ଦେଶ ଛାଡ଼ି ବିଦେଶରେ ଆବାସ ଖୋଜୁଛନ୍ତି ଶ୍ରୀଲଙ୍କା ଲୋକେ, ଏବେ ୩ କୁସ୍ତିଯୋଦ୍ଧା ନିଖୋଜ…

କଲମ୍ବୋ,୩୦।୧୦ : ଆର୍ଥିକ ସଙ୍କଟ ଯୋଗୁଁ ଦେଶରେ ବଢୁଥିବା ସମସ୍ୟା ଯୋଗୁ ଶ୍ରୀଲଙ୍କାବାସୀ ବିଦେଶରେ ବସବାସ କରିବାକୁ ଏବେ ପସନ୍ଦ କରୁଛନ୍ତgି। ତେଣୁ ଲଗାତାର ଲୋକେ ଦେଶ ଛାଡ଼ି ବିଦେଶ ମୁହାଁ ହୋଇ ଆବାସ ଖୋଜୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଇଥିବା ତିନି ଜଣ ଶ୍ରୀଲଙ୍କା ଖେଳାଳିଙ୍କ ନିଖୋଜ ହୋଇଯାଇଥିଲେ। ଏହାପୂର୍ବରୁ ବିଦେଶ ଯାଇଥିବା ଶ୍ରୀଲଙ୍କାର ଅନେକ ଖେଳାଳି ଦେଶକୁ ଫେରି ନାହାନ୍ତି।

ସ୍ପେନରେ ଆୟୋଜିତ ବିଶ୍ୱ ରେସଲିଂ ଚାମ୍ପିଅନଶିପରେ ଭାଗ ନେବାକୁ ଯାଇଥିବା ତିନିଜଣ ଖେଳାଳି ଶ୍ରୀଲଙ୍କା ଫେରି ନାହାଁନ୍ତି। କ୍ରୀଡ଼ା ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି। ଶ୍ରୀଲଙ୍କା ରେସଲିଂ ଫେଡେରେଶନର ଜଣେ ଅଧିକାରୀ ୱେବସାଇଟ ଇକୋନୋମିକ୍ସ ଡଟ କମକୁ କହିଛନ୍ତି ଯେ ଅକ୍ଟୋବର ୨୨ ରେ ଦୁଇଜଣ କୁସ୍ତି ଯୋଦ୍ଧା ନିଖୋଜ ହୋଇଯାଇଥିଲେ। ପରଦିନ ଆଉ ଜଣେ କୁସ୍ତି ଯୋଦ୍ଧାଙ୍କ ସମ୍ପର୍କରେ କୌଣସି ଖବର ମିଳି ନ ଥିଲା। ଏହି ଟୁର୍ନାମେଣ୍ଟକୁ ଶ୍ରୀଲଙ୍କା କେବଳ ପୁରୁଷ ରେସଲରଙ୍କୁ ପଠାଇଥିଲା।

ଏହାପୂର୍ବରୁ ଅଗଷ୍ଟରେ ଆୟୋଜିତ କମନୱେଲଥ ଗେମ୍ସରେ ଶ୍ରୀଲଙ୍କାର ନଅ ଜଣ ଆଥଲେଟ ନିଖୋଜ ହୋଇଯାଇଥିଲେ। ଶ୍ରୀଲଙ୍କା ରେସଲିଂ କନଫେଡେରେଶନର ଅଧିକାରୀମାନେ କହିଛନ୍ତି ଯେ ନିଖୋଜ କୁସ୍ତିଯୋଦ୍ଧାଙ୍କ ବିଷୟରେ ସୂଚନା ଦେବା ପରେ ସ୍ପେନ କର୍ତ୍ତୃପକ୍ଷ ବେପରୁଆ ମନୋଭାବ ଦେଖାଉଛନ୍ତି।
ଶ୍ରୀଲଙ୍କାର ଅବସ୍ଥା ସହ ପରିଚିତ ବିଶେଷଜ୍ଞମାନେ କହିଛନ୍ତି ଯେ ଅର୍ଥନୈତିକ ସଙ୍କଟର ଗଭୀରତା ସହିତ ଶ୍ରୀଲଙ୍କାରୁ ଆଇନ ଏବଂ ବେଆଇନ ଭାବେ ବିଦେଶକୁ ଯିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷ ସ୍ପେନରେ ନିଖୋଜ କୁସ୍ତିଯୋଦ୍ଧାମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୁସ୍ତିମାନଙ୍କ ପରିବାର ସହିତ ଆଲୋଚନା ହୋଇଛି। ଅଧିକାରୀମାନେ ନିଖୋଜ କୁସ୍ତିଯୋଦ୍ଧାମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ଉଲ୍ଲେଖଥାଉ କି, ଅଧିକାରୀଙ୍କ ପ୍ରଥମ ପ୍ରୟାସ ହେଉଛି କୁସ୍ତିଯୋଦ୍ଧାମାନେ ସ୍ପେନରେ ଅଛନ୍ତି ନା ଅନ୍ୟ ଦେଶକୁ ଯାଇଛନ୍ତି ତାହା ଜାଣିବା।

ଜଣେ ଅଧିକାରୀ କହିଛନ୍ତି ଯେ କୁସ୍ତିଯୋଦ୍ଧାମାନଙ୍କ ପାଖରେ କେବଳ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଭିଜା ଥିଲା। ଦୁଇ ରେସଲରଙ୍କ ପାସପୋର୍ଟ ଦଳ ସହିତ ସ୍ପେନକୁ ଯାଇଥିବା ଅଧିକାରୀଙ୍କ ସହ ରହିଛି। କିନ୍ତୁ ଜଣେ ରେସଲରଙ୍କ ପାସପୋର୍ଟ ମିଳୁନାହିଁ। ଜଣେ ଅଧିକାରୀ କହିଛନ୍ତି ରେସଲର କିଛି ବାହାନା କରି ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତାଙ୍କ ପାସପୋର୍ଟ ନେଇଥିବାର ଆମେ ସନ୍ଦେହ କରୁଛୁ। କାରଣ ବିଦେଶୀ ଭ୍ରମଣ ସମୟରେ ଅଧିକାରୀମାନେ ଖେଳାଳିଙ୍କ ପାସପୋର୍ଟ ସେମାନଙ୍କ ସହିତ ରଖନ୍ତି।

ଶ୍ରୀଲଙ୍କା ରେସଲିଂ ଫେଡେରେଶନର ଅଧିକାରୀମାନେ ଏନେଇ ତୁରନ୍ତ ସ୍ପେନ ପୋଲିସକୁ ଜଣାଇଥିଲେ। କିନ୍ତୁ ସ୍ପେନର ଅଧିକାରୀମାନେ କହିଛନ୍ତି ଯେ ନିଖୋଜ ଖେଳାଳିମାନେ ସେମାନଙ୍କ ଦେଶରେ ଆଶ୍ରୟ ନେଇପାରିବେ ଏବଂ ଯେପର୍ଯ୍ୟନ୍ତ ସେମାନେ କୌଣସି ଅପରାଧରେ ଜଡିତ ନ ଥିବେ ଚାକିରି ମଧ୍ୟ ପାଇପାରିବେ।

ଏହି ଘଟଣା ପରେ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରଣାଳୟ ଦେଶର କ୍ରୀଡା ଦଳକୁ ବିଦେଶ ଯିବାକୁ ବାରଣ କରିଛି। କ୍ରୀଡା ମନ୍ତ୍ରଣାଳୟ କହିଛି, ରେସଲିଂ ଫେଡେରେଶନ ଏହି ପ୍ରସଙ୍ଗରେ ଅଧିକ ଧ୍ୟାନ ଦେବା ଉଚିତ। ଏହିପରି ଘଟଣା ଖେଳାଳିଙ୍କ ଚୟନ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇପାରେ। ଏହା ଯୋଗୁ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଚାହୁଁଥିବା ଖେଳାଳିମାନଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗରୁ ବଞ୍ଚିତ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri