ଭବାନୀପାଟଣାରେ ପହଞ୍ଚିଲା ଶ୍ରୀକ୍ଷେତ୍ରର ୩ ରଥ ଚକ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): ଶ୍ରୀକ୍ଷେତ୍ର ପୁରୀରୁ ତିନୋଟି ରଥର ତିନୋଟି ଚକ ଶନିବାର ସାରେ ଭବାନୀପାଟଣାରେ ପହଞ୍ଚିଛି`। ସହରର ପ୍ରବେଶ ଦ୍ୱାରରୁ ବଳଭଦ୍ରଙ୍କ ତାଳଧଜ, ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକକୁ ତିନୋଟି ସୁସଜ୍ଜିତ ଯାନରେ ରଖି ଶ୍ରଦ୍ଧାଳୁମାନେ ଧୂପ ଦୀପରେ ବନ୍ଦାପନା କରି ସ୍ବାଗତ କରିଥିଲେ।

ସଂକୀର୍ତ୍ତନ, ଘଣ୍ଟ ଘଣ୍ଟା ଓ ମାଦଳର ତାଳେ ତାଳେ ଶୋଭାଯାତ୍ରାରେ ତିନୋଟି ରଥର ୩ଚକକୁ ସହର ପରିକ୍ରମା କରାଯାଇ ଭବାନୀଶଙ୍କର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିରର ଦ୍ବାର ଦେଶରେ ରଥ ଚକକୁ ବନ୍ଦାପନା କରି ମନ୍ଦିର ପରିସରକୁ ନିଆ ଯାଇଥିଲା। ରୀତିନୀତି ସହିତ ତିନୋଟି ରଥ ଚକକୁ ପୂଜାର୍ଚ୍ଚନା କରି ମନ୍ଦିର ପରିସରରେ ସ୍ଥାପନ କରାଯାଇଥିଲା।

ଭବାନୀଶଙ୍କର ମନ୍ଦିର ପୂଜକ ମନୋଜ କୁମାର ମୁନିଙ୍କ ତତ୍ତ୍ୱାବଧାନରେ ଶ୍ରୀକ୍ଷେତ୍ର ପୁରୀରୁ ଚଳିତବର୍ଷ ରଥ ଯାତ୍ରାର ତିନୋଟି ରଥର ତିନୋଟି ଚକ ଶ୍ରୀମନ୍ଦିର ପ୍ରଶାସନଠାରୁ ନିଲାମ ପ୍ରକ୍ରିୟାରେ ଆଣିବା ପାଇଁ ଭବାନୀପାଟଣାର ଭବାନୀଶଙ୍କର ମନ୍ଦିର ପକ୍ଷରୁ ଆବେଦନ କରାଯାଇଥିଲା।

ଜଗନ୍ନାଥ ଜଗତର ନାଥ, ଓଡ଼ିଆମାନଙ୍କ ଆରାଧ୍ୟ ଦେବତା। ଯେଉଁ ରଥରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବିଜେକରି ରଥଯାତ୍ରା କରିଥିଲେ, ସେହି ରଥର ଚକ ଅତ୍ୟନ୍ତ ପବିତ୍ର ଓ ଏହି ତିନି ଠାକୁରଙ୍କ ପ୍ରତୀକ ସଦୃଶ। ତେଣୁ ଶ୍ରୀକ୍ଷେତ୍ରର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ୩ଟି ରଥର ଚକ ଭବାନୀପାଟଣା ଭବାନୀଶଙ୍କର ମନ୍ଦିରରେ ବିଧିବିଧାନ ପୂର୍ବକ ସ୍ଥାପନ କରାଯିବ। ଶ୍ରଦ୍ଧାଳୁମାନେ ମନ୍ଦିରରେ ୩ ଠାକୁରଙ୍କ ରଥର ଚକ ଦର୍ଶନ କରିବା ସୁଯୋଗ ପାଇବେ ବୋଲି ଭବାନୀଶଙ୍କର ମନ୍ଦିର ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତବର୍ଷ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଚକ ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଣାଯାଇ ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri