Posted inଖେଳ

କ୍ରୀଡ଼ା ଛାତ୍ରାବାସ ପୁନର୍ଗଠନ ପ୍ରସଙ୍ଗ: ଅମିତ, ଦୀପସାନ, ଷ୍ଟାନିଲଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୨।୮(କ୍ରୀଡ଼ା ପ୍ରତିନିଧି)-କ୍ରୀଡ଼ା ପ୍ରତିଭା ଅନ୍ବେଷଣ କରି ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ଲକ୍ଷ୍ୟରେ ୧୯୮୫ ମସିହାରେ ଓଡ଼ିଶାରେ କ୍ରୀଡ଼ା ଛାତ୍ରାବାସ ସ୍ଥାପନ କରାଯାଇଥିଲା। ସେହି ଦିନଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ବୟସ ବର୍ଗରେ ଏବଂ ଭିନ୍ନଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଆସୁଛି।

କ୍ରୀଡ଼ା ଛାତ୍ରାବାସ ଗୁଡ଼ିକରୁ ଆଶାନୁରୂପ ଫଳ ନ ମିଳିବାରୁ ରାଜ୍ୟ ସରକାର ଏବେ ଏହାର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଫଳ ସ୍ବରୂପ ୧୮ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ ଏବେ ଆଉ ହଷ୍ଟେଲରେ ରହିବାର ସୁଯୋଗ ମିଳିବ ନାହିଁ। ଏହି ବୟସ ବର୍ଗର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ଚୟନ କରାଯାଇ ହାଇ ପରଫର୍ମାନ୍ସ ସେଣ୍ଟରରେ ଉଚ୍ଚମାନର ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ରାଜ୍ୟରେ ୧୬ଟି କ୍ରୀଡ଼ା ଛାତ୍ରାବାସ ରହିଛି। କ୍ରୀଡ଼ା ଓ ଯୁବସେବା ବିଭାଗର ପୁନର୍ଗଠନ ପ୍ରକ୍ରିୟାକୁ ରାଜ୍ୟର ବିଭିନ୍ନ ଆସୋସିଏଶନ ସହଜରେ ହଜମ କରିପାରି ନାହାନ୍ତି। ଏହାର ପୁନର୍ବିଚାର କରିବା ପାଇଁ ପାଖାପାଖି ଡଜନେ କ୍ରୀଡ଼ା ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି। ଏଥିରେ ସାମିଲ ହୋଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ଅମିତ ରୋହିଦାସ, ଦୀପସାନ ତିର୍କୀ ଓ ହକି ଇଣ୍ଡିଆ ଲିଗ୍‌ରେ ୪ ଥର ପ୍ରତିନିଧିତ୍ୱ କରି ସାରିଥିବା ଷ୍ଟାନଲି ଭିକ୍ଟର ମିଞ୍ଜ। ଭାରତୀୟ ସିନିୟର ହକି ଦଳର ୬ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହେବାପରେ ଅମିତ ଓ ଦୀପସାନ ବେଙ୍ଗାଲୁର କ୍ୟାମ୍ପରେ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ଷ୍ଟାନଲି ମୁମ୍ବାଇରେ ରହୁଛନ୍ତି। ସେମାନଙ୍କର କହିବା ଅନୁସାରେ ପୂର୍ବରୁ ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସରେ ହକି ଏକ୍ସିଲେନ୍ସି ସିନିୟର ହଷ୍ଟେଲ ଥିଲା। ପରେ ତାହା ଭୁବନେଶ୍ୱରକୁ ଆସିଲା। ଏବେ ଯଦି ତାହାକୁ ବନ୍ଦ କରି ଦିଆଯାଏ ତେବେ ରାଉରକେଲା ଓ ସୁନ୍ଦରଗଡ଼ ଜୁନିୟର ହଷ୍ଟେଲରେ ରହୁଥିବା ଜୁନିୟର ପିଲାମାନେ ଯେତେବେଳେ ସିନିୟର ହେବେ ସେତେବେଳେ କରିବେ କ’ଣ। ହାଇପରଫର୍ମାନ୍ସ ସେଣ୍ଟର ପାଇଁ ସର୍ବଭାରତୀୟ ସ୍ତରରେ ଖେଳାଳି ମନୋନୟନ ହେବେ। ଫଳରେ ବାହାର ରାଜ୍ୟର ଅନେକ ଖେଳାଳି ସୁଯୋଗ ପାଇବେ। ଏ କ୍ଷେତ୍ରରେ ଆମ ପିଲାମାନଙ୍କ ଭବିଷ୍ୟତ କ’ଣ ହେବ। ତେଣୁ ହାଇପଫାର୍ମାନ୍ସ ସେଣ୍ଟର ସହିତ ସିନିୟର ହଷ୍ଟେଲକୁ ରଖାଯାଉ। ଯେଉଁ ପିଲାମାନେ ହାଇପରଫର୍ମାନ୍ସ ସେଣ୍ଟରରେ ସୁଯୋଗ ପାଇବେ ନାହିଁ ସେମାନେ ସିନିୟର ହଷ୍ଟେଲରେ କୋଚିଂ ନେଇ ପାରିବେ। ୧୮ରୁ ୨୦ ବର୍ଷରେ ସିନିୟର ପିଲାମାନେ ବିକଷିତ ହୋଇଥାନ୍ତି। ଏହା ସେମାନଙ୍କ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ପିଲାମାନେ ହଷ୍ଟେଲରୁ ପ୍ରଶିକ୍ଷଣ ପାଇ ଜୁନିୟର ନ୍ୟାଶନାଲ, ଭାରତୀୟ ଜୁନିୟର ଦଳ ପକ୍ଷରୁ ଖେଳିଥାନ୍ତି। ଜୁନିୟରରେ ଭଲ ପ୍ରଦର୍ଶନ କଲେ ଯାଇ ସିନିୟରରେ ସ୍ଥାନ ମିଳିଥାଏ। ଆମେ ଏହିସବୁ ପର୍ଯ୍ୟାୟ ଦେଇ ଆସିଛୁ ବୋଲି ଦୀପସାନ ଓ ଅମିତ କହିଛନ୍ତି। ଓଡ଼ିଶା ଏବେ ଭାରତୀୟ ହକି ଦଳର ପ୍ରାୟୋଜକ, ରାଜ୍ୟରେ ହକି ଭିତ୍ତିଭୂମୀ ମଧ୍ୟ ବିଶ୍ୱସ୍ତରର। ହକି ପାଇଁ ରାଜ୍ୟ ସରକାର ବହୁତ କିଛି କରିଛନ୍ତି। ସୁନ୍ଦରଗଡ଼ ଜିଲାରେ ଆଷ୍ଟ୍ରୋଟର୍ଫ ଯୁକ୍ତ ପଡ଼ିଆ ସଂଖ୍ୟାକୁ ବଢ଼ାଇ ଦିଆ ଯାଇଛି। ତେଣୁ ସେଠାରୁ ପୂର୍ବାପେକ୍ଷା ନିଶ୍ଚିତ ଅଧିକ ଭଲ ପିଲା ବାହାରିବେ। ଖେଳ ଜାରି ନ ରଖିଲେ ସେମାନଙ୍କ ମନୋବଳ ଭାଙ୍ଗିଯିବ। ତେଣୁ ରାଜ୍ୟର ସିନିୟର ପିଲାମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖାଯାଉ ବୋଲି ସେମାନେ କହିଛନ୍ତି।

 

ହାଇ ପରଫର୍ମାନ୍ସ ସେଣ୍ଟରରେ ପ୍ରତିଭା ବିକଷିତ ହେବ
ସିନିୟର ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ନାଭାଲ ଟାଟା ଏକାଡେମୀ ସହାୟତାରେ ହାଇ ପରଫର୍ମାନ୍ସ ସେଣ୍ଟର ସ୍ଥାପନ କରିଛନ୍ତି। ଭବିଷ୍ୟତରେ କଳିଙ୍ଗ ଲାନ୍ସର୍ସ ପରି ଏହି ଏକାଡେମୀର ମଧ୍ୟ ଏକ ସିନିୟର ଟିମ୍‌ ହେବ। ଏଥିରେ ୨୫ ବର୍ଷ ପର୍ଯ୍ୟନ୍ତ ଖେଳାଳିମାନେ ସେମାନଙ୍କ ପ୍ରତିଭାକୁ ବିକଶିତ କରିପାରିବେ ଏବଂ ଦକ୍ଷତା ଅନୁସାରେ ଜୁନିୟର କିମ୍ବା ସିନିୟର ଖେଳି ପାରିବେ। ତେଣୁ ସିନିୟର ହଷ୍ଟେଲ ବନ୍ଦ ହୋଇଗଲେ ଯେ, ପିଲାମାନଙ୍କ ଆଗକୁ ବଢ଼ିବା ରାସ୍ତା ବନ୍ଦ ହୋଇଗଲା ତାହା ଭାବିବା ଠିକ୍‌ ନୁହେଁ ବୋଲି ରାଜ୍ୟ କ୍ରୀଡ଼ା ବିଭାଗର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏବେ କେବଳ ହକି ନୁହେଁ ଭୁବନେଶ୍ୱରରେ ବିଭିନ୍ନ କ୍ରୀଡ଼ାର ହାଇ ପରଫର୍ମାନ୍ସ ସେଣ୍ଟର ସ୍ଥାପନ କରାଯାଇଛି। ଫଳରେ ରାଜ୍ୟର ପ୍ରତିଭା ସମ୍ପନ୍ନ ଜୁନିୟର ଖେଳାଳିମାନେ ଏଠାରେ ଭବିଷ୍ୟତରେ ଦକ୍ଷତା ଆଧାରରେ ସୁଯୋଗ ପାଇ ପାରିବେ। ଯେଉଁ ପିଲାମାନେ ଜୁନିୟର ସ୍ତରରେ ଭଲ ପ୍ରଦର୍ଶନ କରିପାରିବେ ନାହିଁ ସେମାନଙ୍କୁ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ ପ୍ରୋଗ୍ରାମରେ ପଠାଇବାର ଯୋଜନା ରହିଛି। ଯିଏ ରେଫରି କିମ୍ବା କୋଚ୍‌ ହେବାକୁ ଚାହିଁବେ ସେମାନଙ୍କୁ ସେଇ ସୁଯୋଗ ପ୍ରଦାନ କରାଯିବ। ସରକାରଙ୍କ ନିକଟରେ ଉପଲବ୍ଧ ତଥ୍ୟ ଅନୁସାରେ ଗତ କିଛିବର୍ଷ ଧରି କ୍ରୀଡ଼ା ଛାତ୍ରାବାସ ଗୁଡ଼ିକର ଫଳାଫଳ ଭଲ ରହିନାହିଁ। ଜାତୀୟ କିମ୍ବା ଅନ୍ତର୍ଜାତୀୟ କଥାତ ଦୂରର କଥା ରାଜ୍ୟ ଦଳ ପାଇଁ ମଧ୍ୟ ଅଧିକ ଖେଳାଳି ଯୋଗ୍ୟ ହୋଇପାରୁ ନାହାନ୍ତି। ନାଭାଲ ଟାଟା ହକି ଏକାଡେମୀରେ ଓଡ଼ିଶା ପିଲାଙ୍କ ପାଇଁ ୬୦ ଓ ବାହାର ପିଲାଙ୍କ ପାଇଁ ୪୦ ପ୍ରତିଶତ ସୁଯୋଗ ରହିବ। ଭାରତର ଶ୍ରେଷ୍ଠ ପିଲାଙ୍କ ସହିତ ଆମର ଶ୍ରେଷ୍ଠ ଖେଳାଳିମାନେ ଖେଳିବେ। ଫଳରେ ପ୍ରତିଦ୍ୱନ୍ଦ୍ୱିତା ମୂଳକ ମନୋଭାବ ବଢ଼ିବ ଏବଂ ଆମ ପିଲାଙ୍କର ପ୍ରଦର୍ଶନ ମଧ୍ୟ ଅଧିକ ମାର୍ଜିତ ହୋଇ ପାରିବ। ଉଦାହରଣ ସ୍ବରୂପ ଜାତୀୟ ରେକର୍ଡଧାରୀ ଆଥଲେଟ୍‌ ଅମିୟ ମଲିକ ତାଙ୍କ କ୍ୱାଲିଟିର ଖେଳାଳିଙ୍କ ସହ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିପାରୁ ନ ଥିଲେ। ଏବେ ହାଇ ପରଫର୍ମାନ୍ସ ସେଣ୍ଟର ହେବାଦ୍ୱାରା ସେ ୧୦ରୁ ଊର୍ଦ୍ଧ୍ୱ ବାହାର ଦକ୍ଷ ଖେଳାଳିଙ୍କ ସହ ରେସ୍‌ କରୁଛନ୍ତି। ଏହା ତାଙ୍କ ପ୍ରଦର୍ଶନରେ ନିଶ୍ଚିତ ଉନ୍ନତି ଆଣିବ। ନୂଆ ନିଷ୍ପତ୍ତି ଫଳରେ ଜୁନିୟର ସ୍ତରରେ ପିଲାମାନଙ୍କ ମଧ୍ୟରେ ଭଲ ପ୍ରଦର୍ଶନ କରିବା ପାଇଁ ଆଗ୍ରହ ବଢ଼ିବ। ନଚେତ ସେମାନଙ୍କ ପାଇଁ ଆଗକୁ ରାସ୍ତା ବନ୍ଦ ହୋଇଯିବାର ସମ୍ଭାବନା ଚେତାବନୀ ରହିବ। ସରକାର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ଉକ୍ତ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଏହି ଫାଇନାଲରେ ଚାମ୍ପିୟନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ...

ଟସ୍‌ ଜିତିଲା ଭାରତ, ବୋଲିଂ ନିଷ୍ପତ୍ତି…

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଲଣ୍ଡନର କେନିଂଟନ୍‌ ଓଭାଲରେ ଖେଳାଯାଉଥିବା ଏହି ଏକ...

ରାଗରେ ଅମ୍ପାୟରଙ୍କ ରୁମ୍‌ରେ ପଶିଯାଇଥିଲେ କୋହଲି, ଜାଣନ୍ତୁ କାହିଁକି

ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ।...

୧୭ ବର୍ଷର ରେକର୍ଡ ଭାଙ୍ଗିଲେ ଅକ୍ଷର ପଟେଲ

ପୋର୍ଟ ଅଫ୍‌ ସ୍ପେନ୍‌,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ସ୍ପିନର ଅକ୍ଷର ପଟେଲ ମାତ୍ର ୩୫ ବଲରୁ ଅପରାଜିତ ୬୪ ରନ୍‌ ସ୍କୋର କରି...

ଡବ୍ଲ୍ୟୁଟିସି ଫାଇନାଲରେ ଅଷ୍ଟ୍ରେଲିଆ

ଇନ୍ଦୋର, ୪।୩ (ପି.ଟି.): ଭାରତ-ଅଷ୍ଟ୍ରେଲିଆ ତୃତୀୟ କ୍ରିକେଟ ଟେଷ୍ଟ ୨ ଦିନ ଏବଂ ୧୮.୫ ଓଭର ଖେଳରେ ଶେଷ ହୋଇଛି। ସ୍ପିନରଙ୍କ ପ୍ରାଧାନ୍ୟ ବିଶିଷ୍ଟ ଏହି...

କୋଭିଡ୍‌ ମାମଲାରେ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ ଆଇସିସି କମିଟି

ଦୁବାଇ, ୧୧ା୧୦: ଟି୨୦ ବିଶ୍ୱକପ୍‌ ବେଳେ କୌଣସି ଦଳ କୋଭିଡ୍‌ ମାମଲାରେ ପ୍ରଭାବିତ ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଗଠିତ କମିଟି ସମ୍ପୃକ୍ତ...

ସଫଳତା ପାଇଁ ରିଡ୍‌ଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ହକି ଦଳକୁ ଗୁରୁମନ୍ତ୍ର...

ଫିଫା କଂଗ୍ରେସରେ ଯୋଗଦେବେ ଅଭିଜିତ୍‌

ଭୁବନେଶ୍ୱର, ୧୩।୩ (କ୍ରୀଡ଼ା ପ୍ରତିନିଧି): ଫିଫା କଂଗ୍ରେସର ୭୩ତମ ସଂସ୍କରଣ ର୍ବାଣ୍ଡାର କିଗାଲିଠାରେ ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ...

Advertisement
Archives

Model This Week