Posted inଜାତୀୟ

ଗୁଲାମ ନବୀଙ୍କୁ ରମେଶଙ୍କ କଟାକ୍ଷ…

ଶ୍ରୀନଗର,୧୦।୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଙ୍ଗଳବାର ଗୁଲାମ ନବୀ ଆଜାଦଙ୍କ ପାର୍ଟିକୁ ନେଇ କଟାକ୍ଷ କରିଛନ୍ତି। ନିକଟରେ ଆଜାଦଙ୍କ ଦଳର ଅନେକ ନେତା କଂଗ୍ରେସକୁ ଫେରିଛନ୍ତି। ଏହା ପରେ ଜୟରାମ ରମେଶ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବାବେଳେ ଆଜାଦର ଡେମୋକ୍ରାଟିକ ଆଜାଦ ପାର୍ଟି (ଡିଏପି) କୁ ଅଦୃଶ୍ୟ ଆଜାଦ ପାର୍ଟି (ଡିସାପିୟରିଂ ଆଜାଦ ପାର୍ଟି) ବୋଲି କହିଛନ୍ତି।

ଭାରତୀୟ ଯୁବ କଂଗ୍ରେସର ମିଡିଆ ସଂଯୋଜକ ଜାହାନଜେବ ସରୱାଲ ଏକ ଟୁଇଟ କରିଛନ୍ତି। ଯେଉଁଥିରେ କହିଥିଲେ ଯେ ଡେମୋକ୍ରାଟିକ ଆଜାଦ ପାର୍ଟିର ଦୁଇଜଣ ପଦାଧୀକାରୀ ଚୌଧୁରୀ ନିଜାମୁଦ୍ଦିନ ଖଟାନା ଏବଂ ଚୌଧୁରୀ ଗୁଲଜାର ଅହମ୍ମଦ ଇସ୍ତଫା ଦେଇଛନ୍ତି।

ଏହି ଟୁଇଟର ଜବାବ ଦେଇ ଜୟରାମ ରମେଶ ଏହାକୁ ଅଦୃଶ୍ୟ ଆଜାଦ ପାର୍ଟି ଲେଖିଛନ୍ତି। କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ନିଜର ଦଳ ଗଠନ କରିଥିଲେ, ଯେଉଁଥିରେ ଜମ୍ମୁ-କଶ୍ମୀର କଂଗ୍ରେସର ଅନେକ ନେତା ଯୋଗ ଦେଇଥିଲେ। ତେବେ ଗତ ସପ୍ତାହରେ ଗୁଲାମ ନବୀ ଆଜାଦଙ୍କ ଦଳର ୧୭ ନେତା କଂଗ୍ରେସରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ଏବଂ ପୀରଜାଦା ମହମ୍ମଦ ସୟିଦଙ୍କ ପରି ବଡ ନେତା ଅଛନ୍ତି।

କଂଗ୍ରେସକୁ ଫେରିଥିବା ନେତାମାନେ କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ଦଳ ରାଜ୍ୟରେ ଧର୍ମନିରପେକ୍ଷ ଭୋଟରେ ଭାଗବଣ୍ଟା କରି ଭାଜପାକୁ ଲାଭ ଦେବ। ଜମ୍ମୁ-କଶ୍ମୀରରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ଘୋଷଣା ହୋଇପାରେ। ଏଭଳି ପରିସ୍ଥିତିରେ ଯେଉଁଠାରେ ରାଜ୍ୟର ଅନ୍ୟ ରାଜନୈତିକ ଦଳ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। ଗୁଲାମ ନବୀ ଆଜାଦଙ୍କ ଦଳର ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଜାଦ ଭାଜପାର ନିକଟତର ନହେବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଆଜାଦର ଏହି ଆଭିମୁଖ୍ୟ ଯୋଗୁଁ ଦଳୀୟ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି ବୋଲି ଚର୍ଚ୍ଚା ହେଉଛି। ଏପରି ପରିସ୍ଥିତିରେ, ଏହା ମଧ୍ୟ ଏକ କାରଣ ହୋଇପାରେ ଯେ ଡିଏପିରୁ ଲଗାତାର ସଦସ୍ୟମାନେ ଇସ୍ତଫା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri