Posted inଜାତୀୟ

ସାଧାରଣତନ୍ତ୍ର ଦିବସରେ ବିହାରରେ ଟ୍ରେନ ଜାଳିଦେଲେ ଛାତ୍ରୀଛାତ୍ର

ପାଟଣା,୨୬।୧: ଦେଶରେ ବୁଧବାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବିହାରରେ ଏକ ଯାତ୍ରୀବାହି ଟ୍ରେନକୁ ଜାଳି ଦେଇଛନ୍ତି ରେଲଓ୍ବେ ଚାକିରି ପରୀକ୍ଷା ବିରୋଧରେ ବିକ୍ଷୋଭ କରୁଥିବା ଛାତ୍ରୀଛାତ୍ର। କେବଳ ଏତିକି ନୁହେଁ, ଅନ୍ୟ ଏକ ଯାତ୍ରୀବାହି ଟ୍ରେନକୁ ପଥରେ ଆକ୍ରମଣ ମଧ୍ୟ କରାଯାଇଛି। ସରକାର ପରୀକ୍ଷାକୁ ବାତିଲ କରିବା ସହ ବିକ୍ଷୋଭକାରୀ ଛାତ୍ରୀଛାତ୍ରଙ୍କ ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି।

ଘଟଣାସ୍ଥଳର ଭିଡିଓରେ ଟ୍ରେନର ବିଭିନ୍ନ ବଗି ଜଳୁଥିବା ବେଳେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି। ବଡ଼ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିପାରି ନ ଥିଲେ। ବିକ୍ଷୋଭକାରୀମାନେ ରେଲଓ୍ବେ ସମ୍ପତ୍ତି ଭଙ୍ଗାରୁଜା କରିବା ସହ ବିଭିନ୍ନ ଟ୍ରେନକୁ ଟାର୍ଗେଟ କରିଥିଲେ। ଏଥିଯୋଗୁ ରାଜ୍ୟରେ ଟ୍ରେନ ଚଳାଚାଳ ବାଧାପ୍ରାପ୍ତ ହୋଇଛି।

ବିକ୍ଷୋଭରେ ରେଲଓ୍ବେ ରିକ୍ରୁଟମେଣ୍ଟ ବୋର୍ଡର ନନ୍‌-ଟେକନିକାଲ କ୍ୟାଟେଗୋରି (ଆର୍‌ଆର୍‌ବି-ଏନ୍‌ଟିପିସି) ପରୀକ୍ଷା ୨୦୨୧ ଦେଇଥିବା ଛାତ୍ରୀଛାତ୍ର ସାମିଲ ଅଛନ୍ତି। ରେଲଓ୍ବେର ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ଲାଗି ଏହା ଅନୁଚିତ ବୋଲି ଦାବି କରାଯାଉଛି।

୨୦୧୯ରେ ପରୀକ୍ଷା ପାଇଁ ଜାରି କରାଯାଇଥିବା ନୋଟିଫିକଶେନରେ କେବଳ ଗୋଟିଏ ପରୀକ୍ଷା ସମ୍ପର୍କରେ ଉଲ୍ଲେଖ ଥିଲା ବୋଲି ପରୀକ୍ଷାର୍ଥୀ ଦାବି କରୁଛନ୍ତି। ଅନ୍ୟପକ୍ଷରେ ନୋଟିସଫିକେଶନରେ ଦ୍ୱିତୀୟ ଷ୍ଟେଜ ପରୀକ୍ଷା ପାଇଁ ଉଲ୍ଲେଖ ଥିବା ରେଲଓ୍ବେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତାବସ୍ଥାରେ ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ,୧୫ା୭: ଚାଇନା ଦ୍ୱାରା ସୀମାନ୍ତ ସ୍ଥିତାବସ୍ଥାରେ କୌଣସି ପ୍ରକାର ଏକପାଖିଆ ପରିବର୍ତ୍ତନକୁ ଭାରତ ଗ୍ରହଣ କରିବ ନାହିଁ। ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ପୂର୍ବାବସ୍ଥା ଫେରାଇ...

ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ବିଶ୍ୱନାଥ ଦେଲେ ୨୫୦ କୋଟି…

ଲଣ୍ଡନ,୨୬।୪ : ଲଣ୍ଡନରେ ବ୍ରିଟେନର ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଜଣେ ମୂଳ ଭାରତୀୟ କୋଟିପତି ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଏହି...

ହାପିନେସ୍‌ କ୍ଲାସରେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଛନ୍ତି। ସେଠାରେ...

ଦଳଭେଦୀ ଅଜିତଙ୍କ ଉପରେ ବର୍ଷିଲେ ଶରଦ ପାଓ୍ବାର, କହିଲେ ଅସୁବିଧା ଥିଲା ଯଦି…

ମୁମ୍ବାଇ,୫।୭: ଅଜିତ ପାୱାରଙ୍କ ବିଦ୍ରୋହ ପରେ ବୁଧବାର ଦିନ ଶରଦ ପାୱାର ପ୍ରଥମ ଥର ପାଇଁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ସମଗ୍ର...

ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଖୁବ୍‌ଶୀଘ୍ର ହେବ ପୂରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଏହି...

ବିବାହ ଉତ୍ସବରେ ବ୍ୟାପିଲା କରୋନା: ବରଙ୍କ ମୃତ୍ୟୁ, କନ୍ୟା ସମେତ ୯ ଆକ୍ରାନ୍ତ

ଲକ୍ଷ୍ନୌ,୧୦ା୧୨: ଉତ୍ତରପ୍ରଦେଶର ଫିରୋଜାବାଦରୁ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ପରିବାରର ୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରେ ବରଙ୍କ...

ମନ୍ଦିର ଆନ୍ଦୋଳନର ମୁଖ୍ୟ ଦେବକୀ ନାମ୍ବିସାନ୍‌ଙ୍କ ପରଲୋକ

ଥ୍ରିଶୂର୍‌, ୧୨ା୬: ୧୯୫୬ରେ ମନ୍ଦିର ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇ ଦଳିତ ମହିଳାମାନଙ୍କ ଅଧିକାର ପାଇଁ ଲଢ଼ିଥିବା ଦେବକୀ ନାମ୍ବିସାନ୍‌ଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ...

କ୍ୱାରାଣ୍ଟାଇନ୍‌ରେ ଉମା ଭାରତୀ: ନମୁନା କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୭।୯: ଭାଜପା ସଦସ୍ୟା ଉମା ଭାରତୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ରବିବାର ଉମା ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

Advertisement
Archives

Model This Week