Posted inଖେଳ

ସିରିଜ୍‌ ଜିତିଲା ଶ୍ରୀଲଙ୍କା

କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌କୁ ୭ ଉଇକେଟରେ ଜିତି ନେଇଛି ଶ୍ରୀଲଙ୍କା। ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲା ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍‌। ୨୦ ଓଭରରେ ୮୧ ରନ୍‌ରେ ଅଟକି ଯାଇଥିଲା ଟିମ୍‌ ଇଣ୍ଡିଆ। ଲକ୍ଷ୍ୟ ହାସଲ କରିବାକୁ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡି ନ ଥିଲା। ୧୪ ଓଭର ୩ ବଲ୍‌ରେ ୩ ଉଇକେଟ ହରାଇ ମ୍ୟାଚକୁ ଅତି ସହରେ ଜିତି ନେଇଥିଲା ଶ୍ରୀଲଙ୍କା।

ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ବ୍ୟାଟିଂଲାଇନ ଅପ୍‌ ଘରୋଇ ବୋଲରଙ୍କ ଆଗରେ ଫେଲ ମାରିଥିଲା। ଅଧିନାୟକ ଧାଓ୍ବନ ଖାତା ଖୋଲି ନ ପାରି ପ୍ରଥମ ଓଭରର ୪ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ଉଉକେଟର ପତନ ଘଟିଥିଲା। କେହି ଆଖି ଦୃଶିଆ ସ୍କୋର କରିପାରି ନ ଥିଲେ। ଫଳରେ ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୮୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଛୋଟିଆ ଟାର୍ଗେଟକୁ ଶ୍ରୀଲଙ୍କା ହାତଛଡା କରି ନ ଥିଲା। ଶ୍ରୀଲଙ୍କାର ୱାନିନ୍ଦୁ ହାସରାଙ୍ଗା ୪ ଉଇକେଟ ନେଇଥିବା ବେଳେ ଅଧିନାୟକ ଦାସୁନ ଶାନାକା ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇଦ୍ରାବାଦ ଏଫ୍‌ସି ଦଳରେ ଲାଲମ୍‌ପୁଇଆ ଓ ଫର୍ନାଣ୍ଡିଜ

ହାଇଦ୍ରାବାଦ, ୧୫ା୯ (ପି.ଟି.)-ନୂଆ ସିଜନ ଆରମ୍ଭ ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ହାଇଦ୍ରାବାଦ ଏଫ୍‌ସି ସୋମବାର ଦୁଇ ଯୁବ ଆକ୍ରମଣାତ୍ମକ ଖେଳାଳି ଲାଲମପୁଇଆ...

ପ୍ରଥମ ଟି୨୦: ଗୁଆହାଟୀରେ ଶ୍ରୀଲଙ୍କା ଦଳ

ଗୁଆହାଟୀ,୨।୧(ପି.ଟି.)- ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗାଙ୍କ ନେତୃତ୍ୱରେ ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିଛି। ଆସନ୍ତା ରବିବାର...

ଫ୍ୟାନ୍‌ ପାର୍କରେ ଭିଡ଼

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- ଟିକେଟ ନ ପାଇ ନିରାଶ ହୋଇଥିବା ଦର୍ଶକମାନେ ଫ୍ୟାନ ପାର୍କରେ ଭିଡ଼ ଜମାଇଥିଲେ। ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଓସିଏ ପକ୍ଷରୁ...

କୋହଲିଙ୍କୁ ଏମିତି ଚ୍ୟାଲେଞ୍ଜ୍‌ ଦେଲେ ଡବ୍ଲୁଡବ୍ଲୁଇ ସୁପରଷ୍ଟାର

ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଟ୍ରିପଲ ଏଚ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆକୁ ଏକ କ୍ରିକେଟ ମ୍ୟାଚ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ଡବ୍ୟୁଡବ୍ଲ୍ୟୁଇର ଏକ ବଡ ଶୋ...

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ଦ୍ୱିତୀୟ ରାଉଣ୍ଡରେ ଦୀପ-ଦିଲେଶ୍ୱର

ଭୁବନେଶ୍ୱର, ୧୮।୯(କ୍ରୀଡ଼ା ପ୍ରତିନିଧି)-ବ୍ୟାଙ୍କକ୍‌ର ହୁଆମାର ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନର ଡବଲ୍ସ ଇଭେଣ୍ଟରେ ମଧ୍ୟ ଓଡ଼ିଶା ଖେଳାଳିଙ୍କ ଆରମ୍ଭ ଭଲ ହୋଇଛି।...

ଆଇପିଏଲ୍‌ର ବାକି ମ୍ୟାଚ୍‌ ୟୁକେରେ ଆୟୋଜନ ହେବା ଉଚିତ: ପିଟରସନ

ଲଣ୍ଡନ,୯।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବାକି ମ୍ୟାଚ୍‌ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ)ରେ ଆୟୋଜନ ହେବା ଉଚିତ ବୋଲି ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍‌ ପିଟରସନ...

ଓ୍ବିଲିୟମସନଙ୍କ ବିଶ୍ୱକପ୍‌ ରେକର୍ଡ

ଲଡର୍‌ସ,୧୪।୭(ପିଟି)- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ରବିବାର ସ୍ବତନ୍ତ୍ର ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ୩୦ ରନ୍‌ର...

ଏମ୍‌ପିଏଲ୍‌ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍‌ ପ୍ରାୟୋଜକ

ନୂଆଦିଲ୍ଲୀ: ନାଇକ୍‌ ସ୍ଥାନରେ ଫାଣ୍ଟାସି ଗେମିଂ ପ୍ଲାଟ୍‌ଫର୍ମ ମୋବାଇଲ ପ୍ରିମିୟର ଲିଗ୍‌ର ଏକ ସହାୟକ ସଂସ୍ଥା ‘ଏମ୍‌ପିଏଲ୍‌ ସ୍ପୋଟର୍‌ସ ଆପାରେଲ ଆଣ୍ଡ୍‌ ଆସେସୋରିଜ’ ୩ବର୍ଷ ପାଇଁ...

Advertisement
Archives

Model This Week