Posted inଜାତୀୟ

ଗୁଲାମ ନବୀଙ୍କୁ ରମେଶଙ୍କ କଟାକ୍ଷ…

ଶ୍ରୀନଗର,୧୦।୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଙ୍ଗଳବାର ଗୁଲାମ ନବୀ ଆଜାଦଙ୍କ ପାର୍ଟିକୁ ନେଇ କଟାକ୍ଷ କରିଛନ୍ତି। ନିକଟରେ ଆଜାଦଙ୍କ ଦଳର ଅନେକ ନେତା କଂଗ୍ରେସକୁ ଫେରିଛନ୍ତି। ଏହା ପରେ ଜୟରାମ ରମେଶ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବାବେଳେ ଆଜାଦର ଡେମୋକ୍ରାଟିକ ଆଜାଦ ପାର୍ଟି (ଡିଏପି) କୁ ଅଦୃଶ୍ୟ ଆଜାଦ ପାର୍ଟି (ଡିସାପିୟରିଂ ଆଜାଦ ପାର୍ଟି) ବୋଲି କହିଛନ୍ତି।

ଭାରତୀୟ ଯୁବ କଂଗ୍ରେସର ମିଡିଆ ସଂଯୋଜକ ଜାହାନଜେବ ସରୱାଲ ଏକ ଟୁଇଟ କରିଛନ୍ତି। ଯେଉଁଥିରେ କହିଥିଲେ ଯେ ଡେମୋକ୍ରାଟିକ ଆଜାଦ ପାର୍ଟିର ଦୁଇଜଣ ପଦାଧୀକାରୀ ଚୌଧୁରୀ ନିଜାମୁଦ୍ଦିନ ଖଟାନା ଏବଂ ଚୌଧୁରୀ ଗୁଲଜାର ଅହମ୍ମଦ ଇସ୍ତଫା ଦେଇଛନ୍ତି।

ଏହି ଟୁଇଟର ଜବାବ ଦେଇ ଜୟରାମ ରମେଶ ଏହାକୁ ଅଦୃଶ୍ୟ ଆଜାଦ ପାର୍ଟି ଲେଖିଛନ୍ତି। କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ନିଜର ଦଳ ଗଠନ କରିଥିଲେ, ଯେଉଁଥିରେ ଜମ୍ମୁ-କଶ୍ମୀର କଂଗ୍ରେସର ଅନେକ ନେତା ଯୋଗ ଦେଇଥିଲେ। ତେବେ ଗତ ସପ୍ତାହରେ ଗୁଲାମ ନବୀ ଆଜାଦଙ୍କ ଦଳର ୧୭ ନେତା କଂଗ୍ରେସରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ଏବଂ ପୀରଜାଦା ମହମ୍ମଦ ସୟିଦଙ୍କ ପରି ବଡ ନେତା ଅଛନ୍ତି।

କଂଗ୍ରେସକୁ ଫେରିଥିବା ନେତାମାନେ କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ଦଳ ରାଜ୍ୟରେ ଧର୍ମନିରପେକ୍ଷ ଭୋଟରେ ଭାଗବଣ୍ଟା କରି ଭାଜପାକୁ ଲାଭ ଦେବ। ଜମ୍ମୁ-କଶ୍ମୀରରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ଘୋଷଣା ହୋଇପାରେ। ଏଭଳି ପରିସ୍ଥିତିରେ ଯେଉଁଠାରେ ରାଜ୍ୟର ଅନ୍ୟ ରାଜନୈତିକ ଦଳ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। ଗୁଲାମ ନବୀ ଆଜାଦଙ୍କ ଦଳର ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଜାଦ ଭାଜପାର ନିକଟତର ନହେବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଆଜାଦର ଏହି ଆଭିମୁଖ୍ୟ ଯୋଗୁଁ ଦଳୀୟ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି ବୋଲି ଚର୍ଚ୍ଚା ହେଉଛି। ଏପରି ପରିସ୍ଥିତିରେ, ଏହା ମଧ୍ୟ ଏକ କାରଣ ହୋଇପାରେ ଯେ ଡିଏପିରୁ ଲଗାତାର ସଦସ୍ୟମାନେ ଇସ୍ତଫା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri