ଶିଶୁ ସାମ୍ବାଦିକଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ

ପାଟଣା,୧୩ା୧୧: ୟୁନିସେଫ୍‌, ଧରିତ୍ରୀ ଓ ପିକକ୍‌ ସଙ୍ଗଠନ ଆନୁକୂଲ୍ୟରେ ଶିଶୁ ସାମ୍ବାଦିକମାନଙ୍କ ପାଇଁ ଦୁଇଦିନିଆ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଟଣା ଥାନା ଅନ୍ତର୍ଗତ କପୁଣ୍ଡିସ୍ଥିତ ଜୀବନଜୀବିକା ତାଲିମ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହେଉଛି। ପିକକ୍‌ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଞ୍ଚଳର ୧୪ରୁ ୧୬ ବୟସର ୫୦ ଜଣ ବାଳିକା ବାଳକ ଯୋଗ ଦେଇ ଏହି ସ୍ବତନ୍ତ୍ର ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ତୃଣମୂଳ ସ୍ତରରେ ପ୍ରଶିକ୍ଷଣର ଉପକାରିତା ସମ୍ବନ୍ଧରେ ସୂଚନା ଦେଇଥିଲେ। ସଂଗଠନର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ପ୍ରଶିକ୍ଷଣ ଲବ୍ଧ ଜ୍ଞାନକୁ ଶିଶୁମାନେ କିପରି ସାମାଜିକ କ୍ଷେତ୍ରରେ ଉପଯୋଗ କରିବେ ସେନେଇ ଶିବିରାର୍ଥୀଙ୍କୁ ସୂଚନା ଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ୟୁନିସେଫ୍‌ ପରାମର୍ଶଦାତା ସି ଏଚ୍‌ ଶାନ୍ତାକାର ଓ ବରିଷ୍ଠ ସାମ୍ବାଦିକ ଶାରଦା ଲାହାଙ୍ଗିର ଶିଶୁମାନଙ୍କୁ ସାମ୍ବାଦିକତାର ରୂପରେଖ, ଖବର ଲିଖନ ଓ ଉପସ୍ଥାପନର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦେଇଥିଲେ। ସଙ୍ଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଶିଶୁ ସାମ୍ବାଦିକମାନେ ନିଜ ବିଦ୍ୟାଳୟ, ଗ୍ରାମ, ପଲ୍ଲୀସଭା ଓ ଗ୍ରାମସଭାରେ ନିଜର ତଥା ସାମୁହିକ ସମସ୍ୟା ଉପସ୍ଥାପନର ଦିଗ ଉପରେ ମତ ରଖିଥିଲେ। ଶିଶୁମାନଙ୍କ ବିଭିନ୍ନ ସମସ୍ୟା ଓ ନିରାକରଣ ଉପରେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ମୁହାଁମୁହିଁ ପ୍ରଶ୍ନ ଉତ୍ତରରେ ସାମିଲ ହୋଇଥିଲେ। ଗଣମାଧ୍ୟମରେ ଖବର କିପରି ଲେଖା ଯାଏ, କିପରି ପ୍ରକାଶ ହୁଏ ସେ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ପିକକ୍‌ ସଙ୍ଗଠନର ସମର କୁମାର ଦାସ, ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ,ଦ୍ରୌପଦୀ ବେଜ୍‌,ଓ ପୁରୁଷୋତ୍ତମ ମହାନ୍ତ ପ୍ରମୁଖ ଶିବିର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri