ଟିକା ଅଭାବରୁ ସ୍ବତନ୍ତ୍ର ଟିକାକରଣ ବନ୍ଦ

ଭୁବନେଶ୍ୱର, ୩୧ା୫ (ବ୍ୟୁରୋ):ସ୍ବାସ୍ଥ୍ୟ ବିଭାଗ ଯେଉଁ ଆଶଙ୍କା କରୁଥିଲା ଶେଷରେ ସେୟା ହିଁ ହେବାକୁ ଯାଉଛି। ଟିକା ଅଭାବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଟିକାକରଣ ବାଧାପ୍ରାପ୍ତ ହୋଇଛି। ସୋମବାରଠାରୁ ରାଜଧାନୀର ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଚାଲିଥିବା କେବଳ ସ୍ବତନ୍ତ୍ର ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସହରରେ କରୋନା ସ୍ଥିତି ଜଟିଳ ରହିଥିବାବେଳେ ରାଜଧାନୀବାସୀଙ୍କ ପାଇଁ ଟିକା ଅଭାବ ଚିନ୍ତା ବଢ଼ାଇ ଦେଇଛି।
କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ କୋଭିଶିଲ୍ଡ ଟିକା ଦିଆଯାଉଥିବାବେଳେ କେବଳ ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଛି। ଉଭୟ ୧୮ରୁ ୪୪ ବର୍ଷ ଓ ୪୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଟିକାକରଣ ଜାରି ରହିଛି। ସହରର ବସ୍ତିବାସିନ୍ଦା ଓ ଅନ୍ୟମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଟିକାଦାନର ବ୍ୟବସ୍ଥା ହୋଇଥିଲା। ଟୋକନ୍‌ ବ୍ୟବସ୍ଥା କରି ବିଭିନ୍ନ କମ୍ୟୁନିଟି ସେଣ୍ଟର ଓ ଅନ୍ୟାନ୍ୟ ୧୭ଟି ସ୍ଥାନରେ ଟିକାକରଣ କରାଯାଉଥିଲା। ତେବେ ଟିକାର ଅଭାବ ଦେଖାଦେଇଥିବାରୁ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ପାଇଁ ଏହି ସ୍ବତନ୍ତ୍ର ଟିକାକରଣ ବନ୍ଦ ରହିବ। ରାଜ୍ୟରେ ଟିକାର ସେପରି ଅଭାବ ନାହିଁ ଓ ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବା ଲକ୍ଷ୍ୟ ରଖାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହୁଥିବାବେଳେ ଖୋଦ୍‌ ରାଜଧାନୀରେ ଏ ପରିସ୍ଥିତି ଅସନ୍ତୋଷ ସୃଷ୍ଟି କରୁଛି। ଟିକା ଅଭାବ ନେଇ ଗତ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କଙ୍କୁ ଏନେଇ ଚିଠି ଲେଖି ଅବଗତ କରିଥିଲେ। ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ କେନ୍ଦ୍ର ସରକାର ଦେଇଥିବା ବଳକା ଟିକାକୁ ୧୮ରୁ ୪୪ ଯୁବବର୍ଗଙ୍କ ପାଇଁ ବ୍ୟବହାର କରିବାକୁ ଅନୁମତି ଲୋଡ଼ିଥିଲେ। ହେଲେ କୌଣସି ଉତ୍ତର ନ ଆସିବାରୁ ଏବେ ଟିକା ଅଭାବ ପରିସ୍ଥିତି ଉପୁଜିଛି। ରବିବାର କେବଳ ସରକାରୀ ପିଏଚ୍‌ସିରେ ୧୮ରୁ ୪୪ ବୟସର ଲୋକଙ୍କ ପାଇଁ ଟିକାକରଣ ଚାଲିଥିବାବେଳେ ଅନ୍ୟ ସମସ୍ତ ସ୍ଥାନରେ ବନ୍ଦ ରହିଥିଲା। ପୂର୍ବରୁ ସ୍ଲଟ୍‌ ବୁକିଂ କରିଥିବା ଲୋକଙ୍କୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ କେବଳ ସରକାରୀ ପିଏଚ୍‌ସିଗୁଡିକରେ ଟିକା ଦେବା ପାଇଁ ଅନୁମତି ମିଳିଛି। ଟିକା ଅଭାବ ଥିବାରୁ ବର୍ତ୍ତମାନ ପାଇଁ ଏହି ବର୍ଗର ଲୋକଙ୍କ ପାଇଁ ସ୍ଲଟ୍‌ ବୁକିଂ ମଧ୍ୟ ବନ୍ଦ ରହିଛି। ଟିକା ଆସିବା ପରେ ପୁଣିଥରେ ସ୍ଲଟ୍‌ ବୁକିଂ ଆରମ୍ଭ ହେବା ସହ ପୂର୍ବପରି ବିଭିନ୍ନ ସ୍ଥାନରେ ଟିକାକରଣ କରାଯିବ ବୋଲି ବିଏମ୍‌ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର ସୂଚନା ଦେଇଛନ୍ତି। ତେବେ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଟିକାକରଣ ପ୍ରକ୍ରିୟା ପୂର୍ବ ଭଳି ଚାଲୁ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିତାଧିକାରୀ ବଛାନିଛାରେ ଗପଲତି ଅଭିଯୋଗ:ଆବାସ ଯୋଜନାରୁ ବଁଚିତ୍‌ ହକ୍‌ଦାର ହିତାଧିକାରୀ

ଲୋଇସିଂହା,୩।୮(ଡି.ଏନ୍‌.ଏ.): ୨୦୨୨ ତକ୍‌ ଦେଶର ସବୁ ମାଟି ଘର ପକାଘରରେ ପରିନତ କରବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଯୋର ଦେଇ କହୁଛନ୍‌। ଇଆଡ଼େ ନିହାତି...

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ: ଆଜି ୩୯୩ ପଜିଟିଭ୍‌ ଚିହ୍ନଟ, ୬ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା...

କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କେନ୍ଦ୍ରକୁ ୨ଟି ଚିଠି ଲେଖିଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁଙ୍କୁ ପାତ୍ର ଚିଠି...

୭ରୁ ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର,୫।୧(ବ୍ୟୁରୋ): ଭୁବନେଶ୍ବର ଏମ୍ସର ଓପିଡି ଆସନ୍ତା ୭ରୁ ଖୋଲିବ । କୋଭିଡ ସ୍ଥିତିରେ ସୁଧାର ଆସିବା ଦେଖି ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍ସ ପକ୍ଷରୁ ଓପିଡି...

ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୮ା୮(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କାହାର ନା କାହାର ଜୀବନ ନେଉଛି କରୋନା। ଗୁରୁବାର ଆଉ ଜଣଙ୍କ ଜୀବନ ନେଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୬

ଭୁବନେଶ୍ୱର,୭ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ହ୍ରାସ ପାଇଛି କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗୁନି। ସୋମବାର ଆଉ ୨୦ ଜଣଙ୍କ ଜୀବନ ନେଇଛି କରୋନା।...

ବାପ-ଝିଅଙ୍କୁ ଗୋଡେଇ ଗୋଡେଇ ହାଣିଲେ

ଭଦ୍ରକ ଅଫିସ, ୧୬।୭: ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ ଗୁରୁବାର ରାତିରେ ସାମାନ୍ୟ କଥାକୁ କେନ୍ଦ୍ରକରି ବାପ-ଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଥିରେ...

୮୦ ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା

ମାଲକାନଗିରି ଜିଲାର ୮୦ଟି ପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ଓ ଟେଲିଫୋନ ସେବା ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାରେ...

Advertisement
Archives

Model This Week