Posted inଜାତୀୟ

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ଗୁପ୍ତଚରୀ, ଦିଲ୍ଲୀରୁ ଗିରଫ କଲା ରାଜସ୍ଥାନ ଇଣ୍ଟେଲିଜେନ୍ସ…

ନୂଆଦିଲ୍ଲୀ, ୨୨।୮ : ପାକିସ୍ତାନ ନିଜର ଭାରତ ବିରୋଧୀ ଷଡଯନ୍ତ୍ରରୁ ନିବୃତ୍ତ ହେଉ ନାହିଁ। ଭାରତରେ ଅଶାନ୍ତି ସୃଷ୍ଟି ଲାଗି ପାକିସ୍ତାନ ବିଭିନ୍ନ କୌଶଳ ପ୍ରୟୋଗ ଜାରି ରଖିଛି। ଏବେ ପାକିସ୍ତାନର ଏକ ଷଡ଼ନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଏହି ଗୁପ୍ତଚର ଜଣେ ହିନ୍ଦୁ ଶରଣାର୍ଥୀ। ସେ ପାକିସ୍ତାନରୁ ଆସି ଭାରତୀୟ ନାଗରିକତ୍ୱ ନେଇଛନ୍ତି। ଶରଣାର୍ଥୀଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି।

ରାଜସ୍ଥାନ ଇଣ୍ଟେଲିଜେନ୍ସ ୪୬ ବର୍ଷିୟ ଭାଗଚାନ୍ଦଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଅଭିଯୁକ୍ତ ତିନି ବର୍ଷ ପୂର୍ବେ ଭାରତୀୟ ନାଗରିକତ୍ୱ ନେଇ ଦିଲ୍ଲୀରେ ରହି ଟ୍ୟାକ୍ସି ଚଳାଉଥିଲେ। ଇଣ୍ଟେଲିଜେନ୍ସକୁ ସୂଚନା ମିଳିଥିଲା ଯେ ଅଭିଯୁକ୍ତ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଦିଲ୍ଲୀରୁ ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିଲେ।

ସୂଚନା ଦେଇ ଏଡିଜି ଇଣ୍ଟେଲିଜେନ୍ସ ଉମେଶ ମିଶ୍ର କହିଛନ୍ତି ଯେ ସେ ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଅଭିଯୁକ୍ତ ଅଛନ୍ତି। ଦିଲ୍ଲୀର ସମ୍ବେଦନଶୀଳ ସ୍ଥାନ ବିଷୟରେ ପାକିସ୍ତାନକୁ ସେ ସୂଚନା ପଠାଉଛନ୍ତି। ଅଗଷ୍ଟ ୧୪ ରେ ଗୁପ୍ତଚରୀ ଅଭିଯୋଗରେ ନାରାୟଣ ଲାଲ ଗାଡରି ନାମକ ଜଣେ ବ୍ୟକ୍ତିଙ୍କୁ ଭିଲୱାରା ଠାରୁ ଗିରଫ କରାଯାଇଥିଲା। ତାଙ୍କର ମୋବାଇଲରୁ ଦିଲ୍ଲୀର ସଞ୍ଜୟ କଲୋନୀ ଭାଟି ମାଇନ୍ସର ବାସିନ୍ଦା ଭାଗଚାନ୍ଦ ସହିତ ତାଙ୍କର ଯୋଗାଯୋଗ ଥିବା ଜଣାପଡ଼ିଥିଲା।

ସେ କହିଛନ୍ତି ଯେ ପାକିସ୍ତାନୀ ହ୍ୟାଣ୍ଡେଲମାନେ ମଧ୍ୟ ତାଙ୍କର ଆକାଉଣ୍ଟରେ ଟଙ୍କା ଜମା କରୁଥିଲେ। ଗତ ତିନି ବର୍ଷ ଧରି ଭାଗଚାନ୍ଦ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିଲେ। ଅଟୋ ଚଳାଇବା ସମୟରେ ସେ ଦିଲ୍ଲୀର ବିଭିନ୍ନ ସ୍ଥାନର ଫଟୋ ଉଠାଇ ପାକିସ୍ତାନକୁ ପଠାଉଥିଲେ। ଗିରଫ ଅଭିଯୁକ୍ତ ୧୯୯୮ ମସିହାରେ ତାଙ୍କ ପରିବାର ସହିତ ଭିଜା ନେଇ ଭାରତ ଆସି ଏଠାରେ କାମ କରିବା ଆରମ୍ଭ କରିଥିଲେ। ତିନି ବର୍ଷ ପୂର୍ବେ ସେ ଭାରତୀୟ ନାଗରିକତ୍ୱ ପାଇଥିଲେ। ତାଙ୍କୁ ଜୟପୁରରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରାଯାଉଛି।

ଅନୁସନ୍ଧାନ ବେଳେ ଏହା ସାମ୍ନାକୁ ଆସିଛି ଯେ ନାରାୟଣ ଲାଲ ସିମ କାର୍ଡ ସଂଗ୍ରହ କରି ଥିଲେ। ଏହାକୁ ଭାଗଚାନ୍ଦ ବସ ଯୋଗେ ଦିଲ୍ଲୀକୁ ଆଣି ଦିଲ୍ଲୀର କଶ୍ମୀର ଗେଟ ଟ୍ରାଭେଲ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚାଇଥିଲେ। ଏହା ପରେ ପାକିସ୍ତାନୀ ହ୍ୟାଣ୍ଡଲିଂ ଅଧିକାରୀମାନେ ସିମ୍‌ କାର୍ଡକୁ ପିଲାମାନଙ୍କ ପୋଷାକ ଏବଂ ମସଲା ପ୍ୟାକେଟରେ ଲୁଚାଇ ମୁମ୍ବାଇ ପଠାଇଥିଲେ।

ଚାରି ବର୍ଷ ପୂର୍ବେ ଭାଗଚାନ୍ଦ ତାଙ୍କ ନାମରେ ଏକ ସିମ କାର୍ଡ ଜାରି କରି ଏହାକୁ ହ୍ୟାଣ୍ଡଲିଂ ଅଫିସରଙ୍କ ନିକଟକୁ ପଠାଇ ହ୍ବାଟସ ଆପ ଡାଉନଲୋଡ କରିଥିଲେ। ଏହାର ପ୍ରତିବଦଳରେ ପାକିସ୍ତାନୀ ହ୍ୟାଣ୍ଡଲିଂ ଅଧିକାରୀମାନେ ପେଟିଏମ ମାଧ୍ୟମରେ ଭାଗଚାନ୍ଦଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ। ବର୍ତ୍ତମାନ ବିଭିନ୍ନ କମ୍ପାନୀର ସିମ କାର୍ଡ ଏବଂ ଭାଗଚାନ୍ଦଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ନେଇ ଇଣ୍ଟେଲିଜେନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?