ଜଗନ୍ନାଥଙ୍କ ଭଜନ ଗାଇଲେ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି, ୨୪ା୫(ସ୍ବ.ପ୍ର): ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରବିବାର ରାତିରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଚାଲିଥିବା ମାହାଙ୍ଗା ମହୋତ୍ସବରେ ପ୍ରଥମ ଜଗନ୍ନାଥ ଭଜନ ଗାଇଛନ୍ତି। ଏହି ଅବସରରେ ସେ ‘ଦଣ୍ଡବତ ହେଲି ତୋରି ପାଦରେ’ ଭଜନ ଗାଇ ଦର୍ଶକ ଓ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ମାହାଙ୍ଗା ମହୋତ୍ସବ କମିଟି ପକ୍ଷରୁ ତାଙ୍କୁ ଜଗନ୍ନାଥଙ୍କ ଫଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ହ୍ୟୁମାନଙ୍କୁ ଜଗନ୍ନାଥଙ୍କ ଭଜନ ଗାଇବାକୁ କହିବାରୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଛି ବୋଲି ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଶୁକ୍ରବାର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଥାନାରେ ମାମଲା (ନଂ.୧୪୯/୨୨) ରୁଜୁ ହୋଇଥିଲା। ଏଥିସହ ଉକ୍ତ ଫୋନ କଲ୍‌ର ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ହ୍ୟୁମାନ ବିଦାଦଘେରକୁ ଚାଲିଆସିଥିଲେ। ଏବେ ମହାପ୍ରଭୁଙ୍କ ଗୀତ ଗାଇବା ସମ୍ପର୍କରେ ହ୍ୟୁମାନ କୁହନ୍ତି, ପୂର୍ବରୁ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ ସୁଯୋଗ ପାଇ ନ ଥିଲି। ଏବେ ସେ ସୁଯୋଗ ମିଳିଛି। ଜୀବନର ଶେଷପର୍ଯ୍ୟନ୍ତ ଜଗନ୍ନାଥଙ୍କ ଭଜନ ଗାଇବି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?