ସରକାରଙ୍କ କୃଷିନୀତିରେ ଚାଷୀ ହେବେ ସର୍ବସ୍ବାନ୍ତ

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ । ଏହି କାରଣରୁ କୃଷକମାନେ ଋଣଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କ ଏବଂ ସାହୁକାରଙ୍କଠାରୁ ଋଣ ଆଣି ଚାଷୀମାନେ ଚାଷବାସ କରୁଛନ୍ତି। ମାତ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁ ଚାଷୀଙ୍କୁ ଉତ୍ପାଦିତ ଫସଲର ଉଚିତ୍‌ ମୂଲ୍ୟ ମିଳୁ ନାହିଁ। ଫଳରେ ସବୁବେଳେ କ୍ଷତି ସହିବାକୁ ପଡ଼ଛି। ଋଣଗ୍ରସ୍ତ ଚାଷୀ ଚାଷ ଛାଡ଼ି ଦାଦନ ଯାଉଛି କିମ୍ବା ଆତ୍ମହତ୍ୟା କରୁଛି।

ସରକାରଙ୍କ ଭୁଲ କୃଷିନୀତି ଏହାର ମୂଳ କାରଣ। ପୁଞ୍ଜିପତିଙ୍କ ହାତରେ ଚାଷୀଙ୍କ ଜମି ଟେକି ଦେବା ପାଇଁ ହିଁ ସରକାର ସେଭଳି ଭୁଲ କୃଷିନୀତି ଆଣିଛନ୍ତି ବୋଲି ବରଗଡ଼ ବ୍ଲକ ସାୟଂ ଖେଳ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତରେ ଉଦ୍‌ବୋଧନ ଦେଇ ଭାରତୀୟ କିଷାନ ୟୁନିୟନର ପ୍ରବକ୍ତା ରାକେଶ ଟିକାୟତ୍‌ କହିଛନ୍ତି।

ସେ ଆହୁରି କହିଥିଲେ, ସରକାର ଏପର୍ଯ୍ୟନ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେଇ ନାହାନ୍ତି। ସେହିପରି ବିଦ୍ୟୁତ୍‌ ଆମେଣ୍ଡମେଣ୍ଟ ଆକ୍ଟ ଲାଗୁ ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ମାତ୍ର ସେଥିପ୍ରତି ସରକାର ଗୁରୁତ୍ୱ ଦେବା ପରିବର୍ତ୍ତେ ବିଦ୍ୟୁତ୍‌କୁ ଘରୋଇକରଣ କରାଯାଇଛି। ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କୁ ଲୁଟ କରାଯାଉଛି। ଏହାର ପ୍ରତିବାଦରେ ବରଗଡ଼ରେ ହୋଇଥିବା ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି ବୋଲି ଟିକାୟତ୍‌ କହିଥିଲେ।

ଟିକାୟତକୁ ସୋହେଲାଠାରେ ସ୍ବାଗତ କରାଯାଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ସଭାସ୍ଥଳକୁ ନିଆଯାଇଥିଲା। ଦଶମାଇର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଟିକାୟତ୍‌ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା। ସେହିପରି କୃଷକ ନେତା ଆଶିଷ ମିତ୍ତଳ, ସତ୍ୟବାନ ଜି, ଅଫ୍ଲାତୁନ, ଚୌଧୁର, ରାଜେନ୍ଦ୍ର, ଜୟତୁ ଦେଶମୁଖ, କ୍ରିଷ୍ନା ମହାନ୍ତି, ରଘୁନାଥ ଦାସ, ଅଶୋକ ପଧାନଙ୍କ ସମେତ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତାମାନେ ପାର୍ବତୀ ଗିରି, ମହାତ୍ମାଗାନ୍ଧୀ, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିରାଟ ଶୋଭାଯାତ୍ରାରେ ମଞ୍ଚକୁ ପହଞ୍ଚିଥିଲେ। ସେହିପରି ସୁରେଶ ପାଣିଗ୍ରାହୀ ଏବଂ ବିଜୁ କ୍ରିଷ୍ଣନଙ୍କୁ ମଧ୍ୟ ଅତାବିରାରୁ ସ୍ବାଗତ ସମର୍ଦ୍ଧନା କରି ପଡ଼ିଆକୁ ଶୋଭାଯାତ୍ରାରେ ଅତାବିରା କୃଷକ ସଂଗଠନ ଆଣିଥିଲେ।

ପରେ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ ସ୍ବାଗତ ବକ୍ତବ୍ୟ ରଖିଥିବା ବେଳେ ଲିଙ୍ଗରାଜ ପଧାନ ମଞ୍ଚ ସଞ୍ଚାଳନ କରିଥିଲେ। ଅଜିତ ଶତପଥି ଉଦେଶ୍ୟ ଜ୍ଞାପନ କରିଥିଲେ। ବକ୍ତାମାନେ ତ୍ରୁଟିପୂର୍ଣ୍ଣ କୃଷିନୀତି ଏବଂ କମ୍ପାନୀ କରଣ ପ୍ରସଙ୍ଗ ଦୃଢ ସ୍ବରରେ ଉପସ୍ଥାପନା କରିଥିଲେ। ସାରା ଭାରତବର୍ଷରେ ସମସ୍ତ କୃଷକଙ୍କ ସମାନ ସମସ୍ୟା ରହିଛି ବୋଲି ବକ୍ତାମାନେ ସୂଚନା ଦେଇଥିଲେ। ପରେ ବକେୟା ବିଦ୍ୟୁତ୍‌ ବିଲ ଛାଡ଼, କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ବିଲ ଜଳସେଚନ ଆଧାରରେ ନେବା ଏବଂ ୩୦୦ ୟୁନିଟ ବିଦ୍ୟୁତ୍‌ ମାଗଣା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ମାଧ୍ୟମରେ ଲକ୍ଷେ ଚାଷୀ ଲେଖିକରି ଦେବା ପାଇଁ ନିଷ୍ପତ୍ତି ହୋଇଛି। କ୍ରିଷ୍ନା ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସମସ୍ତ ସଂଗଠନର ସମସ୍ତ ସଭାପତିମାନେ ବକ୍ତବ୍ୟ ରଖିଥିଲେ। ଓକିଲ ସଂଘ, ନିଷ୍ଠା ପରିବାର, ସକଳ୍ପ ପରିବାର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମସ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପର୍ଯ୍ୟବରଣ ରକ୍ଷା ପାଇଁ ଦଶ ଗୋଟି ଗଛ ଲଗାଯାଇଥିଲା। ରମେଶ ମହାପାତ୍ର ଧନ୍ୟବାଦ ଦେଇ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?