ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଜିଉ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ବଡ଼ ଏକାଦଶୀ ତିଥିରେ କେନ୍ଦୁଝରର ଆରାଧ୍ୟଦେବ ଶ୍ରୀଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସର୍ବୋଚ୍ଚ ରଥରେ ଶ୍ରୀଜିଉଙ୍କ ଅଲୌକିକ ସୁନାବେଶକୁ ହଜାର ହଜାର ଭକ୍ତ ଦର୍ଶନ କରିଛନ୍ତି। ପାଗ ଅନୁକୂଳ ଥିବାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଦୂରଦୂରାନ୍ତରୁ ଆସି ଶ୍ରୀଜିଉମାନଙ୍କୁ ସୁନାରେ ସୁସଜ୍ଜିତ ବେଶ୍‌କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ଏହି ସୁନାବେଶକୁ ଶାନ୍ତିଶୃଙ୍ଖଳାର ସହ ଶେଷ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଜିଲା ପୋଲିସ ଏବଂ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମଧ୍ୟାହ୍ନରୁ ଟ୍ରାଫିକ ବ୍ୟବସ୍ଥା ସୁଦୃଢ଼ କରାଯାଇଛି।
ସେହିପରି ମଧ୍ୟାହ୍ନରେ ଶ୍ରୀଜିଉଙ୍କୁ ସୁନାବେଶ କରିବା ପାଇଁ ଭକ୍ତମାନଙ୍କ ଦର୍ଶନ ବନ୍ଦ ରଖାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁନାବେଶ କରାଯାଇ ଅପରାହ୍ନରୁ ଭକ୍ତମାନଙ୍କର ଦର୍ଶନ ପାଇଁ ଖୋଲାଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ବ୍ୟବସ୍ଥା କରିଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ରଥ ଉପରକୁ ଯାଇ ଭକ୍ତଙ୍କ ଦର୍ଶନ କରିବା ଉପରେ ବାରଣ କରାଯାଇଥିଲା। ସେହିପରି ସୁରକ୍ଷା ଦୃଷ୍ଟି କୋଣରୁ ଏବଂ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ ପାଇଁ ରଥ ଚାରିପଟେ ବାରିକେଡ ବ୍ୟବସ୍ଥା କରାଯାଇ ଦୂରରୁ କର୍ଡନ ବାହାରେ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା। ସେହିପରି ରଥ ଚାରିପାଖରେ ସଶସ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଉତ୍ତପ୍ତ ୨୦ ସହର ମଧ୍ୟରୁ ୧୯ ଭାରତରେ

ନୂଆଦିଲ୍ଲୀ,୨୨ା୪: ଭାରତ ଏବେ ବିଶ୍ୱ ଉତ୍ତାପ ବୃଦ୍ଧିର କେନ୍ଦ୍ରସ୍ଥଳ ପାଲଟିଛି। ବିଶ୍ୱର ୨୦ଟି ସବୁଠୁ ଉତ୍ତପ୍ତ ସହର ମଧ୍ୟରୁ ୧୯ଟି ଭାରତରେ ରହିଥିବା ଏକ୍ୟୁଆଇ ପକ୍ଷରୁ ଜାରି…

୨୩% ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୨ା୪: ଆଗାମୀ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ପ୍ରତିଶତଙ୍କ…

ପଦ୍ମପୁରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ: ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ବିଫଳ

ପଦ୍ମପୁର,୨୨ା୪(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଣର ସୁଧାର ଆଣିବା ଲକ୍ଷ୍ୟରେ ଅଙ୍ଗନଦୀର ଦର୍ବେ କେଲାଠାରେ ନିର୍ମାଣ ହୋଇଥିବା ବ୍ୟାରେଜ ବିଫଳ ହୋଇଛି। ଏବେ…

ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି।…

ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଉନ୍ନୟନ କାମ ଅଭିଯୋଗ

ଲୋଇସିଂହା,୨୨।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହର ପୁନରୁଦ୍ଧାର ଓ ପାଚେରି କାମ ଗତ କିଛି ଦିନ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୨୨ା୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟ ମନ୍ତ୍ରିମଣ୍ଡଳର ୩୯ତମ ବୈଠକ ତଥା ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ…

‘କୁତ୍ରିମ ବୁଦ୍ଧିମତା ଯୁଗରେ ପ୍ରତିଟି କ୍ଷେତ୍ରରେ ଯତ୍ନବାନ ରୁହନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ.…

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

ଗୁଡାରି,୨୧।୪(ପ୍ରମୋଦ କୁମାର ପତି): ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri