ଏକାକାର ହେବେ ଭକ୍ତ-ଭଗବାନ

କେନ୍ଦୁଝର,୨୦ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ପବିତ୍ର ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା। ନଅ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉତ୍ତାପର ହ୍ରାସ ଏବଂ ମେଘାଚ୍ଛନ୍ନ ଆକାଶ ତଥା ତାତି କମି ପାଗ ଅନୁଳୂଳ ହୋଇଛି। ପବିତ୍ର ପର୍ବରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଭଗବାନ ମନ୍ଦିର ବାହାରକୁ ଆସିବେ। ଏ ନେଇ କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଗୁଣ୍ଡିଚାଯାତ୍ରା ଉପଲକ୍ଷେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ ସରିବା ସହ ପଥ ମଧ୍ୟ ପ୍ରସ୍ତୁତ ହୋଇ ରହିଛି।
ପୁରୁଣା ସହର ଉତ୍ସବମୁଖର ହୋଇଉଠିଛି। କେବଳ ଭକ୍ତମାନେ ରଥାରୂଢ଼ ଭଗବାନ୍‌ଙ୍କୁ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇବାକୁ ବାକି ରହିଛି। ଭକ୍ତ ଓ ଭଗବାନ୍‌ ଏକ ହେବେ ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ବ୍ରାହ୍ମଣ, ସେବାୟତ, ଶ୍ରୀ ଜୀଉଙ୍କୁ ରଥ ଉପରକୁ ପହଣ୍ଡି କରି ନେବା ପାଇଁ ପହଣ୍ଡିଆ ସେବକ, ଘଣ୍ଟ ଓ ଶଙ୍ଖ ବାଦକମାନେ ଅପେକ୍ଷାରେ ଅଛନ୍ତି। ରଥରେ ଛେରାପହଁରା କରିବା ପାଇଁ ରାଜା ଓ ରଥକୁ ଆଗକୁ ଗଡ଼ାଇନେବାକୁ ଡାହୁକ ଏବଂ ରଥଯାତ୍ରାର ଧାରା ବିବରଣୀ ପ୍ରଚାର ପାଇଁ ଘୋଷକମାନେ ଉତ୍ସୁକ ହେଲେଣି। ବିଶ୍ୱର ସର୍ବୋଚ୍ଚ ରଥ ବଡ଼ଦାଣ୍ଡରେ ଗଡ଼ିବା ଅପେକ୍ଷାରେ ରହିଥିବା ବେଳେ ରଥ ଟାଣିବା ପାଇଁ ଭକ୍ତଙ୍କ ଆବେଗ ବଢ଼ିଚାଲିଛି। ଆଲୋକ ସଜ୍ଜାରେ ବଡ଼ ଦେଉଳ, ଝୋଟିରେ ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ପରିସର ଝଟକୁଛି। ଭକ୍ତଙ୍କ ସୁରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ବାହିନୀ ମଧ୍ୟ ପ୍ରସ୍ତୁତ। ବିଭିନ୍ନ ସଂଗଠନ, କ୍ଲବ୍‌ର ସଦସ୍ୟା/ସଦସ୍ୟମାନେ ଭକ୍ତଙ୍କୁ ସୁବିଧା ଯୋଗାଇଦେବା ସହ ସହାୟତା ଦେବାକୁ ପହଞ୍ଚି ଗଲେଣି। ବଡ଼ଦାଣ୍ଡ, ଏହାର ବାହାରେ ଛୋଟ ଦୋକାନୀ ଆସର ମେଲିବାକୁ ବସିଥିବା ବେଳେ ମେଳା, ମୀନା ବଜାର ଆୟୋଜନ ଚାଲିଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ ପାଇଁ ମଧ୍ୟ ବ୍ୟବସ୍ଥା ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri