୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌: ମ୍ୟାଚ୍‌ ଦେଖିବା ଲାଗି ଏଲ୍‌ଇଡି ଟିଭି ବ୍ୟବସ୍ଥା

ପୁରୀ ଅଫିସ, ୧୦ା୧: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଚଳିତ ଥର ଏହାକୁ ଓଡ଼ିିଶା ଆୟୋଜନ କରୁଛି। ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବିବିଧ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯଇଛି। ୧୧ ତାରିଖ ଅପରାହ୍ନରେ କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏଥିରେ ବଲିଉଡ କଳାକାର ରଣବୀର ସିଂ, ଦିଶା ପଟାନୀ, ଗାୟକ ପ୍ରୀତମ ପ୍ରମୁଖ ଯୋଗଦେବେ ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ସିଧା ପ୍ରସାରଣ ଦେଖିବା ପାଇଁ ପୁରୀ ସମୁଦ୍ରକୂଳ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ‘ସିଟି ଫେଷ୍ଟ ଇନ୍‌ ଓଲିସ୍‌ ଲ୍ୟାଣ୍ଡ’ ନାମରେ ଏକ ବିରାଟ ଏଲ୍‌ଇଡି ଟିଭି ଲଗାଯାଇଛି। ଦର୍ଶକମାନେ ଦେଖିବା ଲାଗି ବ୍ୟବସ୍ଥା ହୋଇଛି। ଉକ୍ତ ସ୍ଥାନରେ ବିଶ୍ୱକପ୍‌ର ଏକ ପ୍ରତିକୃତି ସ୍ଥାପିତ ହୋଇଛି। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ଫୁଡ୍‌ପାର୍କର ଆୟୋଜନ କରାଯାଇଛି। ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ମ୍ୟାଚର ସିଧା ପ୍ରସାରଣ କରାଯିବ। ମ୍ୟାଚ ବିରତି ସମୟରେ ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ସେହିପରି ସମସ୍ତ ବ୍ଲକ, ଏନ୍‌ଏସି ଓ ପଞ୍ଚାୟତରେ ମଧ୍ୟ ଏଲ୍‌ଇଡି ଟିଭି ମାଧ୍ୟମରେ ଉଦଘାଟନ କାର୍ଯ୍ୟକ୍ରମ ଏବଂ ବିଶ୍ୱକପର ସମସ୍ତ ମ୍ୟାଚର ସିଧା ପ୍ରସାରଣ କରାଯିବ। ଏ ନେଇ ମଙ୍ଗଳବାର ଜିଲାପାଳ ବର୍ମା, ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କୁମାର ପ୍ରଧାନ ପ୍ରମୁଖ ବେଳାଭୂମିକୁ ଯାଇ କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟ ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?