Posted inଖେଳ

ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ:ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌..

ଗ୍ରସ୍‌ ଆଇସ୍‌ଲେଟ୍‌, ୨୩।୬(ପି.ଟି.):ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ଶେଷ ସୁପର-୮ ମ୍ୟାଚ୍‌ ସୋମବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ୍‌ ଜିତି ୪ ପଏଣ୍ଟ ସହ ଗ୍ରୁପ୍‌-୧ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ରବିବାର ଆଫଗାନିସ୍ତାନଠାରୁ ହାରିଯାଇଥିବାରୁ ଆଶଙ୍କାରେ ରହିଛି। ଏହି ଦଳ ୨ ମ୍ୟାଚରୁ ୧ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ତୃତୀୟ ସ୍ଥାନରେ ଥିବା ଆଫଗାନିସ୍ତାନ ଏହାର ଶେଷ ସୁପର-୮ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଖେଳିବାର ଅଛି। ଯଦି ଆସନ୍ତା ମ୍ୟାଚ୍‌ରେ ଭାରତ ନିକଟରୁ ଅଷ୍ଟ୍ରେଲିଆ ହାରେ ଏବଂ ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନ ବିଜୟ ହାସଲ କରେ ତେବେ ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବେ। ବାଂଲାଦେଶ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିବାରୁ ଆଫଗାନିସ୍ତାନର ଆଶା ବଢ଼ିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଭାରତ ବିଜୟ ବଜାୟ ରଖି ସେମିଫାଇନାଲ ପ୍ରବେଶ ଆଶା ରଖିଛି।
ସୁପର-୮ରେ ଭାରତ କ୍ରମାଗତ ୨ଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଛି। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି କ୍ରମେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଶିବମ୍‌ ଦୁବେ ମଧ୍ୟ ବାଂଲାଦେଶ ବିପକ୍ଷରେ ୨୪ ବଲ୍‌ରୁ ୩୪ ରନ୍‌ କରି ନିଜ ସମାଲୋଚକଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ୩ ନମ୍ବର ସ୍ଥାନରେ ଆସୁଥିବା ରିଷଭ ପନ୍ତ ଭଲ ଆରମ୍ଭ କରୁଥିଲେ ମଧ୍ୟ ତାଙ୍କ ରିଭର୍ସ ହିଟ୍‌ ଶଟ୍‌ରେ ରହିଥିବା ତ୍ରୁଟିକୁ ସୁଧାରିବା ଆବଶ୍ୟକ। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଭଲ ପ୍ରଦର୍ଶନ କରିବା ଭାରତ ପାଇଁ ଅନେକ ସମସ୍ୟାର ସମାଧାନ କରିଛି। ବିଳମ୍ବରେ ସୁଯୋଗ ପାଇଥିବା କୁଲଦୀପ ଯାଦବ ମ୍ୟାଚ୍‌ ବିଜୟୀ ଅବଦାନ ଦେବାରେ ସକ୍ଷମ ହୋଇଛନ୍ତି। ଦଳ ବିଜୟ ପଥରେ ଥିବାରୁ ଏବଂ ସମ୍ମୁଖରେ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ଥିବାରୁ ଭାରତୀୟ ପ୍ଲେଇଂ କମ୍ବିନେଶନରେ ପରିବର୍ତ୍ତନର ସମ୍ଭାବନା ନାହିଁ। ଶନିବାର ରାତିରେ ସେଣ୍ଟ ଲୁସିଆରେ ପହଞ୍ଚତ୍ଥିବା ଭାରତୀୟ ଦଳ ଟ୍ରେନିଂ ନ କରି ବିଶ୍ରାମକୁ ପସନ୍ଦ କରିଥିଲା। ଡାରେନ ସାମି କ୍ରିକେଟ ଷ୍ଟାଡିୟମରେ ସାଧାରଣତଃ ହାଇ-ସ୍କୋରିଂ ମ୍ୟାଚ୍‌ ହୋଇଥାଏ। ମାତ୍ର ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ୧୬୪ ରନ ଚେଜ୍‌ କରିବାକୁ ସକ୍ଷମ ହୋଇ ନ ଥିଲା। ତେଣୁ ଏଠାରେ ସ୍ଲୋ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ସେଣ୍ଟ ଲୁସିଆରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ଏବଂ ଡିଡି ସ୍ପୋର୍ଟସରେ ଏହି ମ୍ୟାଚ୍‌ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏଇକୁ ହରାଇଲା ଭାରତର ଦ୍ୱିତୀୟ ବିଜୟ

ଡାମ୍ବୁଲା,୨୧ା୭: ମହିଳା ଏସିଆ କପ୍‌ କ୍ରିକେଟ ଟି୨୦ରେ ରବିବାର ୟୁଏଇ ବିପକ୍ଷରେ ଭାରତ ୭୮ ରନ୍‌ରେ ବିଜୟ ହାସଲ କରିଛି। ପ୍ରଥମ ଥର ଭାରତ ମହିଳା...

‘ଛାଡପତ୍ର ସ୍ବର୍ଗରେ ସ୍ଥିର ହୋଇଥାଏ,ବିବାହ ନର୍କରେ’, ନତାଶା-ହାର୍ଦ୍ଦିକ ଅଲଗା ହେବା ପରେ…

ମୁମ୍ବାଇ,୨୧।୭: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା(ଆରଜିଭି) ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଅଲଗା ହେବାର ଘୋଷଣା ପରେ ଖୁବ ଶୀଘ୍ର ବିବାହ ଏବଂ...

ସୂର୍ଯ୍ୟକୁମାର ଯାଦବ ନୁହେଁ, ଶୁବମନ ଗିଲ ଟିମ୍‌ ଇଣ୍ଡିଆର ଭବିଷ୍ୟତ

ନୂଆଦିଲ୍ଲୀ,୨୧।୭: ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତର ଟି-୨୦ ଦଳର ଅଧିନାୟକ କରାଯାଇଛି। ସେ ଶ୍ରୀଲଙ୍କା ଗସ୍ତରେ ଦଳର ଅଧିନାୟକ ହେବେ। ରୋହିତ ଶର୍ମା ଟି -୨୦...

ଭାରତୀୟ ଆଥଲେଟ୍‌ଙ୍କ ପାଇଁ ବଡ଼ ଘୋଷଣା କଲେ ଜୟ ଶାହା

ନୂଆଦିଲ୍ଲୀ,୨୧ା୭: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଆଥଲେଟ୍‌ଙ୍କ ଉଦ୍ଦେଶ୍ୟରେ ରବିବାର ୮.୫ କୋଟି ଟଙ୍କାର ଆର୍ଥିକ ସହୟତା ଘୋଷଣା କରିଛି ଭାରତୀୟ କ୍ରିକେଟ...

ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଶକ୍ତ ଝଟ୍‌କା: ୩ ଖେଳାଳି ଛାଡିପାରନ୍ତି ଦଳ

ମୁମ୍ବାଇ,୨୧।୭: ଆଇପିଏଲର ଶେଷ ସିଜିନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ନ ଥିଲା। ଆଇପିଏଲ ୨୦୨୫ ପୂର୍ବରୁ ମୁମ୍ବାଇକୁ ଶକ୍ତ ଝଟ୍‌କା ଲାଗିପାରେ। ଏକ ରିପୋର୍ଟ...

କୋଚ୍‌ ଭାବେ ପ୍ରଥମ ଖବରଦାତା ସମ୍ମିଳନୀରେ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ ଗମ୍ଭୀର; ଜାଣନ୍ତୁ କେବେ-କେଉଁଠି ଦେଖିବେ ଲାଇଭ୍‌…

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଲାଗି ଭାରତୀୟ କ୍ରିକେଟ ଟିମ୍‌ ପ୍ରସ୍ତୁତ। ଏହି ସିରିଜ ନୂଆ କୋଚ୍‌ ଗୌତମ...

NCA ଛାଡ଼ିବେ ଭିଭିଏସ ଲକ୍ଷ୍ମଣ; ଏହି ଆଇପିଏଲ ଟିମ୍‌ର ହୋଇପାରନ୍ତି କୋଚ୍

ଭୁବନେଶ୍ୱର,୨୧।୭: ଭାରତୀୟ ସିନିୟର କ୍ରିକେଟ୍ ଦଳର ନୂତନ ମୁଖ୍ୟ କୋଚ୍ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ନେବା ପରେ ଏବେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ମଧ୍ୟ...

ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ, ଶରୀରରେ ଟାଟୁ ଥିଲେ ମିଳିବ ଟିମ୍‌ ଇଣ୍ଡିଆରେ ସ୍ଥାନ; ଏ କ’ଣ କହିଲେ…

ନୂଆଦିଲ୍ଲୀ,୨୧।୭: ଟିମ୍‌ ଇଣ୍ଡିଆ ଜୁଲାଇ ୨୨ରେ ଶ୍ରୀଲଙ୍କା ଗସ୍ତରେ ଯିବ। ଏହି ଗସ୍ତରେ ଉଭୟ ଟିମ୍‌ ମଧ୍ୟରେ ୩ ଟି୨୦ ଏବଂ ସମାନ ଦିନିକିଆ ମ୍ୟାଚ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri