଜୁଲାଇ ୨୫ ସୁଦ୍ଧା ୩୯,୯୬୨ ହେକ୍ଟର ଚାଷଜମିରେ ଧାନଚାଷ ହୋଇଛି। ଏହାର ପରିମାଣ ୩୮ ପ୍ରତିଶତ। ବଳକା ଜମିରେ ତଳିପକା ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି।
ଗତ ଦୁଇବର୍ଷ ଧରି ସ୍ବାଭାବିକଠାରୁ କମ୍‌ ବର୍ଷା, ଅନାବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଯେନତେନ ପ୍ରକାରେ ଚାଷୀ ଚାଷ କରିଥିବା ବେଳେ ଅମଳ ସମୟରେ ଲଘୁଚାପ ବର୍ଷା, ବନ୍ୟା ବାତ୍ୟା ଯୋଗୁ ଜମିରେ ପାଚିଲା ଧାନ ପଚିଶଢ଼ି ନଷ୍ଟ ହୋଇଥିଲା। ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ରହିଛି। କେନାଲରେ ପାଣି ନାହିଁ। ଆଗକୁ ମୌସୁମୀ ବର୍ଷା ନ ହେଲେ ଧାନ ଗଜା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜଳସେଚନ ଅଭାବରୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଚାଷୀଙ୍କ ମହଲରୁ ବାରମ୍ବାର ଦାବି ସତ୍ତ୍ୱେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ଅବହେଳା ଏଥିରେ ବାଧକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ଚୁଲି ନିକଟରେ ବସି ନିଆଁ ପୋଉଁଥିଲେ, ଭାଙ୍ଗି ପଡ଼ିଲା କାନ୍ଥ: ଚାଲିଗଲା ବୃଦ୍ଧଙ୍କ ଜୀବନ

ପାଟଣା ,୮।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ା ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମର ଢିପା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ…

ସମୁଦ୍ରରେ ଗାଧୋଇ ଶ୍ୱେତଗଙ୍ଗାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ବୁଡ଼ିଯାଇ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ, ୮।୮(ଅଜିତ୍‌ କୁମାର ମହାନ୍ତି): ପୁରୀର ପଞ୍ଚ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଷ୍କରିଣୀରେ…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ଠିକା କାମରୁ ୩୦ ପ୍ରତିଶତ ଦାଦାବଟି ଦେବା ପାଇଁ ପଡୋଶୀଙ୍କୁ ଧମକ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri