ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ: ଯୋଗଦେଲେ ଭାରତୀୟ କିଷାନ ୟୁନିଅନ ପ୍ରବକ୍ତା ରାକେଶ ଟିକାୟତ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୟାଁ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆରମ୍ଭ ହୋଇଛି। ଏଥିରେ ଭାରତୀୟ କିଷାନ ୟୁନିଅନର ପ୍ରବକ୍ତା ରାକେଶ ଟିକାୟତଙ୍କ ସମେତ ଆନେକ ରାଷ୍ଟ୍ରୀୟ ସ୍ତରୀୟ କୃଷକ ନେତା ଯୋଗଦାନ କରିଛନ୍ତି। ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଏହି ମହାପଞ୍ଚାୟତ ଆୟୋଜନ କରାଯାଇ ଥିବାବେଳେ ଅନେକ ଚାଷୀ, ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ଏଥିରେ ସାମିଲ ହୋଇଛନ୍ତି। ଖରା, ତାତି ସତ୍ତ୍ବେହଜାର ହଜାର ଚାଷୀଙ୍କ ସମାବେଶରେ ସୟାଁ ଖେଳ ପଡିଆ ଲୋକାରଣ୍ୟ ହୋଇ ପଡ଼ିଛି। ବର୍ତ୍ତମାନ ସରକାରଙ୍କ କୃଷିନୀତି ପ୍ରତିବାଦରେ ଏହି ମହାପଞ୍ଚାୟତ ଚାଲିଛି। ସରକାରଙ୍କ କୃଷିନୀତି ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ଓ ପୁଞ୍ଜିପତିମାନଙ୍କୁ ସୁହାଉଛି। ଅନ୍ୟପକ୍ଷରେ ଯେଉଁ କୃଷକଙ୍କ ପାଇଁ ନୀତି ପ୍ରସ୍ତୁତ କରାଯାଉଛି,ସେମାନେ ଦିନକୁ ଦିନ ଗରିବ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି। କମ୍ପାନୀମାନଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ଼ କରାଯାଉଥିବା ବେଳେ ଚାଷୀମାନଙ୍କ ଋଣ ଛାଡ଼ କଲେ ସରକାର ଦେବାଳିଆ ହୋଇଯିବ ବୋଲି ସରକାର କହୁଛନ୍ତି।

ଅନ୍ୟପକ୍ଷରେ ପୁଞ୍ଜିପତିମାନେ ଯେତିକି ଟଙ୍କା ଋଣ ପରିଶୋଧ ନ କରି ବିଦେଶକୁ ପଳାୟନ କରିଛନ୍ତି, ସେତିକି ଟଙ୍କା ଋଣ ଚାଷୀମାନେ ନେଇ ନାହାନ୍ତି। କିନ୍ତୁ ଅନ୍ନଦାତା ବୋଲାଉଥିବା ଚାଷୀକୁଳ ପାଇଁ ଅମୃତକାଳରେ କେବଳ ବିଷ ମିଳୁଛି ବୋଲି ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ମଣ୍ଡଳୀ ଅଭିଯୋଗ କରିଛି। ସେହିପରି ସରକାରମାନେ ଅଧିକ ଅମଳ ପାଇଁ ଉନ୍ନତ ବିହନ,ରାସାୟନିକ ସାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଥିବା ସ୍ଥଳେ ଚାଷୀ ମାନଙ୍କ ବିନିଯୋଗ ଅର୍ଥ ତୁଳନାରେ ବିକ୍ରି ମୂଲ୍ୟ କମ ମିଳୁଛି। ଚାଷୀ ମାନଙ୍କ ଉତ୍ପାଦିତ ସମସ୍ତ ଫସଲକୁ ସରକାର କ୍ରୟ ନ କରି ଏକ ତୃତୀୟାଂଶ କିଣୁଛନ୍ତି । ଯଦ୍ୱାରା ବଳକା ଶସ୍ୟକୁ ଚାଷୀ ଦଲାଲ ଏବଂ ବେପାରୀମାନଙ୍କୁ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାର ବ୍ୟବସ୍ଥା, ଭିତ୍ତିଭୂମି ଓ ଶୀତଳ ଭଣ୍ଡାର ଅଭାବରୁ ଚାଷୀ କ୍ଷତିଗ୍ରସ୍ତ ଓ ଶୋଷଣ ର ଶିକାର ହେଉଛନ୍ତି। ଲଘୁବନଜାତ ଦ୍ରବ୍ୟ ଯଥା ଚାର, ମହୁଲ ପାଇଁ ମଣ୍ଡି ବ୍ୟବସ୍ଥା ତଥା ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପାରୁନାହିଁ। ବିଭିନ୍ନ ସରକାରମାନେ ଜଳସେଚନ କଥା କହୁଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ତ ଚାଷ ଜମିକୁ ଜଳସେଚିତ କରିପାରି ନାହାନ୍ତି। ବରଗଡ଼ ଜ଼ିଲାର ୧୨ ବ୍ଲକ ମଧ୍ୟରୁ ୪ ବ୍ଲକ ସମ୍ପୂର୍ଣ୍ଣ ଜଳସେଚିତ ହୋଇଥିବା ବେଳେ ୮ବ୍ଲକ ଅଣ ଜଳସେଚିତ ଓ କ୍ରମାଗତ ମରୁଡ଼ିର ସମ୍ମୁଖୀନ ହୁଅନ୍ତି । ଠିକ ସମୟରେ ଫସଲବୀମା ପଇସା ନ ପାଇ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ଜଳସେଚନ ପାଇଁ ଅତ୍ୟଧିକ ବିଜୁଳି ବିଲ୍‌ ଦେଇ ଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ବିଜୁଳି ବଳକା ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀର ଶୋଷଣର ଶିକାର ହେଉଛନ୍ତି। ବିଭିନ୍ନ କମ୍ପାନୀ ର କୋଟି କୋଟି ଟଙ୍କା ବିଜୁଳି ବିଲ ଛାଡ଼ କରାଯାଉଥିବା ବେଳେ ଘରୋଇ ଉପଭୋକ୍ତା ଓ ଚାଷୀମାନଙ୍କ ପାଖରୁ ଜୋର ଜବରଦସ୍ତ ଅସୁଲି କରାଯାଉଛି ଏବଂ ନ ଦେଲେ ଲାଇନ କାଟି ଦେଉଛନ୍ତି । ନିର୍ବାଚନ ସମୟରେ ଦେଇଥିବା ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ ପ୍ରତିଶ୍ରୁତି ଭୁଲି ଯାଇ ବର୍ତ୍ତମାନ ସୂର୍ଯ୍ୟଘର ଯୋଜନା ପାଇଁ ଋଣ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏଭଳି ଚାଷ ଓ ଚାଷୀ ସମସ୍ୟା ନେଇ ଅଭିଯୋଗ କରି ପାଇଁ ବରଗଡ଼ ସଂଯୁକ୍ତ କୃଷକ ସଂଗଠନ ଏହି କିଷାନ ମହାପଞ୍ଚାୟତ ଆୟୋଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?