ଶ୍ରୀଲଙ୍କା ସଙ୍କଟ ଘନେଇଲା: ସରକାରୀ କର୍ମଚାରୀଙ୍କ ଜାନୁୟାରୀ-ଫେବୃୟାରୀ ଦରମା ନେଇ ଅନିଶ୍ଚିତତା…

କଲମ୍ବୋ,୧୦।୧ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଉତିମଧ୍ୟରେ ସମସ୍ତ ମନ୍ତ୍ରଣାଳୟକୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଙ୍ଘେ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ, ଚଳିତ ବର୍ଷର ବଜେଟରେ ସେମାନଙ୍କୁ ଦିଆଯାଇଥିବା ଆନୁମାନିକ ଖର୍ଚ୍ଚକୁ ପାଞ୍ଚ ପ୍ରତିଶତ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଆହୁରି ଗୁରୁତର ହୋଇଛି। ନଗଦ ଅର୍ଥରାଶି ଦେଶର ଆର୍ଥିକ ସଙ୍କଟ ପୂର୍ବ ଆକଳନଠାରୁ ବହୁ ଅଧିକ ରହିଛି।

ଏହାପୂର୍ବରୁ ବୈଦେଶିକ ମୁଦ୍ରା ସଙ୍କଟ ଯୋଗୁ ଶ୍ରୀଲଙ୍କା ଗତ ବର୍ଷ ଏପ୍ରିଲରେ ଅନ୍ତର୍ଜାତୀୟ ଋଣ କ୍ଷେତ୍ରରେ ଡିଫଲ୍ଟର ଘୋଷଣା କରିଥିଲା। ଏହି ସମୟରେ କ୍ୟାବିନେଟ ମୁଖପାତ୍ର ତଥା ପରିବହନ ମନ୍ତ୍ରୀ ବାନ୍ଦୁଲା ଗୁନାୱାର୍ଡେନ କହିଛନ୍ତି ଯେ ରାଷ୍ଟ୍ରପତି ୱିକ୍ରମସିଙ୍ଘେ କ୍ୟାବିନେଟକୁ ସୂଚନା ଦେଇଛନ୍ତି ଯେ ସରକାରୀ ପାଣ୍ଠି ଯଥେଷ୍ଟ ହ୍ରାସ ପାଇଛି।

ଗୁନାୱାର୍ଡେନ କହିଛନ୍ତି ଯେ ୨୦୨୩ ର ପ୍ରଥମ କିଛି ମାସରେ ଟିକସ ମାଧ୍ୟମରେ ଅନେକ କିଛି ରୋଜଗାର ହୋଇପାରିଥାନ୍ତା, କିନ୍ତୁ ଗତ ବର୍ଷ ଠାରୁ ଜାରି ରହିଥିବା ଅଥନୈତିକ ସଙ୍କଟ ଯୋଗୁଁ ଏଥିରେ ବହୁତ ହ୍ରାସ ଘଟିଛି। ଆମେ ଆଶା କରିଥିବା ଅପେକ୍ଷା ଆର୍ଥିକ ସଙ୍କଟ ଅଧିକ ଗମ୍ଭୀର ହେବାରେ ଲାଗିଛି। ୨୦୨୩ ବଜେଟରେ ବିଭିନ୍ନ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ପାଞ୍ଚ ପ୍ରତିଶତ ହ୍ରାସ କରିବାକୁ ରାଷ୍ଟ୍ରପତି ସୋମବାର କ୍ୟାବିନେଟକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଜାନୁଆରୀ ଏବଂ ଫେବୃଆରୀରେ ସରକାରୀ କର୍ମଚାରୀଙ୍କ ଦରମା ପ୍ରଦାନ ନେଇ ଅନିଶ୍ଚିତତା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri