Posted inଖେଳ

ଡେବ୍ୟୁ ଟେଷ୍ଟରେ ମୁଣ୍ଡରେ ଲାଗିଲା ବଲ୍‌: ହସ୍ପିଟାଲ୍‌ରେ ଏହି କ୍ରିକେଟର୍‌

ଗଲ,୨୧।୧୧: ୱେଷ୍ଟଇଣ୍ଡିଜ ଦଳ ୨ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସିରିଜର ପ୍ରଥମ ଟେଷ୍ଟ ଦୁଇ ଦେଶ ମଧ୍ୟରେ ଆଜିଠାରୁ ଗଲରେ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ପଡ଼ିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟଇଣ୍ଡିଜ ପାଇଁ ଡେବ୍ୟୁ କରୁଥିବା ଜେରେମି ସୋଲୋଜାନୋ ଫରୱାର୍ଡ ସର୍ଟ ଲେଗରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ବାହାରକୁ ଅଣାଯାଇଥିଲା। ଏହି ଘଟଣା ମ୍ୟାଚର ୨୪ ତମ ଓଭରରେ ଘଟିଥିଲା।
ୱେଷ୍ଟଇଣ୍ଡିଜ ସ୍ପିନର ରୋଷ୍ଟନ ଚେଜ ବୋଲିଂ କରୁଥିବାବେଳେ ଶ୍ରୀଲଙ୍କାର ଅଧିନାୟକ ଡିମୁଥ କରୁଣାତ୍ନେ ବ୍ୟାଟିଂ କରୁଥିଲେ। ଚେଜ ଓଭରର ଚତୁର୍ଥ ବଲ ଟିକେ ଶର୍ଟ ୍‌ ଥିଲା। ଡିମୁଥ ଏହି ବଲ୍‌ରେ ଏକ ପୁଲ୍‌ ଶର୍ଟ ମାରିଥିଲେ। ବଲଟି ସିଧା ସୋଲୋଜାନୋଙ୍କ ହେଲମେଟ ଉପରେ ଯାଇଥିଲା। ସେ ଫରୱାର୍ଡ ସର୍ଟ ଲେଗରେ ଫିଲ୍ଡିଂ କରୁଥିଲେ। କରୁଣାତ୍ନେ ଏତେ ଶକ୍ତିଶାଳୀ ଶଟ ଖେଳିଥିଲେ ଯେ ସୋଲୋଜାନୋଙ୍କ ହେଲମେଟର ପଛ ପଟେ ବାଜିବାରୁ ସେ ତଳେ ପଡ଼ିଯାଇଥିଲେ।
ସୋଲୋଜାନୋ ତଳେ ପଡ଼ିଯିବା ମାତ୍ରେ ଫିଜିଓ ପଡିଆକୁ ଦୌଡ଼ିଯାଇ ତାଙ୍କୁ ପ୍ରଥମେ ଚିକିତ୍ସା କରିଥିଲେ। ତାଙ୍କ ମୁଣ୍ଡକୁ ଏକ ତଉଲିଆରେ ଚାପି ଦିଆଗଲା। ସେହି ସମୟରେ ସମଗ୍ର ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଏବଂ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ମୁହଁରେ ଭୟ ଖେଳିଯାଇଥିଲା। ତାଙ୍କ ଖେଳାଳିମାନେ ଆହତ ହୋଇଥିବାର ଦେଖି କୋଚ ଫିଲ ସିମନ୍ସ ମଧ୍ୟ ତୁରନ୍ତ ଡ୍ରେସିଂ ରୁମରୁ ପଡ଼ିଆରେ ପହଞ୍ଚିଥିଲେ। ଅବଶ୍ୟ, ଫିଜିଓଙ୍କ ଚିକିତ୍ସା ପରେ ମଧ୍ୟ ସୋଲୋଜାନୋଙ୍କ ଅବସ୍ଥାରେ କୌଣସି ବିଶେଷ ଉନ୍ନତି ହୋଇପାରିଲା ନାହିଁ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଡିମୁଥ କରୁଣାତ୍ନେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଫଳତାର ରାଜ୍‌ ଖୋଲିଲେ ଜାଡେଜା

ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ଏଜବାଷ୍ଟନଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ ବିପକ୍ଷରେ କେରଳର ପ୍ରଥମ ବିଜୟ

କୋଚି, ୧୬।୨ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ଏକ ମୁକାବିଲାରେ କେରଳ ବ୍ଲାଷ୍ଟର୍ସ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି।...

ପେରେରା ଶ୍ରୀଲଙ୍କା ଦିନିକିଆ ଅଧିନାୟକ

କଲମ୍ବୋ, ୧୩।୫(ପି.ଟି.)- ଉଇକେଟ କିପର ବ୍ୟାଟ୍ସମ୍ୟାନ କୁଶାଲ ପେରେରା ଶ୍ରୀଲଙ୍କା ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦିମୁଥ କରୁଣାରନେତ୍ଙ୍କ ସ୍ଥାନରେ ପେରେରାଙ୍କୁ ଏହି...

୬୬ ବର୍ଷ ବୟସରେ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କୋଲକତା,୩।୫:ଭାରତର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ଅରୁଣ ୩୮ ବର୍ଷୀୟା ବୁଲବୁଲ ସାହାଙ୍କୁ...

ଧରାପଡିଲେ ପୂର୍ବତନ କ୍ରିକେଟର୍‌, କରୁଥିଲେ ଏହି କାମ

ନୂଆଦିଲ୍ଲୀ,୯।୧୧: ପ୍ରାୟତଃ ଆଇପିଏଲ୍‌ ସମୟରେ ବେଟିଂ ଖବର ସାମ୍ନାକୁ ଆସିଥାଏ। ଯଦିଓ ଚଳିତବର୍ଷ ଆଇପିଏଲ୍‌ କରୋନା ଯୋଗୁ ୟୁଏଇରେ ଅନୁଷ୍ଠିତ ହେଉଛି ତଥାପି ଏହାର କ୍ରେଜ୍‌...

ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ବାସ୍କେଟବଲ ଦଳରେ ଯୋଗଦେଲେ ଜଗଶନବୀର

ପିଟ୍ସବର୍ଗ,୧।୫(ୟୁଏସ୍‌ଏ): ଏନ୍‌ବିଏ ଏକାଡେମୀ ପ୍ରତିଭା ଭାରତର ଜଗଶନବୀର ସିଂଙ୍କୁ ଏକ ବଡ଼ ସୁଯୋଗ ମିଳିଛି। ଆମେରିକାର ପିଟ୍ସବର୍ଗସ୍ଥିତ ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ପୁରୁଷ ବାସ୍କେଟବଲ ଦଳ...

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ,୭।୧୧(ପି.ଟି.)- ଆଇପିଏଲର ୩ ଦଳ ପାଇଁ ଖେଳିଥିବା ପ୍ରଥମ ଶ୍ରେଣୀ କ୍ରିକେଟର ସି.ଏମ୍‌. ଗୌତମ ଓ ତାଙ୍କର ପୂର୍ବତନ କର୍ନାଟକ ସାଥି ଖେଳାଳି ଆବରାର କାଜିଙ୍କୁ...

ଇଣ୍ଡିଆନ ସୁପରଲିଗ୍‌: ଦ୍ୱିତୀୟକୁ ଉଠିଲା ଏଟିକେ ମୋହନବାଗାନ

ଫତୋର୍ଦା, ୧୬।୧୨- ରୟ କ୍ରିଷ୍ଣାଙ୍କ ବିଳମ୍ବିତ ଗୋଲ ପୁଣିଥରେ ଏଟିକେ ମୋହନବାଗାନକୁ ଫାଇଦାରେ ରଖିଛି। କ୍ରିଷ୍ଣାଙ୍କ ପେନାଲ୍ଟି ଗୋଲ ବଳରେ ଏଟିକେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ...

Advertisement
Archives

Model This Week