Posted inଜାତୀୟ

ସାଧାରଣତନ୍ତ୍ର ଦିବସରେ ବିହାରରେ ଟ୍ରେନ ଜାଳିଦେଲେ ଛାତ୍ରୀଛାତ୍ର

ପାଟଣା,୨୬।୧: ଦେଶରେ ବୁଧବାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବିହାରରେ ଏକ ଯାତ୍ରୀବାହି ଟ୍ରେନକୁ ଜାଳି ଦେଇଛନ୍ତି ରେଲଓ୍ବେ ଚାକିରି ପରୀକ୍ଷା ବିରୋଧରେ ବିକ୍ଷୋଭ କରୁଥିବା ଛାତ୍ରୀଛାତ୍ର। କେବଳ ଏତିକି ନୁହେଁ, ଅନ୍ୟ ଏକ ଯାତ୍ରୀବାହି ଟ୍ରେନକୁ ପଥରେ ଆକ୍ରମଣ ମଧ୍ୟ କରାଯାଇଛି। ସରକାର ପରୀକ୍ଷାକୁ ବାତିଲ କରିବା ସହ ବିକ୍ଷୋଭକାରୀ ଛାତ୍ରୀଛାତ୍ରଙ୍କ ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି।

ଘଟଣାସ୍ଥଳର ଭିଡିଓରେ ଟ୍ରେନର ବିଭିନ୍ନ ବଗି ଜଳୁଥିବା ବେଳେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି। ବଡ଼ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିପାରି ନ ଥିଲେ। ବିକ୍ଷୋଭକାରୀମାନେ ରେଲଓ୍ବେ ସମ୍ପତ୍ତି ଭଙ୍ଗାରୁଜା କରିବା ସହ ବିଭିନ୍ନ ଟ୍ରେନକୁ ଟାର୍ଗେଟ କରିଥିଲେ। ଏଥିଯୋଗୁ ରାଜ୍ୟରେ ଟ୍ରେନ ଚଳାଚାଳ ବାଧାପ୍ରାପ୍ତ ହୋଇଛି।

ବିକ୍ଷୋଭରେ ରେଲଓ୍ବେ ରିକ୍ରୁଟମେଣ୍ଟ ବୋର୍ଡର ନନ୍‌-ଟେକନିକାଲ କ୍ୟାଟେଗୋରି (ଆର୍‌ଆର୍‌ବି-ଏନ୍‌ଟିପିସି) ପରୀକ୍ଷା ୨୦୨୧ ଦେଇଥିବା ଛାତ୍ରୀଛାତ୍ର ସାମିଲ ଅଛନ୍ତି। ରେଲଓ୍ବେର ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ଲାଗି ଏହା ଅନୁଚିତ ବୋଲି ଦାବି କରାଯାଉଛି।

୨୦୧୯ରେ ପରୀକ୍ଷା ପାଇଁ ଜାରି କରାଯାଇଥିବା ନୋଟିଫିକଶେନରେ କେବଳ ଗୋଟିଏ ପରୀକ୍ଷା ସମ୍ପର୍କରେ ଉଲ୍ଲେଖ ଥିଲା ବୋଲି ପରୀକ୍ଷାର୍ଥୀ ଦାବି କରୁଛନ୍ତି। ଅନ୍ୟପକ୍ଷରେ ନୋଟିସଫିକେଶନରେ ଦ୍ୱିତୀୟ ଷ୍ଟେଜ ପରୀକ୍ଷା ପାଇଁ ଉଲ୍ଲେଖ ଥିବା ରେଲଓ୍ବେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ୟୁପି ରାଜ୍ୟସଭା ନିର୍ବାଚନ: ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୫।୧୦: ଉତ୍ତର ପ୍ରଦେଶ(ୟୁପି)ରେ ହେବାକୁ ଥିବା ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାଜପା। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି…

କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପ: ଆରଇଟି ସର୍ଭେ ପାଇଁ ଡିଆରଏମ୍‌ଙ୍କୁ ଦାବି

କେସିଙ୍ଗା, ୫।୧୦ (ତୁମେଶ୍ୱର ସାହୁ): କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପର ଆରଇଟି ସର୍ଭେ ତଥା ପ୍ରକଳ୍ପ ପାଇଁ ଆବଶ୍ୟକ ବଜେଟ ବ୍ୟୟବରାଦ ଦାବିରେ କଳାହାଣ୍ଡି ରେଳ…

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?