ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଫୁଲବାଣୀ ଅଫିସ/ବଲସକୁମ୍ପା(ଡି.ଏନ୍‌.ଏ.),୫ା୧୦: ଫୁଲବାଣୀରେ ମଙ୍ଗଳବାର ବାଇକ୍‌ ଦୁର୍ଘଟଣାରେ ଜଣେ ମେଧାବୀ ଛାତ୍ରଙ୍କର ଜୀବନ ଯାଇଛି । ସେ ହେଲେ ଡି.ଆଦର୍ଶ କୁମାର। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ସରକାରୀ ଆଇଆଇଟିଆଇରେ ସହ ତାଲିମ ଅଧିକାରୀ ଥିବା ଡି.ଗୋପାଳକୃଷ୍ଣ ରାଓଙ୍କ ପୁଅ ଆଦର୍ଶ ନବୋଦୟରେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ। ସବୁ ଦିନ ପରି ମଙ୍ଗଳବାର ସକାଳେ ସେ ଟ୍ୟୁଶନ ପାଇଁ ଘରୁ ବାହାରିଥିଲେ। କୌଣସି କାରଣରୁ ଟ୍ୟୁଶ୍‌ନ ଛୁଟି ହୋଇଥିଲା । ଦୁଇ ଜଣ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ଠାରୁ ବାଇକ୍‌ ଆଣି ଆଦର୍ଶଙ୍କୁ ପଛରେ ବସାଇ ବୁଲିବାକୁ ଯାଇଥିଲେ । ଗୁଦାରୀ ପାଖରେ ଏକ ବୁଲାଣୀରେ ବାଇକ୍‌ ଭାରସାମ୍ୟ ହରାଇବାରୁ ନାଳ ପାର୍ଶ୍ୱକୁ ଖସି ପଡିଥିଲା। ସେଠାରେ ୩ ସାଙ୍ଗ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଆଦର୍ଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏ ନେଇ ନଂ. ୧୧୭/୨୧ରେ ମାମଲା ରୁଜୁ କରି ଖଜୁରୀପଡ଼ା ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?