ଶପଥ ନେଲେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ

ଭୁବନେଶ୍ୱର, ୫।୧୦(ବ୍ୟୁରୋ): ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଜଳଦ କୁମାର ତ୍ରିପାଠୀ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ରାଜ ଭବନଠାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବ ନିଯୁକ୍ତ ମୁଖ୍ୟ ସୂଚନା ଆୟୁକ୍ତ ତ୍ରିପାଠୀଙ୍କୁ ଓଡ଼ିଆରେ ଶପଥପାଠ କରାଇଥିଲେ। ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ରାଜ୍ୟପାଳଙ୍କ ଅନୁମତି କ୍ରମେ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ତ୍ରିପାଠୀଙ୍କ ନିଯୁକ୍ତି ପତ୍ର (ଓ୍ବାରଣ୍ଟ ଅଫ୍‌ ଆପଏଣ୍ଟମେଣ୍ଟ) ପାଠ କରିଥିଲେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟିରେ ଥାଇ ଜୀବନ ଗଲେ ମିଳିବ ଭତ୍ତା

ଭୁବନେଶ୍ୱର,୧୭।୭(ବ୍ୟୁରୋ): କୋଭିଡ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମଙ୍କ ପରିବାର ପାଇଁ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ...

ହେଲ୍ପଲାଇନ୍‌ ନମ୍ବର ଜାରି କଲା ପୋଲିସ

କଟକ ଅଫିସ,୨୭ା୩: ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ...

ବଢ଼ି ଚାଲିଛି ଗୋଠଛଡ଼ା ଦନ୍ତାର ଉତ୍ପାତ

ଝୁମ୍ପୁରା, ୨୬।୭ (ଡି.ଏନ.ଏ.)-ବଢି ଚାଲିଛି ଗୋଠଛଡା ଦନ୍ତା ହାତୀର ଉତ୍ପାତ। ଘର ଭାଙ୍ଗିବା, ଫସଲ ଉଜାଡିବା ସହିତ ମଣିଷଙ୍କୁ ଆକ୍ରମଣ କରିବା ଘଟଣା ପ୍ରତ୍ୟେହ ଘଟୁଛି।...

ଜନ୍ମବେଦି ଯିବେ ଦାରୁଦିଅଁ

ପୁରୀ ଅଫିସ,୪ା୭: ସିଂହଦ୍ୱାରରେ ତିନିରଥ। ଭକ୍ତମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ଅପେକ୍ଷା କେବଳ କେତେବେଳେ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ...

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: କଲେଜ ଛାତ୍ର ଗିରଫ

ପୁରୁଣା ଭୁବନେଶ୍ୱର/ପିପିଲି,୧୮ା୧୧(ଡି.ଏନ.ଏ.): ପିପିଲି ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଜଣେ କଲେଜ ଛାତ୍ରଙ୍କୁ ରବିବାର ଗିରଫ...

ସେପଟେ ପାଣି, ଏପଟେ ବାଲି

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ୍‌, ୨୦।୫: ସେପଟେ ଢେଉ ଖେଳୁଛି ଅକାତକାତ ଜଳରାଶି। ଏପଟେ ରାଶି ରାଶି ବାଲି। ମରୁଭୂମିର ଭ୍ରମ। ଶୁଖିଲା ପଡ଼ିଛି ନଦୀ ଶଯ୍ୟା। ସୀମାନ୍ତ...

ଜିଲାପାଳ, ଓବିସିସି, ଟାଟା ବିରୋଧରେ ମାମଲା ରୁଜୁ କର

ପୁରୀ ଅଫିସ,୧୨।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ବେଆଇନ ନିର୍ମାଣ ଓ ଖନନ କାର୍ଯ୍ୟ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରି ପୁରୀ ଜିଲାପାଳ,...

ଲୁହା ବୋଝେଇ ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୧୪।୧୦- ବଲାଙ୍ଗୀର ସହର ସତ୍ୟନାରାୟଣପଡାଠାରେ ଶୁକ୍ରବାର ରାତିରେ ଏକ ଲୁହା ବୋଝେଇ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ...

Advertisement
Archives

Model This Week