ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ଶ୍ରୀଲଙ୍କା

କଲମ୍ବୋ,୬।୫: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛି। ରାଷ୍ଟ୍ରପତି ଗୋଟାବାୟା ରାଜାପାକ୍ସେ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରୁ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କାରେ କେବଳ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁନାହିଁ, ଏଠାରେ ରାଜନୈତିକ ଅସ୍ଥିରତା ମଧ୍ୟ ଲାଗି ରହିଛି। ନିକଟରେ ବିରୋଧୀ ଦଳ ରାଷ୍ଟ୍ରପତି ଗୋଟାବାୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ବର୍ତ୍ତମାନର ରାଷ୍ଟ୍ରପତି ତାଙ୍କ ଶାସନକାଳରେ କର୍ତ୍ତବ୍ୟ ସଠିକ୍‌ ଭାବେ ପାଳନ କରି ନ ଥିବା ବେଳେ ଦିନକୁ ଦିନ ସବୁ ଜିନିଷ ମହଙ୍ଗା ହୋଇଛି ବୋଲି ଅଭିଯୋଗ ହୋଇଛି। ଯାହାକୁ ବିରୋଧ କରି ଲୋକମାନେ ଶ୍ରୀଲଙ୍କା ରାସ୍ତାରେ ଲଗାତାର ଭାବେ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଇତିମଧ୍ୟରେ ରାଷ୍ଟ୍ରପତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଭିଯୋଗ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ଓ୍ବାଶିଂଟନ,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଶେଷରେ ଖାରଜ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି।...

ସପ୍ତାହରେ ୩ ଦିନ ଛୁଟି ପ୍ରସ୍ତାବ ଆଣିଲେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ଯଦି ସପ୍ତାହକୁ ୪ ଦିନ ଓ ପ୍ରତିଦିନ ମାତ୍ର ୬ ଘଣ୍ଟା କାମ କରିବାକୁ ପଡ଼େ ତେବେ କେହି ଏଭଳି ଚାକିରିକୁ ହାତଛଡା କରିବାକୁ ଚାହିଁବେନି।...

କରୋନା ଭୂତାଣୁକୁ ବିନାଶ କରିବ ଏଲ୍‌ଇଡି ଲାଇଟ୍

ପ୍ରାୟ ବର୍ଷେ ହେବ ସାରା ବିଶ୍ୱ କରୋନା ମହାମାରୀ ସହ ସଂଘର୍ଷ କରିଆସୁଛି। ଏହି ଭୂତାଣୁ ଦୂର କରିବା ପାଇଁ ପ୍ରତ୍ୟେକ ଦେଶ ନିରନ୍ତର ଅନୁସନ୍ଧାନ...

ଖବରଦାତାଙ୍କୁ ଗାଳିକଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୨୬ା୧:ଏକ ପ୍ରେସ୍‌ କନ୍‌ଫରେନ୍ସରେ ଦରଦାମ ବୃଦ୍ଧିକୁ ନେଇ ଜଣେ ଖବରଦାତା ପ୍ରଶ୍ନ କରିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ଖରାପ ଭାଷାରେ...

ପୃଥିବୀକୁ ଧ୍ୱଂସରୁ ସୁରକ୍ଷା ଦେବ ଆଣବିକ ବୋମା…

ଓ୍ବାଶିଂଟନ,୧୧।୧୦: ମହାକାଶରେ ଗ୍ରହାଣୁପିଣ୍ଡ ସହ ଧକ୍କା ହେବାରୁ ପୃଥିବୀକୁ ସୁରକ୍ଷା ଦେବା ଲାଗି ଆଣବିକ ବୋମ ହିଁ ସକ୍ଷମ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି।...

ବିଶ୍ୱର ସବୁଠାରୁ ହାଲୁକା ମିଠା

ଲଣ୍ଡନ: ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର...

କରୋନା ରୋକିବାକୁ ଏହି ପରାମର୍ଶ ଦେଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯ା୧୨: କରୋନା ସଂକ୍ରମଣ ରୋକିବା ପାଇଁ ପରସ୍ପରକୁ ଆଲିଙ୍ଗନ ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପରାମର୍ଶ ଦେଇଛି। ଡବ୍ଲ୍ୟୁଏଚ୍‌ଓ ଜରୁରିକାଳୀନ ବିଭାଗ ମୁଖ୍ୟ ଡ....

କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ...

Advertisement
Archives

Model This Week