ଏବେ ବି ଖୋଜାପଡ଼େ ତିଳଉ ଖଜା

ବାହାନଗା,୧୭।୧(ଅରୂପ୍‌ କୁମାର ଦାସ): ମକର ସଂକ୍ରାନ୍ତି ଆସିଲେ ଖୋଜାପଡେ ତିଳଉ ଖଜା। ସଂକ୍ରାନ୍ତ ପୂର୍ବ ଦିନ ସମସ୍ତେ ବଜାରରୁ ତିଳଉ କିଣି ଘରକୁ ନେଇଥାନ୍ତି। ବର୍ଷ ବର୍ଷ ଧରି ମକର ଚାଉଳ ସହିତ ତିଳଉର ସମ୍ପର୍କ ରହିଆସିଛି। ବାଲେଶ୍ୱର ଜିଲା ସହ ଭଦ୍ରକ ଜିଲାରେ ତିଳଉର ଚାହିଦା ରହିଛି ା ମକର ସଂକ୍ରାନ୍ତ ଦିନ ଚୂଡା ତିଳଉ ଭାର ଧରି ପରିବାର ଲୋକ ବିବାହିତା ଝିଅ ଘରକୁ ଯାଇଥାନ୍ତି। ଯଦି ସଂକ୍ରାନ୍ତି ଦିନ ବାପ ଘରୁ କେହି ତିଳଉ ଚୂଡା ଭାର ନେଇ ଯାଇପାରିନାହାନ୍ତି ତା’ହେଲେ ପରେ ବଜାରରୁ ବିକ୍ରି ହେଉଥିବା ତିଳଉ ଓ ଚୂଡା ମିଠା, ପିଠା ପଣା ଧରି ଯାଇଥାନ୍ତି। ଏହି ତିଳଉ ବାହାନଗା ବ୍ଲକ ସାହାସପୁରା ଗ୍ରାମର ଦୁଇଟି ପରିବାର ସଦସ୍ୟମାନେ ତିଆରି କରି ବିଭିନ୍ନ ବଜାରର ମିଠା ଦୋକାନୀମାନଙ୍କୁ ବିକ୍ରି କରିଥାନ୍ତି। ଏହି ଦୁଇ ପରିବାର ଦୀର୍ଘ ୧୨ବର୍ଷ ଧରି ଏହି ତିଳଉ କାରିଗର ଭାବେ ପରିଚିତ ହେବା ସହିତ ବେପାର କରି ଭଲ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି ା ଗ୍ରାମର ନିରଞ୍ଜନ ସାହୁ ଓ ଗଜେନ୍ଦ୍ର ସାହୁଙ୍କ ପରିବାରର ସଦସ୍ୟମାନେ ତିଳଉ ତିଆରି କରି ବେପାରୀଙ୍କୁ ବିକ୍ରି କରିଥାନ୍ତି।
ବାଲେଶ୍ୱର ଜିଲାର ଗୋପାଳପୁର ଜଳେଶ୍ୱର, ବାହାନଗା, ସୋର, ତୁଡୁଗଡିଆ, ଖଇରା, ଔପଦା, ଭଦ୍ରକ ଜିଲାର ବାସୁଦେବପୁର, ଧାମରା, ମନ୍ଦାରି ଆଦି ଅଞ୍ଚଳକୁ ତିଳଉ ପଠାଇଥାନ୍ତି। ତେବେ ଏହି ତିଳଉ ଚିନି ଓ ଗୁଡରେ ତିଆରି ହୋଇଥାଏ। ବଜାରରେ ତିଳଉର ଦର କିଲୋ ପ୍ରତି ଶହେ ଟଙ୍କା। ଚିନିରେ ତିଆରି ତିଳଉକୁ ଭଲ ଭାବେ ସିରାରେ ପାଗ କରାଯିବା ସହିତ ତାହା ପାଗ ହେଲା ପରେ ଏକ ସ୍ଥାନରେ ଢଳାଯାଇ ଥଣ୍ଡା କରାଯାଇଥାଏ। ତାକୁ ଏକ ଉଚ୍ଚା ସ୍ଥାନରେ ଟଙ୍ଗା ଯାଇ ଖଞ୍ଜାଯାଇଥାଏ। ଭଲ ଭାବେ ସେହି ସିରାକୁ ଟଣାଯାଇ ଗୁଡାଇ ଗୋଲ ଗୋଲ କରି କଟାଯିବା ପରେ ଚୂନା ଉପରେ ରଖାଯାଇ ଥାପି ଦିଆଯାଇଥାଏ। ପରେ ସେଗୁଡିକୁ ଆଞ୍ଚରେ ରଖାଯାଇ ସେକା ଯାଇଥାଏ। ସେକିବା ପରେ ଯାଇ ତିଳଉ ପ୍ରସ୍ତୁତ ହୋଇଥାଏ। ଏନେଇ ପରିବାର ସହିତ ଅନ୍ୟ କାରିଗର ରଖି କାମ କରିଥାନ୍ତି। ଏଥିନିମନ୍ତେ ସେମାନେ ୨ଲକ୍ଷରୁ ଅଧିକ ଟଙ୍କା ପୁଞ୍ଜି ବିନିଯୋଗ କରିଥିବା କହିଛନ୍ତି। ଫଳରେ ଡିସେମ୍ବରଠାରୁ ଜାନୁଆରୀ ପର୍ଯ୍ୟନ୍ତ ସେମାନେ ତିଳଉ ତିଆରି କରି ବିଭିନ୍ନ ଅଞ୍ଚଳକୁ ପଠାଇଥାନ୍ତି ା ଏ ବିଷୟରେ ନିରଞ୍ଜନ କୁହନ୍ତି ତିଳଉ କରିବା ପାଇଁ ୨ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ସେଥିରୁ ଏପର୍ଯ୍ୟନ୍ତ ଲାଭ ପାଇସାରିଲେଣି ା ଏଥିରେ ଆମ ପରିବାର ସମେତ ୨ଜଣ କାରିଗରଙ୍କୁ ରଖି ସେମାନଙ୍କୁ ଦରମା ଦେଉଛନ୍ତି। ସେହିପରି ଗଜେନ୍ଦ୍ର ସାହୁ କୁହନ୍ତି ଏଥିରେ ସେ ୩ ଲକ୍ଷ ଟଙ୍କାର ଚିନି, ଗୁଡ ସମେତ କଳାଜିରା ଖସା ଆଦି କିଣିବା ସହିତ ଅନ୍ୟ ସାମଗ୍ରୀରେ ଟଙ୍କା ବିନିଯୋଗ କରିଥିଲେ। ମାତ୍ର ଚଳିତବର୍ଷ ଭଲ ତିଳଉ ବେପାର ହୋଇଛି ା ମୋତେ ମୋ ସ୍ତ୍ରୀ, ପୁଅ, ବୋହୂ ଆଦି ସହଯୋଗ କରିଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri