Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର

କଲମ୍ବୋ,୨୬।୧: ଶ୍ରୀଲଙ୍କାର ବରିଷ୍ଠ କ୍ରିକେଟର ଦିଲ୍ରୁୱାନ ପେରେରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯ ବର୍ଷିୟ ଦିଲ୍ରୁୱାନ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସିଇଓଙ୍କୁ ଇମେଲ ମାଧ୍ୟମରେ ତାଙ୍କ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି। ପେରେରା ଶ୍ରୀଲଙ୍କାର ଟେଷ୍ଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ତାଙ୍କର ଟେଷ୍ଟ କ୍ରିକେଟ ରେକର୍ଡ ମଧ୍ୟ ବେଶ ପ୍ରଶଂସନୀୟ। ତେବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଘରୋଇ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ଜଣାପଡ଼ିଛି।

ଦିଲ୍ରୁୱାନ ଶ୍ରୀଲଙ୍କା ପାଇଁ ଟେଷ୍ଟ କ୍ରିକେଟରେ ୫୦ ଏବଂ ୧୦୦ ଉଇକେଟ ନେବାରେ ଦ୍ରୁତତମ ବୋଲର ଅଟନ୍ତି। ସେ ନିଜ କ୍ୟାରିୟରର ୧୧ ଏବଂ ୨୫ ତମ ଟେଷ୍ଟ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ବୋଲିଂ ସହିତ ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ଥିଲେ। ସେ ଶ୍ରୀଲଙ୍କା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ସେ ପ୍ରଥମ ଖେଳାଳି ଭାବରେ ଶ୍ରୀଲଙ୍କା ପାଇଁ ଏକ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହିତ ୧୦ ୱିକେଟ ନେଇଥିଲେ।

ପେରେରା ୨୦୧୪ ରେ ଶାରଜାଠାରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହାର ସାତ ବର୍ଷ ପୂର୍ବରୁ, ୨୦୦୭ରେ ସେ କଲମ୍ବୋରେ ଇଂଲଣ୍ଡ ବିପକ୍ଷରେ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳିଥିଲେ। ୨୦୧୧ ରେ ସେ କ୍ୟାରିୟରର ପ୍ରଥମ ଆନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ସେ ଶେଷ ଥର ପାଇଁ ୨୦୧୮ ରେ ଦୁବାଇରେ ଶ୍ରୀଲଙ୍କା ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା।

ପେରେରା ତାଙ୍କ କ୍ୟାରିୟରରେ ଶ୍ରୀଲଙ୍କା ପାଇଁ ୪୩ ଟି ଟେଷ୍ଟ, ୧୩ ଟି ଦିନିକିଆ ଏବଂ ୩ ଟି -୨୦ ମ୍ୟାଚ ଖେଳିଥିଲେ। ଏହାଛଡ଼ା ସେ ୧୩ ଦିନିକିଆରେ ୧୩ ଉଇକେଟ ଏବଂ ୨ ଟି -୨୦ ରେ ୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଚାଲିଥିବା ଜୁଆ ଖେଳ: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?