ଶିଶୁ ସାମ୍ବାଦିକଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ

ପାଟଣା,୧୩ା୧୧: ୟୁନିସେଫ୍‌, ଧରିତ୍ରୀ ଓ ପିକକ୍‌ ସଙ୍ଗଠନ ଆନୁକୂଲ୍ୟରେ ଶିଶୁ ସାମ୍ବାଦିକମାନଙ୍କ ପାଇଁ ଦୁଇଦିନିଆ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଟଣା ଥାନା ଅନ୍ତର୍ଗତ କପୁଣ୍ଡିସ୍ଥିତ ଜୀବନଜୀବିକା ତାଲିମ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହେଉଛି। ପିକକ୍‌ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଞ୍ଚଳର ୧୪ରୁ ୧୬ ବୟସର ୫୦ ଜଣ ବାଳିକା ବାଳକ ଯୋଗ ଦେଇ ଏହି ସ୍ବତନ୍ତ୍ର ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ତୃଣମୂଳ ସ୍ତରରେ ପ୍ରଶିକ୍ଷଣର ଉପକାରିତା ସମ୍ବନ୍ଧରେ ସୂଚନା ଦେଇଥିଲେ। ସଂଗଠନର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ପ୍ରଶିକ୍ଷଣ ଲବ୍ଧ ଜ୍ଞାନକୁ ଶିଶୁମାନେ କିପରି ସାମାଜିକ କ୍ଷେତ୍ରରେ ଉପଯୋଗ କରିବେ ସେନେଇ ଶିବିରାର୍ଥୀଙ୍କୁ ସୂଚନା ଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ୟୁନିସେଫ୍‌ ପରାମର୍ଶଦାତା ସି ଏଚ୍‌ ଶାନ୍ତାକାର ଓ ବରିଷ୍ଠ ସାମ୍ବାଦିକ ଶାରଦା ଲାହାଙ୍ଗିର ଶିଶୁମାନଙ୍କୁ ସାମ୍ବାଦିକତାର ରୂପରେଖ, ଖବର ଲିଖନ ଓ ଉପସ୍ଥାପନର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦେଇଥିଲେ। ସଙ୍ଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଶିଶୁ ସାମ୍ବାଦିକମାନେ ନିଜ ବିଦ୍ୟାଳୟ, ଗ୍ରାମ, ପଲ୍ଲୀସଭା ଓ ଗ୍ରାମସଭାରେ ନିଜର ତଥା ସାମୁହିକ ସମସ୍ୟା ଉପସ୍ଥାପନର ଦିଗ ଉପରେ ମତ ରଖିଥିଲେ। ଶିଶୁମାନଙ୍କ ବିଭିନ୍ନ ସମସ୍ୟା ଓ ନିରାକରଣ ଉପରେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ମୁହାଁମୁହିଁ ପ୍ରଶ୍ନ ଉତ୍ତରରେ ସାମିଲ ହୋଇଥିଲେ। ଗଣମାଧ୍ୟମରେ ଖବର କିପରି ଲେଖା ଯାଏ, କିପରି ପ୍ରକାଶ ହୁଏ ସେ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ପିକକ୍‌ ସଙ୍ଗଠନର ସମର କୁମାର ଦାସ, ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ,ଦ୍ରୌପଦୀ ବେଜ୍‌,ଓ ପୁରୁଷୋତ୍ତମ ମହାନ୍ତ ପ୍ରମୁଖ ଶିବିର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri