Posted inଜାତୀୟ

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ଗୁପ୍ତଚରୀ, ଦିଲ୍ଲୀରୁ ଗିରଫ କଲା ରାଜସ୍ଥାନ ଇଣ୍ଟେଲିଜେନ୍ସ…

ନୂଆଦିଲ୍ଲୀ, ୨୨।୮ : ପାକିସ୍ତାନ ନିଜର ଭାରତ ବିରୋଧୀ ଷଡଯନ୍ତ୍ରରୁ ନିବୃତ୍ତ ହେଉ ନାହିଁ। ଭାରତରେ ଅଶାନ୍ତି ସୃଷ୍ଟି ଲାଗି ପାକିସ୍ତାନ ବିଭିନ୍ନ କୌଶଳ ପ୍ରୟୋଗ ଜାରି ରଖିଛି। ଏବେ ପାକିସ୍ତାନର ଏକ ଷଡ଼ନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଏହି ଗୁପ୍ତଚର ଜଣେ ହିନ୍ଦୁ ଶରଣାର୍ଥୀ। ସେ ପାକିସ୍ତାନରୁ ଆସି ଭାରତୀୟ ନାଗରିକତ୍ୱ ନେଇଛନ୍ତି। ଶରଣାର୍ଥୀଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି।

ରାଜସ୍ଥାନ ଇଣ୍ଟେଲିଜେନ୍ସ ୪୬ ବର୍ଷିୟ ଭାଗଚାନ୍ଦଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଅଭିଯୁକ୍ତ ତିନି ବର୍ଷ ପୂର୍ବେ ଭାରତୀୟ ନାଗରିକତ୍ୱ ନେଇ ଦିଲ୍ଲୀରେ ରହି ଟ୍ୟାକ୍ସି ଚଳାଉଥିଲେ। ଇଣ୍ଟେଲିଜେନ୍ସକୁ ସୂଚନା ମିଳିଥିଲା ଯେ ଅଭିଯୁକ୍ତ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଦିଲ୍ଲୀରୁ ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିଲେ।

ସୂଚନା ଦେଇ ଏଡିଜି ଇଣ୍ଟେଲିଜେନ୍ସ ଉମେଶ ମିଶ୍ର କହିଛନ୍ତି ଯେ ସେ ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଅଭିଯୁକ୍ତ ଅଛନ୍ତି। ଦିଲ୍ଲୀର ସମ୍ବେଦନଶୀଳ ସ୍ଥାନ ବିଷୟରେ ପାକିସ୍ତାନକୁ ସେ ସୂଚନା ପଠାଉଛନ୍ତି। ଅଗଷ୍ଟ ୧୪ ରେ ଗୁପ୍ତଚରୀ ଅଭିଯୋଗରେ ନାରାୟଣ ଲାଲ ଗାଡରି ନାମକ ଜଣେ ବ୍ୟକ୍ତିଙ୍କୁ ଭିଲୱାରା ଠାରୁ ଗିରଫ କରାଯାଇଥିଲା। ତାଙ୍କର ମୋବାଇଲରୁ ଦିଲ୍ଲୀର ସଞ୍ଜୟ କଲୋନୀ ଭାଟି ମାଇନ୍ସର ବାସିନ୍ଦା ଭାଗଚାନ୍ଦ ସହିତ ତାଙ୍କର ଯୋଗାଯୋଗ ଥିବା ଜଣାପଡ଼ିଥିଲା।

ସେ କହିଛନ୍ତି ଯେ ପାକିସ୍ତାନୀ ହ୍ୟାଣ୍ଡେଲମାନେ ମଧ୍ୟ ତାଙ୍କର ଆକାଉଣ୍ଟରେ ଟଙ୍କା ଜମା କରୁଥିଲେ। ଗତ ତିନି ବର୍ଷ ଧରି ଭାଗଚାନ୍ଦ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିଲେ। ଅଟୋ ଚଳାଇବା ସମୟରେ ସେ ଦିଲ୍ଲୀର ବିଭିନ୍ନ ସ୍ଥାନର ଫଟୋ ଉଠାଇ ପାକିସ୍ତାନକୁ ପଠାଉଥିଲେ। ଗିରଫ ଅଭିଯୁକ୍ତ ୧୯୯୮ ମସିହାରେ ତାଙ୍କ ପରିବାର ସହିତ ଭିଜା ନେଇ ଭାରତ ଆସି ଏଠାରେ କାମ କରିବା ଆରମ୍ଭ କରିଥିଲେ। ତିନି ବର୍ଷ ପୂର୍ବେ ସେ ଭାରତୀୟ ନାଗରିକତ୍ୱ ପାଇଥିଲେ। ତାଙ୍କୁ ଜୟପୁରରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରାଯାଉଛି।

ଅନୁସନ୍ଧାନ ବେଳେ ଏହା ସାମ୍ନାକୁ ଆସିଛି ଯେ ନାରାୟଣ ଲାଲ ସିମ କାର୍ଡ ସଂଗ୍ରହ କରି ଥିଲେ। ଏହାକୁ ଭାଗଚାନ୍ଦ ବସ ଯୋଗେ ଦିଲ୍ଲୀକୁ ଆଣି ଦିଲ୍ଲୀର କଶ୍ମୀର ଗେଟ ଟ୍ରାଭେଲ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚାଇଥିଲେ। ଏହା ପରେ ପାକିସ୍ତାନୀ ହ୍ୟାଣ୍ଡଲିଂ ଅଧିକାରୀମାନେ ସିମ୍‌ କାର୍ଡକୁ ପିଲାମାନଙ୍କ ପୋଷାକ ଏବଂ ମସଲା ପ୍ୟାକେଟରେ ଲୁଚାଇ ମୁମ୍ବାଇ ପଠାଇଥିଲେ।

ଚାରି ବର୍ଷ ପୂର୍ବେ ଭାଗଚାନ୍ଦ ତାଙ୍କ ନାମରେ ଏକ ସିମ କାର୍ଡ ଜାରି କରି ଏହାକୁ ହ୍ୟାଣ୍ଡଲିଂ ଅଫିସରଙ୍କ ନିକଟକୁ ପଠାଇ ହ୍ବାଟସ ଆପ ଡାଉନଲୋଡ କରିଥିଲେ। ଏହାର ପ୍ରତିବଦଳରେ ପାକିସ୍ତାନୀ ହ୍ୟାଣ୍ଡଲିଂ ଅଧିକାରୀମାନେ ପେଟିଏମ ମାଧ୍ୟମରେ ଭାଗଚାନ୍ଦଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ। ବର୍ତ୍ତମାନ ବିଭିନ୍ନ କମ୍ପାନୀର ସିମ କାର୍ଡ ଏବଂ ଭାଗଚାନ୍ଦଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ନେଇ ଇଣ୍ଟେଲିଜେନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri