ପଲିଟେକ୍‌ନିକ ଶିକ୍ଷାନୁଷ୍ଠାନରେ ଦିଆଯିବ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ

ଭୁବନେଶ୍ୱର, ୨୪।୫(ବ୍ୟୁରୋ):ଆସନ୍ତା ଜୁନ୍‌ରୁ ଓଡ଼ିଶାର ସମସ୍ତ ପଲିଟେକ୍‌ନିକ ଶିକ୍ଷାନୁଷ୍ଠାନରେ ଷ୍ଟେନଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ ପ୍ରଦାନ କରାଯିବ। ଏନେଇ ସୋମବାର ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇଭିଟି) ଏବଂ ଜିନ୍ଦଲ ଷ୍ଟେନ୍‌ ଲେସ୍‌ (ଜେଏସ୍‌ଏଲ୍‌) ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଓ ଏହାର ବିଭିନ୍ନ ପ୍ରୟୋଗ କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ଏସ୍‌ସିଟିଇଭିଟି ଉପାଧ୍ୟକ୍ଷ ରେଘୁ ଜି ଏବଂ ଜେଏସଏଲ୍‌ ୟୁନିଟ୍‌ ମୁଖ୍ୟ ଦୀପକ ଅଗ୍ରୱାଲ କରିଥିବା ଉକ୍ତ ଚୁକ୍ତି ସ୍ବାକ୍ଷର ଅନୁସାରେ, ତାଲିମ୍‌ରେ ‘ବାଧ୍ୟତାମୂଳକ’ ଏବଂ ‘ଚୟନମୂଳକ’ ଭଳି ଦୁଇଟି ମଡ୍ୟୁଲ୍‌ ରହିବ। ପ୍ରତ୍ୟେକ ବ୍ୟାଚ୍‌ ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପଞ୍ଚମ ସେମିଷ୍ଟର ଛାତ୍ରୀଛାତ୍ରଙ୍କ ପାଇଁ ଜୁନ୍‌ରୁ ଷ୍ଟେନଲେସ୍‌ ଷ୍ଟିଲ୍‌ ଉପରେ ଏକ ଅତିରିକ୍ତ ବାଧ୍ୟତାମୂଳକ ମଡ୍ୟୁଲ ଆରମ୍ଭ ହେବ। ଏଥିରେ କେବଳ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉପରେ ୧୦ଟି ଶିକ୍ଷାଦାନ ଅଧିବେଶନ ଅନ୍ତର୍ଭୁକ୍ତ ରହିବ। ପ୍ରଶିକ୍ଷାର୍ଥୀଙ୍କ ପାଇଁ ଶିଳ୍ପ ପରିଦର୍ଶନର ବ୍ୟବସ୍ଥା ସହ ପ୍ରଶିକ୍ଷକଙ୍କ ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବ ଜିନ୍ଦଲ ଷ୍ଟେନ୍‌ଲେସ୍‌।
ସରକାରୀ ପଲିଟେକ୍‌ନିକ ଯାଜପୁର ଓ କେନ୍ଦ୍ରାପଡ଼ା ଏବଂ ବୋଷ୍‌ କଟକର ଷଷ୍ଠ ସେମିଷ୍ଟର ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପ୍ରଶିକ୍ଷାର୍ଥୀଙ୍କ ପାଇଁ ଚୟନମୂଳକ ମଡ୍ୟୁଲରେ ୪୦ ଅଧିବେଶନ ସହିତ ୩ କ୍ରେଡିଟ ପାଠ୍ୟକ୍ରମ ରହିବ। ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପଞ୍ଚମ ସେମିଷ୍ଟର ପରେ ଚୟନମୂଳକ ପାଠ୍ୟକ୍ରମ ପାଇଁ ନାମ ଲେଖାଇପାରିବେ। ମନୋନୀତ ପ୍ରଶିକ୍ଷାର୍ଥୀମାନେ ଜିନ୍ଦଲ ଷ୍ଟେନଲେସ ଯାଜପୁର ପ୍ଲାଣ୍ଟରେ ୨୦ ଘଣ୍ଟା ଅବଧିର ଶିଳ୍ପ ତାଲିମ ନେବେ। ପାଠ୍ୟକ୍ରମ ସରିବା ପରେ ସମସ୍ତ ପ୍ରଶିକ୍ଷାର୍ଥୀ ଜିନ୍ଦଲ ଷ୍ଟେନଲେସ୍‌ ଏବଂ ସହଯୋଗୀ ଅନୁଷ୍ଠାନରୁ ମିଳିତ ଭାବେ ପ୍ରମାଣପତ୍ର ପାଇବେ। ପ୍ରଶିକ୍ଷାର୍ଥୀଙ୍କ କାର୍ଯ୍ୟଦକ୍ଷତା ଉପରେ ଆଧାର କରି କମ୍ପାନୀ ପ୍ରି-ପ୍ଲେସ୍‌ମେଣ୍ଟ ଅଫର ପ୍ରଦାନ କରିବ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି, ଜିନ୍ଦଲ ଷ୍ଟେନଲେସ୍‌ର ଏହି ସହଯୋଗ ବୈଷୟିକ ଶିକ୍ଷାକ୍ଷେତ୍ର ପାଇଁ ଏକ ମାନଦଣ୍ଡ ହେବ ଏବଂ ଏହା ପଲିଟେକ୍‌ନିକରେ ଶିଳ୍ପ ଆଭିମୁଖୀକରଣକୁ ବ୍ୟାପକ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମରେ ଏସ୍‌ଡିଟିଇର ଅତିରିକ୍ତ ସଚିବ ତପନ ଶତପଥୀ, ଜିନ୍ଦଲ ଷ୍ଟେନଲେସର ନିର୍ଦ୍ଦେଶକ ବିଜୟ ଶର୍ମା, ଜେଏସ୍‌ଏଲ୍‌ ରେସିଡେଣ୍ଟ ଡାଇରେକ୍ଟର ଏସ୍‌. ଏସ୍‌. ଉପାଧ୍ୟାୟ ଏବଂ ଜେଏସ୍‌ଏଲ୍‌ ବିକ୍ରୟ ଏବଂ ବଣ୍ଟନ ମହାପ୍ରବନ୍ଧକ ରନିତ ରାଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?