କିଏ ସୁନାମୀରୁ ତ କିଏ ବିମାନ ଦୁର୍ଘଟଣାରୁ; ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି ଏସବୁ କଳାକାର; ଆଜିବି…

ବମ୍ବେ: କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ଯେତେ ନିକଟତର ହେଉ ନା କାହିଁକି ଭଗବାନଙ୍କ ଇଚ୍ଛା ଏବଂ ଭାଗ୍ୟ ସାଥ୍‌ ଦେଲେ ବିପଦ ଟଳିଯାଏ। ମଣିଷ ନୁଆ ଜୀବନ ପାଏ। ବଲିଉଡର କିଛି କଳାକାରଙ୍କ କ୍ଷେତ୍ରରେ ଠିକ୍‌ ଏପରି ହୋଇଛି। ମୃତ୍ୟୁମୁଖରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆସନ୍ତୁ ଜାଣିବା:

ପ୍ରିତି ଜିଣ୍ଟା:
ପ୍ରିତି ଦୁଇଟି ଘଟଣାରେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲେ। କଲମ୍ବୋରେ ଏକ ଶୋ’ରେ ଭାଗ ନେବାକୁ ଅଭିନେତ୍ରୀ ଯାଇଥିବା ବେଳେ ହଠାତ ବୋମା ବିସ୍ଫୋରଣ ହୋଇଥିଲା। ଅନ୍ୟଟି ଥାଇଲାଣ୍ଡରେ ଛୁଟି କଟାଇବାକୁ ଯାଇଥିବା ବେଳେ ସେଠାରେ ସୁନାମୀ ଆସିଯାଇଥିଲା। ପ୍ରିତି ଭାଗ୍ୟବାନ ଥିବାରୁ ଏଥିରୁ ବର୍ତ୍ତି ଯାଇଥିଲେ।

ହେମା ମାଳିନୀ: ମଥୁରାରେ ହାଇଓ୍ବେ ଥାନା ଅଞ୍ଚଳରେ ହେମାଙ୍କ ଗାଡ଼ି ଅନ୍ୟ ଏକ ଗାଡ଼ି ସହ ଦୁର୍ଘଟଣା ଘଟିଥିଲା। ଏଥିରୁ ହେମା ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଅନ୍ୟଗାଡ଼ିରେ ଥିବାରୁ ୨ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିଲା।

ସୈଫ ଅଲ୍ଲି ଖାନ: ଏକ ଷ୍ଟଣ୍ଟର ଶୁଟିଂ ସମୟରେ ସୈଫ ଗୁରୁତର ଆହତ ହୋଇଥିଲେ। ମୁଣ୍ଡପଟଦେଇ ପଡ଼ିଯିବା କାରଣରୁ ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଥିଲା। ତାଙ୍କଠାରେ ୧୦୦ଟି ଷ୍ଟିଜ୍‌ ପଡ଼ିଥିଲା। ଏହା ସୈଫଙ୍କ ଜୀବନର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଏ।

ସନି ଲିଓନି:
୨୦୧୭ରେ ସନି ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ହ୍ରିତିକ ରୋଶନ:
ନିଜର ଏକ ଫିଲ୍ମ ଶୁଟିଂ ସମୟରେ ହ୍ରିତିକ ଉଚ୍ଚ କୋଠାର ଏକ କୋବୁଲରେ ଝୁଲି ରହିଥିଲେ। ଏହି ସମୟରେ ତାହା ଛିଣ୍ଡି ଯାଇଥିଲା। ୫୦ ଫୁଟ ତଳକୁ ଖସିବା ପରେ ମଧ୍ୟ ସେ ସୌଭାଗ୍ୟକୁ ବର୍ତ୍ତି ଯାଇଥିଲେ।

ଅମିତାଭ ବଚ୍ଚନ:
୧୯୮୨ରେ ବାଙ୍ଗାଲୋରରେ ଫିଲ୍ମ ‘କୁଲି’ର ଶୁଟିଂସେଟରେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲେ ଅମିତାଭ। ଏକ ଆକ୍ସନ ଦୃଶ୍ୟ ସମୟରେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ। ତାଙ୍କୁ ୫୯ ଦିନ ଆଇସିୟୁରେ ରହିବାକୁ ପଡ଼ିଥିଲା। ଏହି ଘଟଣା ପରେ ବଞ୍ଚିବା ପୁର୍ନଜନ୍ମ ପାଇବା ଭଳି ବୋଲି ଅମିତାଭ ଭାବନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ମାସେ ପୂରିନି, ସ୍ବାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ତଥା ବୋଲ୍ଡ ମଡେଲ ପୁନମ ପାଣ୍ଡେ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ନିକଟରେ ପ୍ରେମିକ ସାମ ବମ୍ବେଙ୍କୁ ବିବାହ କରିଥିଲେ। ବିଶ୍ୱାସ କରାଯାଉଥିଲା...

ବିବାହ ପୂର୍ବରୁ କାଟ୍ରିନା-ଭିକିଙ୍କ ନାଁରେ ମାମଲା

ଜୟପୁର: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା ଏବଂ ଭିକିଙ୍କ ବିବାହ ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବ। ଆଜିଠୁ ଉଭୟଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଛି।...

ଜାହ୍ନବୀ-ଇଶାନଙ୍କ ପ୍ରେମ କାହାଣୀରେ ଲାଗିଲା ଫୁଲଷ୍ଟପ!

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ଏବେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅକ୍ଷତ ରାଜନଙ୍କ ସହ ସମୟ କାଟୁଥିବା ଶୁଣିବାକୁ ମିଳିଛି। ଆଉ ଏହା...

‘ହିରୋଇନ୍‌ ତ ମୁଁ ଦେଖାଯାଏ, ଅଭିନେତ୍ରୀ ହେବାକୁ ଚାହୁଁଛି…’

ମୁମ୍ବାଇ: ଛୋଟ ପରଦାର ବଡ଼ ହିରୋଇନ୍‌ ଅଙ୍କିତା ଲୋଖଣ୍ଡେଙ୍କୁ କିଏ ବା ନ ଜାଣେ। ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରୁ ସେ ଘରେ ଘରେ ପରିଚିତା।...

କେଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର...

ଏହି ବ୍ୟକ୍ତିଙ୍କୁ ଡରି ଦେଶଛାଡି ଚାଲିଯାଇଥିଲେ ପ୍ରସିଦ୍ଧ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି

ବଲିଉଡ୍‌ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଇତିମଧ୍ୟରେ ୫୭ ବର୍ଷର ହୋଇଯାଇଛନ୍ତି। ୧୬ ନଭେମ୍ବର, ୧୯୬୩ରେ ସେ ଧନବାଦରେ ଜନ୍ମଗ୍ରହଣ କରିଥିଲେ। ଅନେକ ସଫଳ ଫିଲ୍ମରେ କାମ...

‘ଭୁଲଭୁଲେୟା ୨’ରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ନିର୍ଦ୍ଦେଶକ ଅନିସ ବଜମୀ କିୟାରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ସିକୁଏଲ ‘ଭୁଲଭୁଲେୟା ୨’ ନିର୍ମାଣ କରୁଛନ୍ତି । ତେବେ ଏଥିରେ ବିଦ୍ୟା...

ଫେରାର୍‌ ହେଲେ ରିୟା; ଖାଲି ହାତରେ ଫେରିଲା ପୋଲିସ !

ମୁମ୍ବାଇ, ୨୯।୭: ଦିଗଂବତ ବଲିଉଡ୍‌ ଯୁବ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ବାପା କେ.କେ....

Advertisement
Archives

Model This Week