ଦେଶ ଛାଡ଼ି ବିଦେଶରେ ଆବାସ ଖୋଜୁଛନ୍ତି ଶ୍ରୀଲଙ୍କା ଲୋକେ, ଏବେ ୩ କୁସ୍ତିଯୋଦ୍ଧା ନିଖୋଜ…

କଲମ୍ବୋ,୩୦।୧୦ : ଆର୍ଥିକ ସଙ୍କଟ ଯୋଗୁଁ ଦେଶରେ ବଢୁଥିବା ସମସ୍ୟା ଯୋଗୁ ଶ୍ରୀଲଙ୍କାବାସୀ ବିଦେଶରେ ବସବାସ କରିବାକୁ ଏବେ ପସନ୍ଦ କରୁଛନ୍ତgି। ତେଣୁ ଲଗାତାର ଲୋକେ ଦେଶ ଛାଡ଼ି ବିଦେଶ ମୁହାଁ ହୋଇ ଆବାସ ଖୋଜୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଇଥିବା ତିନି ଜଣ ଶ୍ରୀଲଙ୍କା ଖେଳାଳିଙ୍କ ନିଖୋଜ ହୋଇଯାଇଥିଲେ। ଏହାପୂର୍ବରୁ ବିଦେଶ ଯାଇଥିବା ଶ୍ରୀଲଙ୍କାର ଅନେକ ଖେଳାଳି ଦେଶକୁ ଫେରି ନାହାନ୍ତି।

ସ୍ପେନରେ ଆୟୋଜିତ ବିଶ୍ୱ ରେସଲିଂ ଚାମ୍ପିଅନଶିପରେ ଭାଗ ନେବାକୁ ଯାଇଥିବା ତିନିଜଣ ଖେଳାଳି ଶ୍ରୀଲଙ୍କା ଫେରି ନାହାଁନ୍ତି। କ୍ରୀଡ଼ା ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି। ଶ୍ରୀଲଙ୍କା ରେସଲିଂ ଫେଡେରେଶନର ଜଣେ ଅଧିକାରୀ ୱେବସାଇଟ ଇକୋନୋମିକ୍ସ ଡଟ କମକୁ କହିଛନ୍ତି ଯେ ଅକ୍ଟୋବର ୨୨ ରେ ଦୁଇଜଣ କୁସ୍ତି ଯୋଦ୍ଧା ନିଖୋଜ ହୋଇଯାଇଥିଲେ। ପରଦିନ ଆଉ ଜଣେ କୁସ୍ତି ଯୋଦ୍ଧାଙ୍କ ସମ୍ପର୍କରେ କୌଣସି ଖବର ମିଳି ନ ଥିଲା। ଏହି ଟୁର୍ନାମେଣ୍ଟକୁ ଶ୍ରୀଲଙ୍କା କେବଳ ପୁରୁଷ ରେସଲରଙ୍କୁ ପଠାଇଥିଲା।

ଏହାପୂର୍ବରୁ ଅଗଷ୍ଟରେ ଆୟୋଜିତ କମନୱେଲଥ ଗେମ୍ସରେ ଶ୍ରୀଲଙ୍କାର ନଅ ଜଣ ଆଥଲେଟ ନିଖୋଜ ହୋଇଯାଇଥିଲେ। ଶ୍ରୀଲଙ୍କା ରେସଲିଂ କନଫେଡେରେଶନର ଅଧିକାରୀମାନେ କହିଛନ୍ତି ଯେ ନିଖୋଜ କୁସ୍ତିଯୋଦ୍ଧାଙ୍କ ବିଷୟରେ ସୂଚନା ଦେବା ପରେ ସ୍ପେନ କର୍ତ୍ତୃପକ୍ଷ ବେପରୁଆ ମନୋଭାବ ଦେଖାଉଛନ୍ତି।
ଶ୍ରୀଲଙ୍କାର ଅବସ୍ଥା ସହ ପରିଚିତ ବିଶେଷଜ୍ଞମାନେ କହିଛନ୍ତି ଯେ ଅର୍ଥନୈତିକ ସଙ୍କଟର ଗଭୀରତା ସହିତ ଶ୍ରୀଲଙ୍କାରୁ ଆଇନ ଏବଂ ବେଆଇନ ଭାବେ ବିଦେଶକୁ ଯିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷ ସ୍ପେନରେ ନିଖୋଜ କୁସ୍ତିଯୋଦ୍ଧାମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୁସ୍ତିମାନଙ୍କ ପରିବାର ସହିତ ଆଲୋଚନା ହୋଇଛି। ଅଧିକାରୀମାନେ ନିଖୋଜ କୁସ୍ତିଯୋଦ୍ଧାମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ଉଲ୍ଲେଖଥାଉ କି, ଅଧିକାରୀଙ୍କ ପ୍ରଥମ ପ୍ରୟାସ ହେଉଛି କୁସ୍ତିଯୋଦ୍ଧାମାନେ ସ୍ପେନରେ ଅଛନ୍ତି ନା ଅନ୍ୟ ଦେଶକୁ ଯାଇଛନ୍ତି ତାହା ଜାଣିବା।

ଜଣେ ଅଧିକାରୀ କହିଛନ୍ତି ଯେ କୁସ୍ତିଯୋଦ୍ଧାମାନଙ୍କ ପାଖରେ କେବଳ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଭିଜା ଥିଲା। ଦୁଇ ରେସଲରଙ୍କ ପାସପୋର୍ଟ ଦଳ ସହିତ ସ୍ପେନକୁ ଯାଇଥିବା ଅଧିକାରୀଙ୍କ ସହ ରହିଛି। କିନ୍ତୁ ଜଣେ ରେସଲରଙ୍କ ପାସପୋର୍ଟ ମିଳୁନାହିଁ। ଜଣେ ଅଧିକାରୀ କହିଛନ୍ତି ରେସଲର କିଛି ବାହାନା କରି ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତାଙ୍କ ପାସପୋର୍ଟ ନେଇଥିବାର ଆମେ ସନ୍ଦେହ କରୁଛୁ। କାରଣ ବିଦେଶୀ ଭ୍ରମଣ ସମୟରେ ଅଧିକାରୀମାନେ ଖେଳାଳିଙ୍କ ପାସପୋର୍ଟ ସେମାନଙ୍କ ସହିତ ରଖନ୍ତି।

ଶ୍ରୀଲଙ୍କା ରେସଲିଂ ଫେଡେରେଶନର ଅଧିକାରୀମାନେ ଏନେଇ ତୁରନ୍ତ ସ୍ପେନ ପୋଲିସକୁ ଜଣାଇଥିଲେ। କିନ୍ତୁ ସ୍ପେନର ଅଧିକାରୀମାନେ କହିଛନ୍ତି ଯେ ନିଖୋଜ ଖେଳାଳିମାନେ ସେମାନଙ୍କ ଦେଶରେ ଆଶ୍ରୟ ନେଇପାରିବେ ଏବଂ ଯେପର୍ଯ୍ୟନ୍ତ ସେମାନେ କୌଣସି ଅପରାଧରେ ଜଡିତ ନ ଥିବେ ଚାକିରି ମଧ୍ୟ ପାଇପାରିବେ।

ଏହି ଘଟଣା ପରେ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରଣାଳୟ ଦେଶର କ୍ରୀଡା ଦଳକୁ ବିଦେଶ ଯିବାକୁ ବାରଣ କରିଛି। କ୍ରୀଡା ମନ୍ତ୍ରଣାଳୟ କହିଛି, ରେସଲିଂ ଫେଡେରେଶନ ଏହି ପ୍ରସଙ୍ଗରେ ଅଧିକ ଧ୍ୟାନ ଦେବା ଉଚିତ। ଏହିପରି ଘଟଣା ଖେଳାଳିଙ୍କ ଚୟନ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇପାରେ। ଏହା ଯୋଗୁ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଚାହୁଁଥିବା ଖେଳାଳିମାନଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗରୁ ବଞ୍ଚିତ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?