Posted inଫୁରସତ

ପିଲାଦିନେ କହିଥିଲେ ଆମେ ହେଲିକପ୍ଟରରେ ଶାଶୁଘର ଯିବୁ, କଥା ରଖିଲେ ପିତା

ରାଜସ୍ଥାନର ଝୁନ୍‌ଝୁନ୍‌ରେ ଦୁଇ ଝିଅଙ୍କ ପିଲାଦିର ଇଚ୍ଛା ପୂରଣ କରିଛନ୍ତି ପିତା। ସୁରଜଗଡ଼ର ଢାଣିରେ ରହୁଥିବା ସୁରେଶ ଖେଦଡ଼ଙ୍କ ଦୁଇ ଝିଅ ପୁନମ ଏବଂ ପ୍ରିୟଙ୍କାଙ୍କ ପିଲାଦିନେ ପିତାଙ୍କୁ କହିଥିଲେ ଆମକୁ ଶାଶୁଘର ହେଲିକପ୍ଟରରେ ପଠାଇବ। ଦୁଇଝିଅଙ୍କ କଥା ଏବେ ରକ୍ଷା କରିଛନ୍ତି ପିତା। ଏକ ହେଲିକପ୍ଟର ଯୋଗେ ଝିଅ ଦୁହିଁଙ୍କୁ ଶାଶୁଘର ପଠାଇଛନ୍ତି।

ବଡ଼ଝିଅ ପୁନମ ଜଣେ ଆୟୁର୍ବେଦିକ ଡାକ୍ତର ହୋଇଥିବା ବେଳେ ସାନ ଝିଅ ପ୍ରିୟଙ୍କା ମଧ୍ୟ ଜଣେ ଆୟୁର୍ବେଦିକ ଡାକ୍ତର। ପୁଅ ଅଙ୍କିତ ଶ୍ରୀରାମ କଲେଜରେ ଏଲ୍‌ଏଲ୍‌ବି କରୁଛନ୍ତି। ସୁରେଶ ନିଜେ ଗୋଟିଏ ଶିକ୍ଷାନୁଷ୍ଠାନ ବି କରିଛନ୍ତି। ଦୁଇ ଝିଅ ସୁରେଶଙ୍କୁ ପିଲାଦିନେ କହୁଥିଲେ, ଆମେ ହେଲିକପ୍ଟରରେ ବସିବୁ। ଆମକୁ ଯଦି ଶାଶୁଘର ପଠାଇବ ତେବେ ହେଲିକପ୍ଟରରେ ଯିବୁ। ତେବେ ଦୁଇ ଝିଅଙ୍କ ସ୍ବପ୍ନକୁ ପୂରା କରି ସୁରେଶ ବହୁତ ଖୁସି ଅଛନ୍ତି ବୋଲି କୁହନ୍ତି।

ଅନ୍ୟପକ୍ଷରେ ଦୁଇ ଝିଅ କୁହନ୍ତି ପିତା ଆମ ପିଲାଦିନର ସ୍ବପ୍ନ ପୂରା କରିଥିବାରୁ ଆମେ ବହୁତ ଖୁସି ସହ ତାଙ୍କୁ ଧନ୍ୟବାଦ ଦେଉଛୁ। ବିଦାୟ ସମୟରେ ଉଭୟ କନ୍ୟା ଏବଂ ବରପକ୍ଷର ଲୋକ ଉପସ୍ଥିତ ଥିଲେ। ବର ଦୁଇଜଣ ମଧ୍ୟ ଆୟୁର୍ବେଦିକ ଡାକ୍ତର ଅଟନ୍ତି। ଏହି ବିଦାୟ ଏବେ ପୂରା ଚର୍ଚ୍ଚାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ରହସ୍ୟମୟ ଜୀବ : ଯିଏ ନିଃଶ୍ୱାସ ବିନା ରହିପାରେ ଜୀବିତ

କୌଣସି ପ୍ରାଣୀ କିମ୍ବା ମଣିଷ ନିଃଶ୍ୱାସ ପ୍ରଶ୍ୱାସ ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର। ସମସ୍ତେ ଜାଣନ୍ତି ନିଃଶ୍ୱାସ ନ ନେଇ କେହି ବଞ୍ଚିପାରିବେ ନାହିଁ ।...

ଗଦା ହୋଇଛି ଟନ୍‌ଟନ୍‌ ପୋଷାକ, ଏଥିରୁ ନିଜ ପାଇଁ ବାଛୁଛନ୍ତି ଲୋକେ

ସାଣ୍ଟିଆଗୋ,୧୩ା୧୧: ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏହାର ସୁନ୍ଦର ପାହାଡ଼ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଏହି ଦେଶରେ ୨୦ ହଜାର ଫୁଟରୁ ଅଧିକ ଉଚ୍ଚର...

ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ।...

ବିଶ୍ୱର ସବୁଠୁ ଥଣ୍ଡା ଦେଶ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଅଧିକ ଶୀତ ଅନୁଭୂତ ହୋଇଥାଏ। ଏହି ସ୍ଥାନଗୁଡ଼ିକରେ ତାପମାତ୍ରା ବେଳେବେଳେ ଶୂନ ରହିଥାଏ। ଫଳରେ ପ୍ରବଳ ତୁଷାରପାତ...

ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି।  ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ,...

କ୍ଷୀରରୁ ତିଆରି ହେଉଛି ଭୋଡ୍‌କା

ଗହମ, ଅଙ୍ଗୁର ଓ କିସ୍‌ମିସ୍‌ରୁ ମଦ ତିଆରି ହୋଇଥାଏ। ହେଲେ କ୍ଷୀରରୁ ମଦ ତିଆରି ହେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ...

ସ୍ମାର୍ଟଫୋନ୍‌ ନ ଥିବା ପିଲାଙ୍କୁ ପଢ଼ାଇବାକୁ ଆସୁଛନ୍ତି ‘ସ୍ପିକର ଟିଚର’

ମୁମ୍ବାଇ, ୮।୯: କରୋନା ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେତେକ ସ୍କୁଲ ପକ୍ଷରୁ ଅନ୍‌ ଲାଇନ୍‌ ପାଠପଢ଼ା ଜାରି ରହିଛି। ତେବେ...

ନିଜ ପସନ୍ଦ କୁକୁରର ସୁନାର ପ୍ରତିମୂର୍ତ୍ତି ରାସ୍ତାରେ ଲଗାଇଲେ ରାଷ୍ଟ୍ରପତି

ଅସଗାବଟ,୧୪ ।୧୧: ରାସ୍ତା କଡ଼ରେ ସାଧାରଣତଃ ବଡ ବଡ ନେତାଙ୍କ ପ୍ରତିମୂର୍ତ୍ତି ଲାଗିଥିବା ସମସ୍ତେ ଦେଖିଥିବେ । ହେଲେ ରାସ୍ତା କଡରେ କୌଣସି ପଶୁଜନ୍ତୁଙ୍କ ପ୍ରତିମୂର୍ତ୍ତି...

Advertisement
Archives

Model This Week