ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି ଓ ‘ଦ ଟାଇମ୍ସ’ର ମିଳିତ ପଦକ୍ଷେପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ରିଟେନ୍‌ର ଟପ୍ ୫୦ ଆକାଂକ୍ଷୀ ବ୍ୟବସାୟୀ ନେତାଙ୍କ ମଧ୍ୟରେ ସ୍ଥାନ ମିଳିଛି। ଲଣ୍ଡନର ବାଫ୍ଟା(BAFTA)ରେ ଆୟୋଜିତ ସମାରୋହରେ ବ୍ରିଟେନ୍‌ର ପ୍ରମୁଖ ଉଦ୍ୟୋଗୀ ଓ ବ୍ୟବସାୟୀ ନେତାଙ୍କ ଉପସ୍ଥିତିରେ ଅରୁଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଲଣ୍ଡନ, ୮ ଅକ୍ଟୋବର ୨୦୨୬: ଓଡ଼ିଶାରେ ଜନ୍ମିତ ଉଦ୍ୟୋଗୀ ତଥା ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ କ୍ୟାପ୍ଟେନ୍ ଅରୁଣ କରଙ୍କୁ ୨୦୨୬ ପାଇଁ ‘ଟପ୍ ୫୦ ମୋଷ୍ଟ ଆମ୍ବିସିଅସ୍ ବିଜନେସ୍ ଲିଡର୍ସ’ ତାଲିକାରେ ସ୍ଥାନ ମିଳିଛି। ବ୍ରିଟେନ୍‌ଭିତ୍ତିକ ଟେକ୍ନୋଲୋଜି କମ୍ପାନୀ ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ଅରୁଣ କଟକରେ ଜନ୍ମଗ୍ରହଣ କରିଛନ୍ତି। ଓଡ଼ିଶାରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଭାରତୀୟ ସେନାରୁ ବ୍ରିଟେନ୍‌ର ଉଦ୍ୟୋଗ ଜଗତ ପର୍ଯ୍ୟନ୍ତ ପହଞ୍ଚିଛି। ଏବେ ତାଙ୍କ ଏହି ଯାତ୍ରା ବ୍ରିଟେନ୍‌ର ପ୍ରମୁଖ ବ୍ୟବସାୟିକ ମଞ୍ଚରେ ସ୍ୱୀକୃତି ହାସଲ କରିଛି।

ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ତଥା ସିଟିଓ ଚିନ୍ତନ ପନାରା କହିଛନ୍ତି, “ବାସ୍ତବ ସମସ୍ୟାର ସମାଧାନ ଉପରେ ଧ୍ୟାନ ରଖି ଅରୁଣ ସବୁବେଳେ ଆମକୁ ବଡ଼ ଭାବିବାକୁ ପ୍ରେରଣା ଦେଇଛନ୍ତି। ଏହି ସ୍ୱୀକୃତି ତାଙ୍କର ସେହି ଆକାଂକ୍ଷାକୁ ପ୍ରତିଫଳିତ କରୁଛି।” ଅରୁଣ କର କହିଛନ୍ତି, ଆଗକୁ ଏକ୍ସପର୍ଟନେଷ୍ଟର ବ୍ୟବସାୟ ବଢ଼ାଇବା ସହ ଏହାର ପ୍ରଭାବ ଲୋକଙ୍କ ଜୀବନରେ ମଧ୍ୟ ଦେଖାଯିବା ତାଙ୍କ ଲକ୍ଷ୍ୟ। ସେ କହିଛନ୍ତି, “ମୋ ପାଇଁ କେବଳ ବ୍ୟବସାୟ ବଢ଼ିବା ଯଥେଷ୍ଟ ନୁହେଁ। ଏହି ବିକାଶ ଯେପରି ଲୋକଙ୍କ ପାଇଁ ନୂଆ ସୁଯୋଗ ଆଣିବ, ଗ୍ରାହକଙ୍କ ବାସ୍ତବ ସମସ୍ୟାର ସମାଧାନ କରିବ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଥିବା ପ୍ରଯୁକ୍ତି ବିକଶିତ କରିବ, ସେଥିପାଇଁ ଆମେ କାମ କରିବୁ।”

ଅରୁଣ କର କହିଛନ୍ତି, ଏହି ସମ୍ମାନ କେବଳ ତାଙ୍କର ନୁହେଁ, ଏକ୍ସପର୍ଟନେଷ୍ଟ ସହ ଜଡ଼ିତ ସମସ୍ତଙ୍କ ସଫଳତା। ସେ କହିଛନ୍ତି, “ଏଭଳି ସମ୍ମାନରେ ପ୍ରତିଷ୍ଠାତାଙ୍କ ନାମ ଆଗକୁ ଆସେ, କିନ୍ତୁ କୌଣସି ବ୍ୟବସାୟ ଜଣେ ବ୍ୟକ୍ତି ଏକା ଗଢ଼ିପାରନ୍ତି ନାହିଁ। ଏକ୍ସପର୍ଟନେଷ୍ଟକୁ ଆଜିର ସ୍ଥାନରେ ପହଞ୍ଚାଇବାରେ ଆମ କର୍ମଚାରୀ, ଗ୍ରାହକ, ସହଯୋଗୀ ଏବଂ ଆମ ଉପରେ ବିଶ୍ୱାସ ରଖିଥିବା ସମସ୍ତଙ୍କ ଅବଦାନ ରହିଛି। ଏହି ସମ୍ମାନ ନିଶ୍ଚିତ ଭାବେ ଆମ ପାଇଁ ଗର୍ବର ମୁହୂର୍ତ୍ତ। ତେବେ ଆମର ଯାତ୍ରା ଏଠାରେ ଶେଷ ହୋଇନାହିଁ, ଆଗକୁ ଆହୁରି ଅନେକ କିଛି କରିବାକୁ ଅଛି।”


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?