Posted inଖେଳ

ଭାରତ ବିପକ୍ଷ ଇଂଲଣ୍ଡର ଘରୋଇ ଟେଷ୍ଟ ସିରିଜରେ ଦର୍ଶକ ସାମିଲ ହେବେ

ଲଣ୍ଡନ,୧୯।୧୧(ପି.ଟି.): ୨୦୨୧ରେ ଏକ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦର୍ଶକ ସାମିଲ ହେବାର ଯଥେଷ୍ଟ ସମ୍ଭାବାନା ରହିଛି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏହି ଗସ୍ତ ପାଇଁ ସାମୟିକ କାର୍ଯ୍ୟସୂଚୀ ଜାରି କରିଛି। ଅଗଷ୍ଟ ଓ ସେପ୍ଟେମ୍ବରରେ ଏହି ସିରିଜର ମ୍ୟାଚ୍‌ଗୁଡିକ ଖେଳାଯିବ।
ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଇଂଲଣ୍ଡ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ରୁଦ୍ଧଦ୍ୱାରରେ ଆୟୋଜନ କରିଥିଲା। ଏହାପରେ ଅଷ୍ଟ୍ରେଲିଆ ଇଂଲଣ୍ଡ ଗସ୍ତ କରି ଏକ ସୀମିତ ଓଭର ସିରିଜ ଖେଳିଥିଲା। ସବୁ ସିରିଜ ସଫଳତାର ସହ ଆୟୋଜିତ ହୋଇଥିଲା। ଏବେ ଆଗାମୀ ସେସନରେ ଆୟୋଜନ ହେବାକୁ ଥିବା ସିରିଜରେ ଦର୍ଶକମାନଙ୍କୁ ସାମିଲ କରିବାକୁ ଇସିବି ପ୍ରୟାସ କରିବ। ତେବେ ଏହା କୋଭିଡ୍‌-୧୯ ସ୍ଥିତି ଉପରେ ନିର୍ଭର କରୁଛି ବୋଲି କୁହାଯାଇଛି।
ଆସନ୍ତା ବର୍ଷ ଭାରତ ବିପକ୍ଷରେ ଆମେ ଏକ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜନ କରିବାକୁ ଯାଉଛୁ। ଏଥିସହ ପୁରୁଷ ଓ ମହିଳା ଦଳ ପାଇଁ ସୀମିତ ଓଭର ସିରିଜ ଓ ଦୃଷ୍ଟିହୀନ ଦଳ ପାଇଁ ଏକ ଆଶେସ ସିରିଜ ଆୟୋଜନ କରିବୁ ବୋଲି ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟମ ହାରିସନ କହିଛନ୍ତି। ଏହି ସିରିଜଗୁଡକରେ ଦର୍ଶକମାନଙ୍କୁ ଷ୍ଟାଡିୟମରେ ସ୍ବାଗତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଏହା ପୂର୍ବରୁ ସ୍ବାସ୍ଥ୍ୟଜନିତ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ଭାରତ ବିପକ୍ଷ ୪ଟି ଟେଷ୍ଟ ମ୍ୟାଚ୍‌ ଟ୍ରେଣ୍ଟ ବ୍ରିଜ୍‌, ଲଡର୍‌ସ, ହେଡିଂଲେ, କିଆ ଓଭାଲ ଓ ଓଲ୍ଡ ଟ୍ରାଫୋର୍ଡରେ ଆୟୋଜନ ହେବ। ଅଗଷ୍ଟ ୪ରୁ ଆରମ୍ଭ ହୋଇ ଏହି ହାଇପ୍ରୋଫାଇଲ ସିରିଜ ସେପ୍ଟେମ୍ବର ୧୪ରେ ଶେଷ ହେବ। ଉଲ୍ଲେଖଥାଉ କି, ଏହା ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୨୦୧୮ରେ ଇଂଲଣ୍ଡ ଗସ୍ତ କରିଥିଲା ଓ ୧-୪ ବ୍ୟବଧାନରେ ଟେଷ୍ଟ ସିରିଜରେ ପରାସ୍ତ ହୋଇଥିଲା।

ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ କାର୍ଯ୍ୟସୂଚୀ

ତାରିଖ                        ମ୍ୟାଚ୍‌                       ଭେନ୍ୟୁ
ଅଗଷ୍ଟ ୪-୮                 ପ୍ରଥମ ଟେଷ୍ଟ                ଟ୍ରେଣ୍ଟ ବ୍ରିଜ୍‌
ଅଗଷ୍ଟ ୧୨-୧୬             ଦ୍ୱିତୀୟ ଟେଷ୍ଟ                ଲଡର୍‌ସ
ଅଗଷ୍ଟ ୨୫- ୨୯            ତୃତୀୟ ଟେଷ୍ଟ               ହେଡିଂଲି
ସେପ୍ଟେମ୍ବର ୨-୬                 ଚତୁର୍ଥ ଟେଷ୍ଟ                ଓଭାଲ
ସେପ୍ଟେମ୍ବର ୧୦-୧୪             ପଞ୍ଚମ ଟେଷ୍ଟ ଓଲ୍ଡ           ଟ୍ରାଫୋର୍ଡ


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri