Posted inଫୁରସତ

ଶ୍ରାବଣରେ ଲଗାନ୍ତୁ ଏସବୁ ଗଛ: ଘରେ ରହିବନି ଧନର ଅଭାବ

ଆଉ କିଛିଦିନ ପରେ ଅର୍ଥାତ ୨୨ରୁ ଶ୍ରାବଣ ମାସ ଆରମ୍ଭ ହେବ । ଏହି ମାସଟି ଭଗବାନ ଶିବଙ୍କ ମାସ ବୋଲି କୁହାଯାଏ। ଏହାଛଡ଼ା ପର୍ଯ୍ୟାବରଣ ଏବଂ ଭାଗ୍ୟ ଦୃଷ୍ଟିକୋଣରୁ ଏହି ମାସରେ ଅନେକ ଗଛ ଲଗାଯାଏ। ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ଗଛ ଲଗାଇବା ଦ୍ୱାରା ଭାଗ୍ୟ ଚମକିଥାଏ।

-ତୁଳସୀ: ତୁଳସୀ ଗଛ ଶ୍ରାବଣ ମାସରେ ଲଗାଯାଏ। ଏହାକୁ କାର୍ତ୍ତିକରେ ମଧ୍ୟ ଲଗାଇପାରିବେ। ଏହି ଗଛ ଲଗାଇବା ଦ୍ୱାରା ଜୀବନରେ ସଫଳତା, ସୁଖସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ମିଳିଥାଏ। ତେବେ ପ୍ରତ୍ୟେହ ଏହି ଗଛର ଚାରିପଟେ ବୁଲିବା ସହ ନିୟମିତ ଭାବେ ଘିଅର ଦୀପ ଜାଳିବା ଉଚିତ।

-କଦଳୀ: ଶ୍ରାବଣ ମାସ ଏକାଦଶୀ ନଚେତ ଗୁରୁବାର ଦିନ ଘରର ପଛରେ ନଚେତ ଛାତର ପଛପଟେ କଦଳୀ ଗଛ ଲଗାନ୍ତୁ। ଏହି ଗଛକୁ କେବେହେଲେ ଘରର ଆଗରେ ଲଗାଇବା ଉଚିତ ନୁହେଁ। ବୈବାହିକ ଜୀବନର ସମସ୍ୟା ଦୂର କରିବା ଲାଗି ନିୟମିତ ଭାବେ କଦଳୀ ଗଛରେ ପାଣି ଦେବା ଭଲ ବୋଲି କୁହାଯାଏ।

-ଡାଳିମ୍ବ: ଶ୍ରାବଣ ମାସରେ ଘରର ସମ୍ମୁଖରେ ଅଥବା ମୁଖ୍ୟ ଦ୍ୱାର ନିକଟରେ ରାତି ସମୟରେ ଡାଳିମ୍ବ ଗଛ ଲଗାଇବା ଶୁଭ। ଏହାକୁ ଲଗାଇବା ଦ୍ୱାରା ଘରର ପରିବେଶ ଭଲ ରହିଥାଏ। ସମସ୍ତ ନକରାତ୍ମକ ଶକ୍ତି କମ୍‌ ହୋଇଥାଏ। ଏହାଛଡ଼ା ଘର ଉପରେ କୌଣସି ତନ୍ତ୍ର-ଯନ୍ତ୍ରର ପ୍ରଭାବ ପଡ଼ି ନ ଥାଏ ବୋଲି ମାନ୍ୟତା ରହିଛି।

-ଅଁଳା: ଶ୍ରାବଣ ମାସର ଶନିବାର ଦିନ ଅଁଳା ଗଛ ଲଗାଇବା ଉଚିତ। ଘରର ମୁଖ୍ୟ ଦ୍ୱାରର ବାମପଟେ ଏହାକୁ ଲଗାଇବା ଶୁଭ। ନିୟମିତ ଭାବେ ଏହି ଗଛର ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ। ଏପରି କରିବା ଦ୍ୱାରା ଶନି ସମ୍ବନ୍ଧୀୟ କଷ୍ଟ ଦୂର ହୋଇଥାଏ। ସ୍ବାସ୍ଥ୍ୟ ଭଲ ରୁହେ। ବିଜୟାଦଶମୀ ଦିନରେ ଏହି ଗଛକୁ ପୂଜା କଲେ ଧନର ଅଭାବ ରୁହେ ନାହିଁ।

-ଅଶ୍ୱସ୍ଥ ଗଛ: ଶ୍ରାବଣ ମାସର ଗୁରୁବାର ଦିନ ଅଶ୍ୱସ୍ଥ ଗଛ ଲଗାଇବା ଶୁଭ। ହେଲେ ଘରେ କେବେହେଲେ ଏହି ଗଛ ଲଗାନ୍ତୁ ନାହିଁ। ପାର୍କ ନଚେତ ରାସ୍ତା କଡ଼ରେ ଏହାକୁ ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?