ଭୋକିଲା ଶିଶୁଙ୍କୁ ଡ୍ରଗ୍ସ ଦେଇ ଶୁଆଉଛନ୍ତି

କାବୁଲ,୨୮।୧୧ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନର ଦ୍ୱିତୀୟ ବର୍ଷ ଚାଲିଥିବାବେଳେ ଲୋକଙ୍କ କରୁଣ ସ୍ଥିତି ସାମ୍‌ନାକୁ ଆସିଛି। ଲୋକେ ଖାଇବାକୁ ନ ପାଇ ଉପବାସ ରହୁଥିବାବେଳେ ଭୋକିଲା ଶିଶୁଙ୍କୁ ଶୁଆଇଦେବା ଲାଗି ନିଶା ଔଷଧ ବ୍ୟବହାର କରୁଛନ୍ତି। ବଞ୍ଚତ୍ବା ପାଇଁ ନିଜ ଶରୀରର ଅଙ୍ଗ ଏବଂ କନ୍ୟାସନ୍ତାନଙ୍କୁ ବିକ୍ରି କରିଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି। ଦେଶର ଲକ୍ଷ ଲକ୍ଷ ଲୋକ ଦୁର୍ଭିକ୍ଷର ଦ୍ୱାରଦେଶରେ।
ଆଫଗାନିସ୍ତାନର ହେରାତ୍‌ ସହରର ବସ୍ତିରେ ରହୁଥିବା ଅବଦୁଲ ଓ୍ବାହବଙ୍କ କହିବା ଅନୁଯାୟୀ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। ପିଲାଏ ଭୋକ ବିକଳରେ ନ ଶୋଇ କାନ୍ଦିବାରୁ ସେ ଔଷଧ ଦୋକାନକୁ ଯାଇ ନିଦ ବଟିକା କିଣିଆଣିଥିଲେ।

ପିଲାଙ୍କୁ ଶୁଆଇବା ପାଇଁ ସେ ଏହି ଔଷଧ ବ୍ୟବହାର କରିଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି। କେବଳ ଅବଦୁଲ ନୁହନ୍ତି, ଉକ୍ତ ବସ୍ତିର ଅନେକ ପରିବାର ଭୋକିଲା ପିଲାଙ୍କୁ ଶୁଆଇବା ଲାଗି ବହୁ ଦିନ ହେଲା ଏହି ତରିକା ଆପଣାଇଥିବା ସ୍ବୀକାର କରିଛନ୍ତି। ଗୁଲାମ ହଜରତ୍‌ ନାମକ ବ୍ୟକ୍ତି ତାଙ୍କ ପକେଟରୁ ଆଲପ୍ରାଜୋଲମ୍‌ ଟାବ୍‌ଲେଟ୍‌ର ଗୋଟିଏ ଷ୍ଟ୍ରିପ୍‌ କାଢ଼ି ଦେଖାଇଥିଲେ। ଗୋଟିଏ ରୁଟି ଦାମ୍‌ରେ ୫ଟି ଆଲପ୍ରାଜୋଲମ୍‌ ମିଳିଯାଉଛି। ଗୁଲାମଙ୍କର ୬ ପିଲା ଥିବାବେଳେ ସେମାନଙ୍କୁ ଶୁଆଇବା ପାଇଁ ସେ ଏହି ଔଷଧ ଦେଉଥିବା କହିଛନ୍ତି।

ଗତବର୍ଷ ଅଗଷ୍ଟରେ ତାଲିବାନ ବିଦ୍ରୋହ ବଳରେ ଆଫଗାନିସ୍ତାନ ଶାସନ କ୍ଷମତା ଅକ୍ତିଆର କରିଥିଲା। ତେବେ ଏହି ନୂଆ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତି ମିଳି ନ ଥିବାରୁ ବିଦେଶୀ ପାଣ୍ଠି ସହାୟତା ବନ୍ଦ ହୋଇଯାଇଛି। ଫଳରେ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବା ସହ ଲୋକଙ୍କ ପାଖରେ କାମ ନାହିଁ। କେବେ କେମିତି କାମ ମିଳିଲେ ଦିନକୁ ୧୦ ଆଫଗାନି (ପ୍ରାୟ ୮୦ ଟଙ୍କା) ମଜୁରି ମିଳିଥାଏ। ସେମାନେ ଖାଦ୍ୟ ଯୋଗାଡ଼ ପାଇଁ କରିଥିବା ଋଣ ପରିଶୋଧ ଲାଗି କିଡ୍‌ନୀ ବିକ୍ରି କରିଦେଉଛନ୍ତି। ଜଣେ ବ୍ୟକ୍ତି ୨,୭୦,୦୦୦ ଆଫଗାନି (୩,୧୦୦ଡଲାର)ରେ କିଡ୍‌ନୀ ବିକିଥିବା କହିଛନ୍ତି। ସେ ଏହି ଅର୍ଥର ଅଧିକାଂଶ ଭାଗ ଋଣ ପରିଶୋଧରେ ବିିନିଯୋଗ କରିଛନ୍ତି। ଗୋଟିଏ ରାତିରେ ଖାଇଲେ, ତା’ ପରଦିନକୁ ଖାଦ୍ୟ ନାହିଁ। ଗୋଟିଏ କିଡ୍‌ନୀ ବିକି ସେ ନିଜକୁ ଅଧାମଣିଷ ଭଳି ଅନୁଭବ କରୁଥିବା କହିଛନ୍ତି।

ଗରିବ ଆଫଗାନ୍‌ମାନେ କେବଳ ନିଜ ଅଙ୍ଗ ବିକୁନାହାନ୍ତି, ସେମାନେ ଖାଦ୍ୟ ଯୋଗାଡ଼ ପାଇଁ ଶିଶୁକନ୍ୟାଙ୍କୁ ମଧ୍ୟ ବିକ୍ରି କରିଦେଉଛନ୍ତି। ନିଜାମୁଦ୍ଦିନ୍‌ ନାମକ ବ୍ୟକ୍ତି ତାଙ୍କର ୫ ବର୍ଷର କନ୍ୟାକୁ ଲକ୍ଷେ ଆଫଗାନିରେ ବିକ୍ରି କରିଥିବା କହିଛନ୍ତି। ଶିଶୁକନ୍ୟାର ମୂଲ୍ୟ କିଡ୍‌ନୀ ମୂଲ୍ୟର ଅଧାରୁ କମ୍‌। ହଜ୍‌ରାତୁଲ୍ଲା ତାଙ୍କ ଶିଶୁକନ୍ୟା ନାଜିଆଙ୍କୁ କାନ୍ଦାହାରର ଜଣେ ପୁଅ ସହ ବିବାହ ପାଇଁ ବିକିଛନ୍ତି। ୧୪ ବର୍ଷ ହେଲେ ପୁଅ ପରିବାର ଝିଅକୁ ନେଇଯିବେ। ଏଥିପାଇଁ ହଜ୍‌ରାତୁଲ୍ଲାଙ୍କୁ ଦୁଇ କିସ୍ତିରେ ଅର୍ଥ ପୈଠ କରାଯାଇଛି। ଏହି ଅର୍ଥକୁ ସେ ଖାଦ୍ୟ ଓ ଔଷଧ କିଣାରେ ବିନିଯୋଗ କରିଥିବା କହିଛନ୍ତି। ଦେଶରେ ୫ ବର୍ଷରୁ କମ୍‌ ବୟସର ଶିଶୁମାନେ ରୋଗଣା ଓ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କଟକଣା ଯୋଗୁ ଆଫଗାନିସ୍ତାନ ସ୍ଥିତି ଶୋଚନୀୟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri