ମୁମ୍ବାଇର ଅବିଶ୍ୱସନୀୟ ବିଜୟ

ମୁମ୍ବାଇ,୬।୫: ଶେଷ ଓଭରରେ ୯ ରନ କରିପାରିଲାନି ଗୁଜରାଟ ଟାଇଟାନ୍ସ। ଡେଥ୍‌ ଓଭରରେ ଡାନିଏଲ୍‌ ସାମ୍ସ ଚମତ୍କାର ବୋଲିଂ କରି ମାତ୍ର ୩ ରନ ବ୍ୟୟ କରି ମୁମ୍ବାଇ ଇଣ୍ଡିଆନ୍ସକୁ ଅବିଶ୍ୱସନୀୟ ବିଜୟ ଭେଟିଦେଲେ। ଫଳରେ ୧୯ତମ ଓଭର ପର୍ଯ୍ୟନ୍ତ ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିବା ଗୁଜରାଟକୁ ମୁମ୍ବାଇ ୫ ରନରେ ପରାସ୍ତ କରିବାକୁ ସକ୍ଷମ ହେଲା। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ୧୦ ମ୍ୟାଚରୁ ମୁମ୍ବାଇର ଏହା ଦ୍ୱିତୀୟ ବିଜୟ। ଅନ୍ୟପକ୍ଷରେ ଗୁଜରାଟ ବିଜୟ ଦ୍ୱାରରେ ପହଞ୍ଚିଥିଲେ ହେଁ ପରାଜୟ ସ୍ବାଦ ଚାଖିଲା। ଶୁକ୍ରବାର ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୭୭ ରନ କରିଥିବା ବେଳେ ଗୁଜରାଟ ୨୦ ଓଭରରେ ୫ ଉଇକେଟ ହରାଇ ୧୭୨ ରନରେ ସୀମିତ ରହିଥିଲା।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଦୁହେଁ ୪୫ ବଲ୍‌ରୁ ଓପନିଂ ଯୋଡ଼ିରେ ଦ୍ରୁତ ୭୪ ରନ ସଂଗ୍ରହ କରିଥିଲେ। ୮ମ ଓଭରର ତୃତୀୟ ବଲ୍‌ରେ ରୋହିତଙ୍କୁ ଏଲବିଡବ୍ଲ୍ୟୁ ଆଉଟ କରି ଗୁଜରାଟକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ତାରକା ସ୍ପିନର ରଶିଦ ଖାଁ। ଅମ୍ପାୟର ନଟ୍‌ଆଉଟ ଦେଇଥିଲେ ହେଁ ରଶିଦ ରିଭ୍ୟୁ ନେଇ ସଫଳତା ପାଇଥିଲେ। ରୋହିତ ୨୮ ବଲ୍‌ରୁ ୫ ଚୌକା ଓ ୨ ଛକା ସହାୟତାରେ ୪୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ନିର୍ଭରଯୋଗ୍ୟ ସୂର୍ଯ୍ୟକୁମାର ଯାଦବ ୧୧ ବଲ୍‌ରୁ ମାତ୍ର ୧୩ (୧ ଛକା) ରନକରି ଆଉଟ ହେବା ମୁମ୍ବାଇକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। କିଶନ ୨୯ ବଲ୍‌ରୁ ୪୫ (୫ ଚେସକା, ୧ ଛକା) ରନ କରିଥିବାବେଳେ ଆଲଜାରି ଜୋସେଫଙ୍କ ବଲ୍‌ରେ ରଶିଦ ଖାଁଙ୍କୁ କ୍ୟାଚ ଦେଇଥିଲେ। ଭେଟେରାନ କିରନ ପୋଲାଡଙ୍କ ଖରାପ ବ୍ୟାଟିଂ ଜାରି ରହିଥିଲା ଏବଂ ସେ ୧୪ ବଲ୍‌ରୁ ମାତ୍ର ୪ ରନକରି ଆଉଟ ହୋଇଥିଲେ। ତିଳକ ବର୍ମା ୨୧ ଏବଂ ଡାନିଏଲ୍‌ ସାମ୍ସ ଖାତା ଖୋଲିପାରି ନ ଥିବାବେଳେ ଶେଷ ଭାଗରେ ଟିମ୍‌ ଡାଭିଡ କେତେକ ଦର୍ଶନୀୟ ଶଟ୍‌ ଖେଳିବାରୁ ମୁମ୍ବାଇ ସ୍କୋର ୧୭୭ରେ ପହଞ୍ଚି ପାରିଥିଲା। ୨୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଡାଭିଡ ୨ ଚୌକା ଓ ୪ ଛକା ସହାୟତାରେ ୪୪ ରନକରି ଅପରାଜିତ ରହିଥିଲେ। ଗୁଜରାଟ ପକ୍ଷରୁ ରଶିଦ ଖାଁ ୨ଟି ଏବଂ ଆଲଜାରି ଜୋସେଫ, ଲୋକି ଫର୍ଗୁସନ ଓ ପ୍ରଦୀପ ସଙ୍ଗଓ୍ବନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଗୁଜରାଟ ଓପନିଂ ଯୋଡ଼ିରେ ୭୩ ବଲ୍‌ରୁ ୧୦୬ ରନ କରି ବିଜୟ ଦିଗରେ ଅଗ୍ରସର ହୋଇଥିଲା। ୧୩ତମ ଓଭରରେ ମୁମ୍ବାଇ ସ୍ପିନର ମୁରୁଗାନ ଅଶ୍ୱିନ ଗୁଜରାଟର ଦୁଇ ଓପନର ରିଦ୍ଧିମାନ ଶାହା ଓ ଶୁବମନ ଗିଲ୍‌ଙ୍କୁ ଆଉଟ କରିଥିଲେ। ଶୁବମନ ୩୬ ବଲ୍‌ରୁ ୫୨ (୬ ଚୌକା, ୨ ଛକା) ଓ ରିଦ୍ଧିମାନ ୪୦ ବଲ୍‌ରୁ ୫୫ (୬ ଚୌକା, ୨ ଛକା) ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୪ ବଲ୍‌ରୁ ୨୪ ରନକରି ରନ୍‌ଆଉଟ ହୋଇ ଯାଇଥିଲେ। ତେବେ ଶେଷ ଓଭରର ନାଟକୀୟ ଘଟଣାକ୍ରମ ଦଳକୁ ପରାଜୟ ମଧ୍ୟକୁ ଠେଲି ଦେଇଥିଲା।
ସଂକ୍ଷିପ୍ତ ସ୍କୋର:
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୭/୬ (ଇଶାନ କିଶନ-୪୫, ଟିମ୍‌ ଡାଭିଡ-୪୪*, ରୋହିତ ଶର୍ମା-୪୩, ତିଳକ ବର୍ମା-୨୧, ରଶିଦ ଖାଁ-୨/୨୪, ଆଲଜାରି ଜୋସେଫ-୧/୪୧, ପ୍ରଦୀପ ସଙ୍ଗଓ୍ବନ-୧/୨୩, ଲୋକି ଫର୍ଗୁସନ-୧/୩୪)। ଗୁଜରାଟ ଟାଇଟାନ୍ସ ୨୦ ଓଭରରେ ୧୭୨/୫ (ରିଦ୍ଧିମାନ ଶାହା-୫୫, ଶୁବମନ ଗିଲ୍‌-୫୨, ମୁରୁଗାନ ଅଶ୍ୱିନ-୨/୨୯, କିରନ ପୋଲାର୍ଡ-୧/୧୩)।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଖୋଲିଲା ପୋଲ୍‌

ଇସଲାମାବାଦ୍‌,୧୬।୪: ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୋଲ୍‌ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି।...

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୬।୪: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ର ଦୀର୍ଘତମ ଛକା ମାରିଛନ୍ତି। କାର୍ତ୍ତିକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି ନଟରାଜନଙ୍କ ବଲରେ...

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଅଣ୍ଡରଉଡ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୧୬ା୪ (ପି.ଟି.): ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ବିବେଚନା କରାଯାଉଥିବା ଡେରିକ୍‌ ଅଣ୍ଡରଉଡ୍‌ଙ୍କର କେଣ୍ଟଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri