Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର

କଲମ୍ବୋ,୨୬।୧: ଶ୍ରୀଲଙ୍କାର ବରିଷ୍ଠ କ୍ରିକେଟର ଦିଲ୍ରୁୱାନ ପେରେରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯ ବର୍ଷିୟ ଦିଲ୍ରୁୱାନ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସିଇଓଙ୍କୁ ଇମେଲ ମାଧ୍ୟମରେ ତାଙ୍କ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି। ପେରେରା ଶ୍ରୀଲଙ୍କାର ଟେଷ୍ଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ତାଙ୍କର ଟେଷ୍ଟ କ୍ରିକେଟ ରେକର୍ଡ ମଧ୍ୟ ବେଶ ପ୍ରଶଂସନୀୟ। ତେବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଘରୋଇ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ଜଣାପଡ଼ିଛି।

ଦିଲ୍ରୁୱାନ ଶ୍ରୀଲଙ୍କା ପାଇଁ ଟେଷ୍ଟ କ୍ରିକେଟରେ ୫୦ ଏବଂ ୧୦୦ ଉଇକେଟ ନେବାରେ ଦ୍ରୁତତମ ବୋଲର ଅଟନ୍ତି। ସେ ନିଜ କ୍ୟାରିୟରର ୧୧ ଏବଂ ୨୫ ତମ ଟେଷ୍ଟ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ବୋଲିଂ ସହିତ ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ଥିଲେ। ସେ ଶ୍ରୀଲଙ୍କା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ସେ ପ୍ରଥମ ଖେଳାଳି ଭାବରେ ଶ୍ରୀଲଙ୍କା ପାଇଁ ଏକ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହିତ ୧୦ ୱିକେଟ ନେଇଥିଲେ।

ପେରେରା ୨୦୧୪ ରେ ଶାରଜାଠାରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହାର ସାତ ବର୍ଷ ପୂର୍ବରୁ, ୨୦୦୭ରେ ସେ କଲମ୍ବୋରେ ଇଂଲଣ୍ଡ ବିପକ୍ଷରେ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳିଥିଲେ। ୨୦୧୧ ରେ ସେ କ୍ୟାରିୟରର ପ୍ରଥମ ଆନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ସେ ଶେଷ ଥର ପାଇଁ ୨୦୧୮ ରେ ଦୁବାଇରେ ଶ୍ରୀଲଙ୍କା ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା।

ପେରେରା ତାଙ୍କ କ୍ୟାରିୟରରେ ଶ୍ରୀଲଙ୍କା ପାଇଁ ୪୩ ଟି ଟେଷ୍ଟ, ୧୩ ଟି ଦିନିକିଆ ଏବଂ ୩ ଟି -୨୦ ମ୍ୟାଚ ଖେଳିଥିଲେ। ଏହାଛଡ଼ା ସେ ୧୩ ଦିନିକିଆରେ ୧୩ ଉଇକେଟ ଏବଂ ୨ ଟି -୨୦ ରେ ୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶ ଟି୨୦ ସିରିଜ୍‌: କୋହଲିଙ୍କୁ ଦିଆଯାଇପାରେ ବିଶ୍ରାମ

ନୂଆଦିଲ୍ଲୀ,୨୦।୧୦(ପି.ଟି.)- ଆସନ୍ତା ନଭେମ୍ବର ୩ ତାରିଖରୁ ବାଂଲାଦେଶ ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ଭାରତୀୟ...

ନେମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ନାମରେ ଧମକାଇବା ମାମଲା

ସାଓ ପାଉଲୋ,୧୧।୯- ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ନେମାର ଜୁନିୟରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ନାମରେ ସାଓ ପାଉଲୋ ରାଜ୍ୟର ପୋଲିସ ନିକଟରେ ଧମକ...

୧୯୯୯: ଓଡ଼ିଶାର ଦେବାଶିଷଙ୍କ ପାଇଁ ସ୍ମରଣୀୟ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ପୁନର୍ବାର ଇଂଲଣ୍ଡକୁ ଫେରିଥିଲା। ଷ୍ଟିଭ୍‌ ଓ୍ବଙ୍କ ବଳିଷ୍ଠ ନେତୃତ୍ୱରେ ଅଷ୍ଟ୍ରେଲିଆ ଏହାର ଦ୍ୱିତୀୟ ଟାଇଟଲ କରାୟତ୍ତ କରିଥିଲା।...

ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ବୟାନ ଦେଲେ ଡି ଭିଲିୟର୍ସ

ଜୋହାନ୍ସବର୍ଗ,୨୪।୫: ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଆଇପିଏଲ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି। ଆସନ୍ତା ବର୍ଷ ଅର୍ଥାତ ଟୁର୍ନାମେଣ୍ଟର ୧୬ ତମ ସିଜନରେ...

ସବୁ ଫର୍ମାଟ୍‌ରୁ ପାର୍ଥିବ ପଟେଲଙ୍କ ଅବସର

ନୂଆଦିଲ୍ଲୀ, ୧୦।୧୨(ପି.ଟି.): ଜଣାଶୁଣା ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ବୁଧବାର କ୍ରିକେଟର ସବୁ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଅନ୍ୟତମ...

ଚାଇନା ଓପନ୍‌: ସାତ୍ତ୍ୱିକ-ଅଶ୍ୱିନୀଙ୍କ ଦମ୍‌ଦାର ବିଜୟ

ଚାଙ୍ଗ୍‌ଝୋଉ (ଚାଇନା), ୧୭।୯ (ପି.ଟି.)- ଦଶ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମିକ୍ସଡ୍‌ ଡବଲ୍ସରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ...

ଗୁରୁବାରଠାରୁ ବର୍ଡର-ଗାଭାସ୍କର ଟ୍ରଫି: ପୁରୁଣା ଇତିହାସ ଦୋହରାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ…

କୋଲକାତା,୮।୨ : ଯଦିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ ୭୫ ବର୍ଷ ପୂର୍ବେ ଖେଳାଯାଇଥିଲା, କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଟେଷ୍ଟ...

ବୋପାନ୍ନା ଓ ଶାପୋଭାଲୋଭ୍‌ ପରାସ୍ତ

ସିନସିନାଟି, ୨୫ା୮(ପି.ଟି.)-ପାଞ୍ଚ ମାସ ପରେ ଆକ୍ସନକୁ ଫେରିଥିବା ରୋହନ ବୋପାନ୍ନା ଓ ତାଙ୍କ କାନାଡିଆନ ପାର୍ଟନର ଡେନିସ ଶାପୋଭାଲୋଭ୍‌ ଓ୍ବେଷ୍ଟର୍ନ ଆଣ୍ଡ୍‌ ସଦର୍ନ ଓପନ୍‌ ପୁରୁଷ...

Advertisement
Archives

Model This Week