ଜଗନ୍ନାଥଙ୍କ ଭଜନ ଗାଇଲେ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି, ୨୪ା୫(ସ୍ବ.ପ୍ର): ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରବିବାର ରାତିରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଚାଲିଥିବା ମାହାଙ୍ଗା ମହୋତ୍ସବରେ ପ୍ରଥମ ଜଗନ୍ନାଥ ଭଜନ ଗାଇଛନ୍ତି। ଏହି ଅବସରରେ ସେ ‘ଦଣ୍ଡବତ ହେଲି ତୋରି ପାଦରେ’ ଭଜନ ଗାଇ ଦର୍ଶକ ଓ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ମାହାଙ୍ଗା ମହୋତ୍ସବ କମିଟି ପକ୍ଷରୁ ତାଙ୍କୁ ଜଗନ୍ନାଥଙ୍କ ଫଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ହ୍ୟୁମାନଙ୍କୁ ଜଗନ୍ନାଥଙ୍କ ଭଜନ ଗାଇବାକୁ କହିବାରୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଛି ବୋଲି ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଶୁକ୍ରବାର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଥାନାରେ ମାମଲା (ନଂ.୧୪୯/୨୨) ରୁଜୁ ହୋଇଥିଲା। ଏଥିସହ ଉକ୍ତ ଫୋନ କଲ୍‌ର ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ହ୍ୟୁମାନ ବିଦାଦଘେରକୁ ଚାଲିଆସିଥିଲେ। ଏବେ ମହାପ୍ରଭୁଙ୍କ ଗୀତ ଗାଇବା ସମ୍ପର୍କରେ ହ୍ୟୁମାନ କୁହନ୍ତି, ପୂର୍ବରୁ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ ସୁଯୋଗ ପାଇ ନ ଥିଲି। ଏବେ ସେ ସୁଯୋଗ ମିଳିଛି। ଜୀବନର ଶେଷପର୍ଯ୍ୟନ୍ତ ଜଗନ୍ନାଥଙ୍କ ଭଜନ ଗାଇବି।


Enter your email to get our daily news in your inbox.

All Right Reserved By Dharitri.Com

୭ ଘଣ୍ଟା ଉପାସ ରହିଲେ ମହାପ୍ରଭୁ

ପୁରୀ,୧୬ା୯(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଘଟିଛି। ଏପରିକି ଦୁଇଥର ବଡ଼ ମହାସ୍ନାନ କରାଯାଇଛି। ଫଳରେ ଦାରୁଦିଅଁଙ୍କୁ ଦୀର୍ଘ ୭ଘଣ୍ଟା ଉପବାସ ରହିବାକୁ...

ଦିବ୍ୟାଙ୍ଗ ସୁକାନ୍ତଙ୍କ ଘରେ ପହଞ୍ଚିଲେ ଅଧିକାରୀ: ସହାୟତା ପ୍ରଦାନ ନେଇ ତଦନ୍ତ

ବନ୍ତ,୧୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧୀନ ହାସିନପୁର ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ସୁକାନ୍ତ ମୁଖୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ କରାଯିବା...

ଗଜପତିରେ କଂଗ୍ରେସଠାରୁ ପଛରେ ଭାଜପା

ପାରଳାଖେମୁଣ୍ଡି,୩।୩(ଡି.ଏନ.ଏ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଗଜପତି ଜିଲାରେ ନୂଆ ଇତିହାସ ରଚିଛି। ଜିଲାର ମୋଟ ୧୪ଟି ଜିଲା ପରିଷଦ ଆସନରୁ ଦଳ୧୧ଟିରେ ବିଜୟ...

ଆବଦ୍ଧାଞ୍ଚଳରେ ଗଠନ ହେଲା ୩ଟି ଟିମ୍‌

ବନ୍ତ,୨୯।୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯିବା ସହ...

ସୀମାନ୍ତରେ ଦମନ, ଓଡ଼ିଶାମୁହାଁ ମାଓବାଦୀ

ରାଉରକେଲା,୨।୭(ସଙ୍ଗୀତା ଜେନା) ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳଗୁଡ଼ିକରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି। ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲାର ବିଭିନ୍ନ ଅଞ୍ଚଳରେ ସେମାନଙ୍କ କାର୍ଯ୍ୟକଳାପ ବଢିବା...

କଟନୀ ଛଟନୀରେ ଚାଲିଛି ଧାନ କିଣା

ନୂଆପଡ଼ା ଅଫିସ,୬।୧୨: ନୂଆପଡା ଜିଲାରେ ଚାଷୀ ସୁବିଧାରେ ଧାନ ବିକ୍ରୟ କରି ଉଚିତ ପାଉଣା ପାଇବା ପାଇଁ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପାଇଁ...

କୂଅରେ ଖସିପଡ଼ିଲା ହାତୀ ଛୁଆ

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତର ନୀତିଗୋଠ ଗ୍ରାମରେ ଜଣେ ଲୋକଙ୍କ ବାଡ଼ିରେ ଥିବା ଏକ କୂଅରେ ହାତୀ ଛୁଆ ଖସି...

୪୬ ବର୍ଷରେ ଧରିତ୍ରୀ

ନଭେମ୍ବର ୨୪ ତାରିଖ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ପବିତ୍ର ସିଦ୍ଧି ଦିବସ । ଏହି ଅବସରରେ ଧରିତ୍ରୀର ଜନ୍ମ । ୧୯୭୪ ରୁ ଏ ଯାବତ...

Advertisement
Archives

Model This Week