ରାଜ୍ୟସ୍ତରୀୟ ଭାଗବତ ମହୋତ୍ସବ

ଭୁବନେଶ୍ୱର,୨୩।୧୦: ପ୍ରେସ କଲୋନି ୟୁନିଟ-୩ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ଆନୁକୂଲ୍ୟରେ ସନ୍ଧ୍ୟାତାରା ଯୁବକ ସଂଘ ଏବଂ ମନ୍ଦିର ପରିଚାଳନା କମିଟି ସହଯୋଗରେ ୭ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଭାଗବତ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି l

ଚିତ୍ତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସାହିତି୍ୟକ ପ୍ରଦ୍ୟୁମ୍ନ ଶତପଥୀ, ପୁରୀ ଗୋବର୍ଦ୍ଧନ ପୀଠର ପ୍ରତିନିଧି ଇଂ.ପ୍ରଶାନ୍ତ ଆଚାର୍ଯ୍ୟ, ରାମ ମନ୍ଦିର ମୁଖ୍ୟ ପୂଜକ ମହାରୁଦ୍ର ଝା, ପରିଷଦ ଅଧ୍ୟକ୍ଷ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଭାଗବତ ହିଁ ଜୀବନ ଏବଂ ଜୀବନ ଭାଗବତ ହେବା ଉଚିତ ବୋଲି ମତ ଦେଇଥିଲେ l

ଉଦ୍‌ଘାଟନୀ ସଭାରେ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ବାମୀ ଅଭିରାମ ସରସ୍ବତୀ, ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ, ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ, ପ୍ରବକ୍ତା ପଣ୍ଡିତ ମହେଶ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

୭ଦିନ ଧରି ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଓଡ଼ିଶାର ୨୩ଟି ଜିଲାରୁ ପ୍ରବଚକ ଯୋଗଦେଇ ଭାଗବତର ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରବଚନ ଦେଇଥିଲେ। କଥା ବ୍ୟାସ ପଣ୍ଡିତ ବିଶ୍ୱନାଥ ଶତପଥୀ, ପ୍ରଶାନ୍ତ ବେହେରା, ସୁଧୀର ପତି ଏବଂ କମଲେଶ ମହାରଣାଙ୍କ ସଂଯୋଜନାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବାଞ୍ଛାନିଧି ହୋତା, ସରୋଜିନୀ ପତି, ଦୀପ୍ତି ମହାନ୍ତି, ବ୍ରଜେଶ୍ବରୀ ସିଂହ ଓ ଲବ କୁମାର ଶତପଥୀ ପ୍ରମୁଖ ପାରାୟଣରେ ସହଯୋଗ କରିଥିଲେ l

ମନ୍ଦିର ପରିଚାଳନା ସମ୍ପାଦକ ଶେଷରଞ୍ଜନ ପ୍ରଧାନ, ସଦସ୍ୟ ପ୍ରଦୀପ ରାୟଙ୍କ ସହଯୋଗରେ ଅନୁଷ୍ଠିତ ଏହି ଆସରରେ ବହୁ ଭାଗବତ ପ୍ରେମୀଙ୍କୁ ଭାଗବତ ସେବା ସୌରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା l ପରିଷଦ ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା, କାର୍ଯ୍ୟକାରୀ ଅଧ୍ୟକ୍ଷ ପଣ୍ଡିତ ବିଜୟ କୁମାର ଦେବତା, କୋଷାଧକ୍ଷ ପଣ୍ଡିତ ଅର୍ଜୁନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁ ଭାବେ ସମ୍ପାଦିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri