କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‌

ଡି. ଶୁଭମ୍‌

 

ରାଷ୍ଟ୍ର ଗଠନରେ ମୁଖ୍ୟ ମଙ୍ଗୁଆଳ ସାଜି ଅର୍ଥନୀତିର ରୂପରେଖକୁ ସ୍ପଷ୍ଟ ଭାବରେ ଚିତ୍ରିତ କରିବାରେ କୃଷିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ ପରିପ୍ରେକ୍ଷୀରେ କିପରି କୃଷି କ୍ଷେତ୍ରରେ ନୂଆ ଉଦ୍ୟୋଗ ସ୍ଥାପନ କରିବା, ନିଜେ କିପରି ଉଦ୍ୟୋଗୀ ବନିବା ସେ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ଏବେ ସଭିଏ ଷ୍ଟାର୍ଟଅପ୍‌ର କଥା ଶୁଣୁଥିବେ। ଏହା ଏକ ନୂଆ ଶବ୍ଦ ନୁହେଁ। ସାଧାରଣ ଭାଷାରେ ଯଦି ଆମେ ଏହାକୁ କହିବା ତା’ହେଲେ ଷ୍ଟାର୍ଟଅପ୍‌ ହେଉଛି ନୂଆ କରି ପ୍ରତିଷ୍ଠା କରାଯାଇଥିବା ଏକ ଅଭିନବ ଉଦ୍ୟୋଗ। କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଏବେ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ। ଯଦି ଇସ୍ର୍ରାଏଲ, ଯୁକ୍ତରାଷ୍ଟ୍ର ଆମେରିକାର କଥା ଲକ୍ଷ୍ୟ କରିବା ତା’ହେଲେ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳକୁ ସାମିଲ କରି ସେମାନେ ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହୋଇଛନ୍ତି। କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‌ର ବିକାଶ ଘଟିଲେ ଏହା ସହ ଜଡ଼ିତ ଲୋକମାନଙ୍କର ଆର୍ଥିକ ବିକାଶ ହୋଇପାରିବ।
୨୦୧୬ରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ନାରା ଯେବେ ଯୁବବର୍ଗଙ୍କ ମଧ୍ୟରେ ପ୍ରକମ୍ପିତ ହେଲା, ସେବେଠାରୁ ଏ ଡିଜିଟାଲ ବିପ୍ଳବର ଅୟମାରମ୍ଭ ହେଇଥିଲା। କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‌ର ସଂଖ୍ୟା ବଢ଼ିବାକୁ ଲାଗିଲା। ଭାରତ ସରକାରଙ୍କ ଦ୍ୱାରା ଷ୍ଟାର୍ଟଅପ୍‌ ଇଣ୍ଡିଆରେ ପଞ୍ଜୀକୃତ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଗଲା। ଫଳରେ ଯୁବ ଉଦ୍ୟୋଗୀମାନେ ଏହାକୁ ନେଇ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିପାରୁଛନ୍ତି। ୨୦୨୩ରେ ଏକ ଆକଳନ ଅନୁଯାୟୀ ଭାରତର ୨୯୦ଟି ଜିଲାରେ ପାଖାପାଖି ୩୭୪ଟି କୃଷି ଷ୍ଟାର୍ଟଅପ୍‌ ପଞ୍ଜୀକୃତ ହୋଇଛି, ଯାହା ୩୮,୦୦୦ରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇଛି। ଏହା ବ୍ୟତୀତ ୩୬୦ଟି ଜିଲାରେ ୨୨୦୭ଟି ଏଗ୍ରିଟେକ୍‌ ଷ୍ଟାର୍ଟଅପ୍‌ ପଞ୍ଜୀକୃତ ହୋଇଛି, ଯାହା ୧୮,୦୦୦ରୁ ଅଧିକ ରୋଜଗାର ପାଇପାରିଛନ୍ତି। ତେବେ କୃଷି, ଏଗ୍ରିଟେକ୍‌ ଷ୍ଟାର୍ଟଅପ୍‌ ଏବେ ସାରା ଭାରତରେ ଏକ ନୂଆ ଆଶା ସଂଚାର କରିଛି। ଏହା ମଧ୍ୟରେ ଏ.ଆଇ (କୃତ୍ରିମ ବୁଦ୍ଧିମତ୍ତା), ଡ୍ରୋନ, ଫାର୍ମ ମ୍ୟାପିଂ, ଡାଟା ଆନାଲିଟିକ୍ସ ପରି ବିଭାଗ ଅଛି। ଓଡ଼ିଶାରେ ଷ୍ଟାର୍ଟଅପ୍‌ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଷ୍ଟାର୍ଟଅପ୍‌ ଓଡ଼ିଶା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି। ଓଡ଼ିଶାରେ ଥିବା କୃଷି ଷ୍ଟାର୍ଟଅପ୍‌ ବିଭାଗ ମଧ୍ୟରୁ ଜୈବିକ କୃଷିରେ ୧୯%, ନାନୋ ବାୟୋଟେକ୍‌ରେ ୧%, ଖାଦ୍ୟ ପ୍ରକ୍ରିୟାକରଣରେ ୧୬%, କ୍ଷୀର ପ୍ରକ୍ରିୟାକରଣରେ ୫% ଓ ଏଗ୍ରିଟେକ୍‌ରେ ୫୯%ର ଷ୍ଟାର୍ଟଅପ୍‌ ରହିଛି। ସାଧାରଣ ଲୋକଙ୍କ ଜୀବନଶୈଳୀର ବିକାଶ କରିବାରେ ଏହି ଷ୍ଟାର୍ଟଅପ୍‌ଗୁଡ଼ିକର ଭୂମିକା ଅଧିକ। ଏହାବାଦ୍‌ ରାଜ୍ୟରେ ମାଣ୍ଡିଆକୁ ନେଇ କୃଷି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି। କେବଳ ମାଣ୍ଡିଆ ଚାଷ ନୁହେଁ, ବରଂ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଏବଂ ତାହାର ପ୍ରକ୍ରିୟାକରଣକୁ ନେଇ ମଧ୍ୟ ଅନେକ ଷ୍ଟାର୍ଟଅପ୍‌ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଏହା ଦ୍ୱାରା ଚାଷର ବିକାଶ ହେଉଛି। ଲୋକଙ୍କ ମଧ୍ୟରେ ମାଣ୍ଡିଆକୁ ନେଇ ସଚେତନତା ସୃଷ୍ଟି ହେଉଛି ଏବଂ ରୋଜଗାରର ନୂଆ ବାଟ ଫିଟୁଛି।
ବର୍ତ୍ତମାନ ବର୍ଦ୍ଧିତ ଜନସଂଖ୍ୟା ସହ ଜଳବାୟୁ ପରିବର୍ତ୍ତନ ଆମ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହା ଯୋଗୁ କୃଷି କ୍ଷେତ୍ରରେ ନାନାଦି ପରିବର୍ତ୍ତନ ଦେଖାଯିବା ସହ ବିବିଧତା ଓ ପରିସଂସ୍ଥାରେ ଅବନତି ଘଟୁଛି। ଆମେ ଅଧିକରୁ ଅଧିକ ଷ୍ଟାର୍ଟଅପ୍‌ର ନିର୍ମାଣ ଦିଗରେ ପ୍ରଚେଷ୍ଟା କରିବା ଆବଶ୍ୟକ। ଏହାର ପ୍ରମୁଖ କାରଣ ହେଲା- ଆମେ ଯେଉଁ ପାଠ ପଢ଼ିଛେ, ତାହାକୁ ସମାଜର କଲ୍ୟାଣ ଦିଗରେ ବିନିଯୋଗ କରାଗଲେ ଲୋକଙ୍କର ବିକାଶ ହେବ। କୃଷି କ୍ଷେତ୍ରରେ ଅଧ୍ୟୟନ କରି ଯଦି ଚାଷ କଥାକୁ କେବଳ ଶ୍ରେଣୀଗୃହର ଲ୍ୟାବ୍‌ ଭିତରେ ଆବଦ୍ଧ କରି ରଖିବା, ତା’ହେଲେ ସେ ଜ୍ଞାନର ମୂଲ୍ୟ କିଛି ରହିବ ନାହିଁ। ଲ୍ୟାବ୍‌ ଟୁ ଫିଲ୍‌ଡ ବା ଯାହା ପାଠ ପଢ଼ିଛେ, ତାହାକୁ କିପରି ଚାଷ ଜମିରେ ଉପଯୋଗ କରାଯାଇପାରିବ ସେ ଦିଗରେ ଯନତ୍ବାନ ହେବା ଆବଶ୍ୟକ। ଏବେ ଚାଷ ଜମିରେ କିପରି ରୂପାନ୍ତକରଣ ଅଣାଯାଇପାରିବ ସେହି ଦିଗରେ ଅନେକ ଷ୍ଟାର୍ଟଅପ୍‌ କାମ କରୁଛି। ଏଗ୍ରିଟେକ୍‌ ଦିଗରେ ଡ୍ରୋନର ଷ୍ଟାର୍ଟଅପ୍‌, କୃଷି କ୍ଷେତ୍ରର ଏଆଇ. ଆପ୍‌, ପରିଶୁଦ୍ଧ କୃଷି ପ୍ରଭୃତି ଏବେ ଚାଷୀମାନଙ୍କୁ ଚାଷଜମିରେ ସାହାଯ୍ୟ କରୁଛି। ଚାଷୀମାନଙ୍କ ଉପତ୍ାଦକୁ ବଜାର ସହ ଯୋଡ଼ିବା ପାଇଁ ମଧ୍ୟ ଯୁବ ଉଦ୍ୟୋଗୀମାନେ ଅନେକ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି। ବାସ୍ତବରେ ନୂଆ ଜ୍ଞାନ କୌଶଳ ବିକାଶ ଦ୍ୱାରା ଚାଷଜମିର ଉନ୍ନତୀକରଣ ହୋଇପାରିବ। କୃଷି ବିଜ୍ଞାନରେ ଅଧ୍ୟୟନ କରିବା ବେଳେ ଆମମାନଙ୍କ ଦ୍ୱାରା ଏକ ନୂଆ କୃଷି ଷ୍ଟାର୍ଟଅପ୍‌ ‘ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ’ର ଆରମ୍ଭ ହୋଇଥିଲା, ଯାହା ଚାଷୀମାନଙ୍କୁ ଚାଷ ସମ୍ପର୍କିତ ସମସ୍ତ ସୂଚନା, ସରକାରୀ ଯୋଜନା ସମ୍ବନ୍ଧୀୟ ତଥ୍ୟ, ଡିଜିଟାଲ କୃଷକ ସଶକ୍ତୀକରଣ ଦିଗରେ ସୂଚନା ଦେଇଥାଏ।
ଏହାରି ଭିତରେ ଉପଯୁକ୍ତ ବିଜିନେସ୍‌ ମଡେଲର ଅଭାବ, ଠିକ୍‌ ସମୟରେ ଆର୍ଥିକ ସହାୟତା, ଠିକ୍‌ ଉପଦେଶର ଅଭାବ କେତେକ ସମୟରେ ପ୍ରତିବନ୍ଧକ ସୃଷ୍ଟି କରେ। ଏସବୁ କିପରି ଏଡ଼ାଇ ଦିଆଯାଇପାରିବ, ସେ ଦିଗରେ ସବୁସ୍ତରରେ ସଚେତନତାର ଆବଶ୍ୟକତା ରହିଛି। କୃଷି ଷ୍ଟାର୍ଟଅପ୍‌ ରୋଜଗାରର ମାଧ୍ୟମ- ଏକଥାକୁ ଲୋକମାନଙ୍କୁ ବୁଝାଇବାକୁ ହେବ। ସମ୍ପ୍ରତିି ଅନେକ ସମନ୍ବିତ କୃଷି ଫାର୍ମ, ଏଗ୍ରୋ ଟୁରିଜିମ ୟୁନିଟ୍‌, ଡ୍ରାଗନଫ୍ରୁଟ ଫାର୍ମ, ପର୍ଲ ଫାର୍ମିଂ ବା ମୋତିଚାଷ, ଷ୍ଟିଭିଆର ପ୍ରକ୍ରିୟାକରଣ ଏମିତି ଅନେକ ନୂଆ ଷ୍ଟାର୍ଟଅପ୍‌ ମାନ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହା ନିଶ୍ଚିତ ଭାବରେ ଅନେକ ଯୁବକଙ୍କୁ ପ୍ରେରଣା ଯୋଗାଇବ। ଅନେକ ଯୁବତୀ ଯୁବକ ଏ ଦିଗରେ ପ୍ରେରିତ ହୋଇ ନିଜର ପ୍ରତିଷ୍ଠାନ ଆରମ୍ଭ କଲେଣି। ଏହା ଦ୍ୱାରା ଆଖପାଖ ଅଞ୍ଚଳର ବିକାଶ ହେବା ସହ ଅନେକ ନିଜର କର୍ମସଂସ୍ଥାନ ପାଇପାରୁଛନ୍ତି। ଏମିତିକି ଅନେକ ଅବସରପ୍ରାପ୍ତ ଶିକ୍ଷିତ ଗୋଷ୍ଠୀ କୃଷି ଷ୍ଟାର୍ଟଅପ୍‌ ଦିଗରେ ମନ ବଳାଇଲେଣି। ନିଶ୍ଚିତ ଭାବରେ ଆମେ କହିପାରିବା ଯେ କୃଷି ଓ କୃଷକର ବିକାଶ ଦିଗରେ ଷ୍ଟାର୍ଟଅପ୍‌ମାନଙ୍କର ଭୂମିକା ଅନେକ।
ତେବେ ଓଡ଼ିଶାରେ ଅନେକ ଯୁବ ଉଦ୍ୟୋଗୀ ଏବେ ନିଜେ ଆମତ୍ନିର୍ଭରଶୀଳ ହେବା ସହ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି କରିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଏ ଦିଗରେ ସରକାର ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଉଦ୍ୟୋଗର ବିକାଶ ଦିଗରେ ଗଠନମୂଳକ ଯୋଜନା ପ୍ରସ୍ତୁତ କରିବା ସହ ଏକ ନୂତନ ପଲିସି ମାଧ୍ୟମରେ କିପରି ବିକାଶ କରାଯାଇପାରିବ, ସେ ଦିଗରେ କାର୍ଯ୍ୟ କରିବା ଉଚିତ। ସହଜ ଓ ସୁବିଧାରେ କିପରି ସମସ୍ତ ସହାୟତା ସାଧାରଣ ଯୁବ ଉଦ୍ୟୋଗୀଙ୍କ ପାଖରେ ଉପଲବ୍ଧ କରାଯାଇପାରିବ, ସେ ଦିଗରେ କାର୍ଯ୍ୟ କରିବାକୁ ହେବ। ଯାହା ଫଳରେ କେବଳ ସହରରେ ନୁହେଁ, ପ୍ରତି ଗାଁରେ ଷ୍ଟାର୍ଟଅପ ନିର୍ମାଣ ହୋଇପାରିବ।
ରାଜ୍ୟ ସରକାର ଆଣିବାକୁ ଯାଉଥିବା ବଜେଟରେ କୃଷି ଷ୍ଟାର୍ଟଅପ୍‌ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଜରୁରୀ ମନେହୁଏ। କାରଣ କୃଷି ଓ ଏଗ୍ରିଟେକ୍‌ ଷ୍ଟାର୍ଟଅପ୍‌ମାନଙ୍କ ସଂଖ୍ୟା ଓଡ଼ିଶାରେ ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଆର୍ଥିକ ଅନୁଦାନ ମିଳିବା ସହ ବଜାର ସଂଯୋଗୀକରଣ ଦିଗରେ ଚିନ୍ତା କରିବା ଆବଶ୍ୟକ। ଏହା ସହ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ ଷ୍ଟାର୍ଟଅପକୁ ନେଇ ସୃଜନଶୀଳତାର ବିକାଶ କରିବାକୁ ହେବ। ଏଥିପାଇଁ ସ୍ବତନ୍ତ୍ର କର୍ମଶାଳା ଆୟୋଜନ କରି ପିଲାମାନଙ୍କ ମଧ୍ୟରେ ଏହି ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବାକୁ ହେବ। ସରକାରଙ୍କ ପ୍ରଚେଷ୍ଟାରେ ଆହୁରି କିପରି ଅଧିକ କୃଷି ଉଦ୍ୟୋଗକୁ ଯୋଜନାରେ ସାମିଲ କରାଯାଇ ସବ୍‌ସିଡି ଦିଆଯାଇପାରିବ, ସେ ଦିଗରେ ଗଠନମୂଳକ ପଦକ୍ଷେପ ନେବା ଜରୁରୀ। ଭବିଷ୍ୟତକୁ ଲକ୍ଷ୍ୟ କଲେ କୃଷି ଷ୍ଟାର୍ଟଅପ ଆମ ପାଇଁ ନିଶ୍ଚୟ ନୂଆ ସମ୍ଭବାନା ସୃଷ୍ଟି କରିବ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri