ସର୍ବସାଧାରଣରେ ରହିବ ସଡ଼କ ଦୁର୍ଘଟଣା ତଥ୍ୟ

ଭୁବନେଶ୍ୱର,୨୪ା୫(ବ୍ୟୁରୋ):ସଡ଼କ ସୁରକ୍ଷା ଦିଗରେ ରାଜ୍ୟ ସରକାର ତପତ୍ରତା ପ୍ରକାଶ କରିଛନ୍ତି। ଏଣିକି ସାଧାରଣ ସ୍ଥାନରେ ସଡ଼କ ଦୁର୍ଘଟଣାର ସବୁ ତଥ୍ୟ ଲଗାଯିବ। ଜିଲାସ୍ତରରେ ମାସକ ଭିତରେ କେତେ ଦୁର୍ଘଟଣା ଘଟୁଛି, ତାହା ସବୁଠି ଲୋକଙ୍କ ଲାଗି ଉପଲବ୍ଧ ହେବ। ଜିଲା ୱେବ୍‌ସାଇଟ୍‌, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ଦୁର୍ଘଟଣା ତଥ୍ୟ ପ୍ରକାଶ ପାଇଁ ଜିଲା ସଡ଼କ ସୁରକ୍ଷା କମିଟି ଗୁଡ଼ିକୁ କୁହାଯାଇଛି।
ଏହାସହ ସବୁ ଜିଲାର ସଡ଼କ ସୁରକ୍ଷା କମିଟି ପୁନର୍ଗଠନ କରାଯାଇଛି। ଏହି କମିଟି କିପରି କାର୍ଯ୍ୟ କରିବ ସେନେଇ ବିସ୍ତୃତ କାର୍ଯ୍ୟାବଳୀ ଜାରି ହୋଇଛି। କମିଟି ଜିଲାରେ ସଡ଼କ ଦୁର୍ଘଟଣାଗୁଡ଼ିକର ସମୀକ୍ଷା କରିବ। ରାଜ୍ୟ ସଡ଼କ ସୁରକ୍ଷା ନୀତି କାର୍ଯ୍ୟାନ୍ବୟନର ତଦାରଖ ସହ ଏହା ଅଧୀନରେ ଲକ୍ଷ୍ୟ ଧାର୍ଯ୍ୟ ହେବ। ସୁପ୍ରିମକୋର୍ଟ କମିଟି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କମିଟି କାର୍ଯ୍ୟକାରୀ କରିବ। ଜିଲାରେ ହେଉଥିବା ଦୁର୍ଘଟଣାର ବିସ୍ତୃତ ତଥ୍ୟ ରାଜ୍ୟ ସଡ଼କ ସୁରକ୍ଷା ପରିଷଦକୁ ନିୟମିତ କମିଟି ପକ୍ଷରୁ ଜଣାଯିବ। ଯେଉଁଥିରେ ଯାନ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବ। ଏଥିସହ ଦୁର୍ଘଟଣାର କାରଣ, ଘଟଣାସ୍ଥଳ ତଦନ୍ତ, ଉଲ୍ଲଙ୍ଘନକାରୀ, ପୀଡ଼ିତଙ୍କ ସ୍ଥିତି, ଆଘାତର ପ୍ରକାର, ଏତଲା ଆଦି ସମ୍ପର୍କରେ ଜଣାଇବେ। ଜରୁରୀକାଳୀନ ମେଡିକାଲ୍‌ ପ୍ଲାନ୍‌ ପ୍ରସ୍ତୁତ କରିବା, ଏମର୍ଜେନ୍ସି କେସ୍‌ରେ ହସ୍ପିଟାଲ୍‌ରେ ଶଯ୍ୟା ଉପଲବ୍ଧତା ଜାଣିବା ପାଇଁ ଡାକ୍ତରଖାନା ସହ ଯୋଗାଯୋଗ ରଖିବା, ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବା ଆଦି ବିଭିନ୍ନ ଦିଗରେ ଏହି କମିଟି କାର୍ଯ୍ୟ କରିବ। ଏହାଛଡ଼ା ଜିଲା ସଡ଼କ ସୁରକ୍ଷା ପ୍ଲାନ୍‌ ବିକଶିତ କରିବେ। ୧୫ ଦିନରେ ଥରେ ଭର୍ଚୁଆଲ୍‌ରେ ଏବଂ ମାସକୁ ଥରେ ଜିଲାପାଳ ସ୍ଥିର କରିଥିବା ସ୍ଥାନରେ କମିଟିର ଶାରୀରିକ ବୈଠକ ହେବ।
କମିଟିରେ ଜିଲାପାଳ ଅଧ୍ୟକ୍ଷ ଏବଂ ରାଜପଥ ପ୍ରଶାସକ (ହାଇୱେ ଆଡ୍‌ମିନିଷ୍ଟ୍ରେଟର) ସଦସ୍ୟ ସଚିବ ରହିବେ। ଏହି କମିଟିରେ ସଦସ୍ୟ ଭାବେ ଡିସିପି/ଏସ୍‌ପି, ଚିଫ୍‌ ମେଡିକାଲ ଅଫିସର, ନିର୍ବାହୀ ଯନ୍ତ୍ରୀ, ପିଡବ୍ଲ୍ୟୁଡି (ରୋଡ୍‌), ସଡ଼କ ପରିବହନ ମନ୍ତ୍ରାଳୟର ଆଞ୍ଚଳିକ ପ୍ରତିନିଧି, ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ, ପୌରାଞ୍ଚଳର ନିର୍ବାହୀ ଅଧିକାରୀ, ଆର୍‌ଟିଓ, ଡିଇଓ, ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ୨ଜଣ ଅଧିସ୍ବୀକୃତ ଖବରଦାତା, ସିଭିଲ୍‌ ସୋସାଇଟି ସଙ୍ଗଠନର କିମ୍ବା ସଡ଼କ ସୁରକ୍ଷା ପାଇଁ କାମ କରୁଥିବା ଏନ୍‌ଜିଓରୁ ଜଣେ, ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ବସ୍‌ ଏବଂ ଟ୍ରକ୍‌ ମାଲିକ ସଂଘରୁ ଜଣେ ଲେଖାଏ ସଦସ୍ୟ ରହିବେ। ଜିଲାରେ ଯଦି ନିର୍ବାହୀ ଯନ୍ତ୍ରୀ/ଅଧୀକ୍ଷଣ ଯନ୍ତ୍ରୀ ଏକାଧିକ ଥିଲେ କିଏ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ ତାହା କମିଟି ଅଧ୍ୟକ୍ଷ ଚୟନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?