Posted inଫୁରସତ

ଅନେକରେ ଏକ ମଞ୍ଜୁବାଳା

ଜଣେ ସୁ-ଚିକିତ୍ସିକା ଭାବରେ ଯେମିତି ସେ ସମସ୍ତଙ୍କର ଆଦରଣୀୟା, ଜଣେ ପ୍ରତିଷ୍ଠିତ ଲେଖିବା ଭାବରେ ସେମିତି ସମସ୍ତଙ୍କର ପ୍ରିୟ। ହେଲେ ଏବେ ବି ସେ ଝୁରି ହୁଅନ୍ତି ତାଙ୍କ ପ୍ରଥମ ପ୍ରେମ ଅଭିନୟକୁ। ଇଏ ହେଲେ ଡା. ମଞ୍ଜୁବାଳା ପଣ୍ଡା; ଯାହାଙ୍କ ଭିତରେ ଏକାଧାରରେ ରହିଛି ସେବା ମନବୃତ୍ତି ଓ ଦରଦୀ ହୃଦୟ ସହ ଖିଆଲି ମନଟିଏ…

ସେ ଜୀବନ ଜିଇବାରେ ବିଶ୍ୱାସ ରଖନ୍ତି। ତାଙ୍କ ପାଇଁ ଜୀବନ କେବଳ ଗୋଟେ ଯାତ୍ରା। କ’ଣ ହରାଇଛନ୍ତି ବା କ’ଣ ପାଇଛନ୍ତି ଏ ହିସାବ ସେ କେବେ ରଖି ନାହାନ୍ତି। ଜୀବନ ତାଙ୍କୁ ଯେଉଁଭଳି ଭାବରେ ବାଟ କଢ଼େଇଛି ସେମିତି ସେ ଜିଇଁ ଚାଲିଛନ୍ତି। ଜଣେ ସୁ-ଚିକିତ୍ସିକା ଭାବରେ ଯେମିତି ସେ ସମସ୍ତଙ୍କର ଆଦରଣୀୟା, ଜଣେ ପ୍ରତିଷ୍ଠିତ ଲେଖିକା ଭାବରେ ସେମିତି ସମସ୍ତଙ୍କର ପ୍ରିୟ। ହେଲେ ଏବେ ବି ସେ ଝୁରି ହୁଅନ୍ତି ତାଙ୍କ ପ୍ରଥମ ପ୍ରେମ ଅଭିନୟକୁ। ଇଏ ହେଲେ ଡା. ମଞ୍ଜୁବାଳା ପଣ୍ଡା; ଯାହାଙ୍କ ଭିତରେ ଏକାଧାରରେ ରହିଛି ସେବା ମନୋବୃତ୍ତି ଓ ଦରଦୀ ହୃଦୟ ସହ ଖିଆଲି ମନଟିଏ।

ନିଜର ଅଧିକାଂଶ କର୍ମକ୍ଷେତ୍ରରେ ଲୋକଙ୍କ ଝିଅ, ଭଉଣୀ ଓ ମା’ର ପରିଚୟରେ ପରିଚିତ ମଞ୍ଜୁବାଳାଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନାଞ୍ଚଳ ମଞ୍ଜୁଷାରେ। ବାପା ସ୍ବର୍ଗତ ପଞ୍ଚାନନ ପଣ୍ଡା ଥିଲେ ହାଇସ୍କୁଲ୍‌ରେ ସଂସ୍କୃତ ପଣ୍ଡିତ ଓ ମା’ ସ୍ବର୍ଗତା ସାବିତ୍ରୀ ଦେବୀ ଥିଲେ ଗୃହିଣୀ। ଆଉ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ପଞ୍ଚମ ଶ୍ରେଣୀ। ହେଲେ ସେ ଥିଲେ ପ୍ରକୃତରେ ଖୁବ୍‌ ଜ୍ଞାନୀ। କାରଣ ମଞ୍ଜୁବାଳା କୁହନ୍ତି, ଆଜି ସେ ଯାହା କିଛି ସଂସ୍କାର ଓ ସଫଳତା ପାଇଛନ୍ତି ତା’ର ଶ୍ରେୟ ସେ ତାଙ୍କ ମା’ଙ୍କୁ ହିଁ ଦେବେ। ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ବଢ଼ିଥିବା ମଞ୍ଜୁବାଳାଙ୍କର ତିନି ଭାଇ ଓ ତିନି ଭଉଣୀ। ବଡ଼ ଭାଇ ଖୁବ୍‌ କମ୍‌ ବୟସରୁ ରାଉରକେଲାରେ ଚାକିରି କରୁଥିଲେ। ସେଠାରେ ପି ପି ପର୍ଯ୍ୟନ୍ତ ପଢି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ପଢ଼ିବା ପରେ ସ୍ବାସ୍ଥ୍ୟ ବିଭାଗରେ ଚାକିରି କରନ୍ତି। ପ୍ରଥମେ ବଲାଙ୍ଗୀର ତା’ପରେ ବରଗଡ଼ ଓ ତା’ପରେ ପୁଣି ବଲାଙ୍ଗୀରରେ ଏପିଡୋମିଲୋଜିଷ୍ଟ ଭାବରେ କାମ କରି ୨୦୧୩ରେ ଏ.ଡି.ଏମ୍‌.ଓ. ଭାବରେ ଅବସର ନିଅନ୍ତି। ତା’ପରେ ପୁଣି ଚୁକ୍ତି ଭିତ୍ତିରେ ଆଉ ଥରେ ଜଏନ୍‌ କରନ୍ତି। ଏହି ସମୟରେ ସେ କରୋନା ଦାୟିତ୍ୱରେ ରୁହନ୍ତି ଓ କରୋନା ଯୁଦ୍ଧ ଲଢୁଲଢୁ ନିଜେ କରୋନା ସଂକ୍ରମଣର ଶିକାର ହୁଅନ୍ତି। ଗୁରୁତର ହୋଇ ବି ଶେଷରେ କରୋନାକୁ ହରାନ୍ତି। ତେବେ ଶାରୀରିକ ଦୁର୍ବଳତା କାରଣରୁ ୨୦୨୦ ଅକ୍ଟୋବରରେ ସେ ଅବସର ନିଅନ୍ତି। ତେବେ ଡାକ୍ତରୀ ପେସାରେ ରହି ରୋଗୀ ସେବାରେ ଆତ୍ମତୃପ୍ତି ପାଉଥିବା ମଞ୍ଜୁବାଳାଙ୍କର କିନ୍ତୁ ଆରମ୍ଭରୁ ଡାକ୍ତର ହେବାରେ ଆଦୌ ଆଗ୍ରହ ନ ଥିଲା। ଶିକ୍ଷକତା ଓ ସାହିତ୍ୟ ପ୍ରତି ଥିଲା ତାଙ୍କର ଖୁବ୍‌ ଦୁର୍ବଳତା। ସେ ଯେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲେ ତାଙ୍କଠାରୁ ସାନ ସାନ ପିଲାଙ୍କୁ ଡାକି ପାଠ ପଢ଼ାଉଥିଲେ। ତାଙ୍କ ଭିତରେ ଏହି ଧାରଣା ସବୁବେଳେ ରହି ଆସିଥିଲା, ଗୋଟେ ଦେଶ ପାଇଁ ଗୋଟେ ଜାତି ପାଇଁ ଶିକ୍ଷା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେ ଯାହା କିଛି ପଢ଼ିଛନ୍ତି ଯାହା କିଛି ଶିଖିଛନ୍ତି ତାକୁ ସେ ଅନ୍ୟମାନଙ୍କୁ ଶିକ୍ଷାଦେବେ। ହେଲେ ବିଧିରବିଧାନ ଥିଲା ଅଲଗା। ଯେହେତୁ ସେ ଭଲ ପଢୁଥିଲେ ତାଙ୍କୁ ବିଜ୍ଞାନ ପଢ଼ିବାକୁ କୁହାଗଲା। ତା’ପରେ ମେଡିକାଲ୍‌ ଏଣ୍ଟ୍ରାନ୍ସ ଦେଲେ ଆଉ ଏଥିରେ ସଫଳତା ପାଇବା ପରେ ଡାକ୍ତର ହେବା ହିଁ ସୁନିଶ୍ଚିତ ହୋଇଗଲା। ଅବଶ୍ୟ ଏହି କ୍ଷେତ୍ରକୁ ଆସିବା ପରେ ସେ ଅନୁଭବ କଲେ ପ୍ରକୃତରେ ତାଙ୍କୁ ଭଗବାନ ସୁଯୋଗ ଦେଇଛନ୍ତି ଲୋକଙ୍କ ପାଇଁ କିଛି କରିବା ଲାଗି। ମଞ୍ଜୁବାଳା କୁହନ୍ତି, ‘ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର, ଏହି କଥାର ମର୍ମ ମୁଁ ଅନୁଭବ କରିଥିଲି ଯେ, ପ୍ରକୃତରେ ଜଣେ ଡାକ୍ତର ଚାହିଁଲେ ଏହି କଥାକୁ ସତ ପ୍ରମାଣିତ କରିପାରିବ। ବଲାଙ୍ଗୀର ନିକଟସ୍ଥ ତୁଷୁରାରେ ଯେତେବେଳେ ଥିଲି ଦିନକୁ ତିନି ଶହ ରୋଗୀ। ମୁଁ ରୋଗୀ ସେବାରେ ବ୍ୟସ୍ତ ଥିବାବେଳେ ସେଠାକାର ଲୋକ ମୋ ପିଲାଙ୍କ ଦାୟିତ୍ୱ ମୋ ଘର ଦାୟିତ୍ୱ ନେଇଯାଆନ୍ତି। ମୋ ପିଲାମାନେ କେମିତି ସେମାନଙ୍କ ପାଖେ ବଡ଼ ହୋଇଗଲେ ମୁଁ ଜାଣିପାରିଲିନି। ମୁଁ ସେଠାକୁ ଯିବାର ଛଅ ମାସ ପରେ ସ୍ବାମୀ ଡା. ନିର୍ମଳ ଚନ୍ଦ୍ର ନାୟକ ବି ସେଠାକୁ ବଦଳି ହୋଇଗଲେ। ସେ ସର୍ଜରି ବିଭାଗରେ ଥିବାରୁ ତାଙ୍କୁ ବି ସମୟ ନ ଥାଏ। ହେଲେ ସେଠାକାର ଲୋକଙ୍କର ମୁଁ ପୂରା ଝିଅ ହୋଇଯାଇଥାଏ। ଏହାଠାରୁ ସୁନ୍ଦର ଅନୁଭବ ଆଉ କ’ଣ ହୋଇପାରେ।’

ସତରେ ସେ ଏମିତି ଜଣେ ଡାକ୍ତର ଯାହାଙ୍କୁ ଯେକୌଣସି ମୁହୂର୍ତ୍ତରେ ଫୋନ କରିହେବ, ଲୋଡ଼ି ହେବ, ହସନ୍ତ ମୁହଁରେ ସେ ଥାଆନ୍ତି ସଦା ପ୍ରସ୍ତୁତ। ମାଆର ପଣତ ଭଳି ତାଙ୍କ ବିଶ୍ୱାସ ପୋଛି ପକାଏ ରୋଗୀର ମାନସିକ ଚାପକୁ। ଗାଁକୁ ଗାଁ ବୁଲି ଲୋକଙ୍କୁ କୁଶିକ୍ଷା ଓ ଅନ୍ଧବିଶ୍ୱାସର ଅନ୍ଧାରରୁ ବାହାର କରି ଆଲୋକ ଦେଖେଇବାକୁ ଯତ୍‌ପରୋନାସ୍ତି ଚେଷ୍ଟା କରି ଆସୁଛନ୍ତି । ଯୌଥ ପରିବାରକୁ ଖୁବ୍‌ ବେଶୀ ଭଲ ପାଉଥିବା ମଞ୍ଜୁବାଳାଙ୍କ ସଂସାରରେ ଏବେ ତିନି ପୁଅ, ଝିଅ ପରି ତିନି ବୋହୁ ଓ ତିନି ନାତିନାତୁଣୀ। ସ୍ବାମୀଙ୍କ ଅବର୍ତ୍ତମାନରେ ଏବେ ସେ ଚିକିତ୍ସା, ସାହିତ୍ୟ ଏବଂ ଜନସଚେତନତାକୁ ନେଇ ବ୍ୟସ୍ତ। ସ୍କୁଲ ଓ କଲେଜରେ ଆୟୋଜିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗଦେବା ସହ ରୋଗୀମାନଙ୍କୁ ଫୋନ ଯୋଗେ ଚିକିତ୍ସାର ମାର୍ଗ ଦେଖାଉଛନ୍ତି। ମାଆଟିଏ ଭଳି ନିଜ ଆଡ଼ୁ ଫୋନ କରି ଭଲ ମନ୍ଦ ବୁଝନ୍ତି। ସାଧାରଣତଃ ଡାକ୍ତରଟିଏ ଅପହଞ୍ଚ ହୋଇ ଯାଉଥିଲାବେଳେ ତାଙ୍କୁ ଜାଣିଥିବା, ଚିହ୍ନଥିବା ସବୁ ସାଧାରଣ ମଣିଷଙ୍କ ପାଇଁ ମଞ୍ଜୁବାଳା କିନ୍ତୁ ରହିଥାନ୍ତି ହାତପାଆନ୍ତାରେ। ଚିକିତ୍ସା କ୍ଷେତ୍ରକୁ ବାଦ୍‌ ଦେଲେ ମଞ୍ଜୁବାଳାଙ୍କ ମନ କିନ୍ତୁ ରହିଯାଇଥିଲା ସାହିତ୍ୟ ଓ ଅଭିନୟରେ। ଅଭିନୟକୁ ନିଜର ପ୍ରଥମ ପ୍ରେମ ବୋଲି କହୁଥିବା ମଞ୍ଜୁବାଳା କଲେଜ ଜୀବନରେ ଅନେକ ନାଟକରେ ନାୟିକା ଭାବରେ ଅଭିନୟ କରି ସମସ୍ତଙ୍କ ମନ କିଣିଛନ୍ତି। ଏପରି କି ଚଳଚ୍ଚିତ୍ରର ନାୟିକା ପାଇଁ ସୁଯୋଗ ବି ଆସିଛି। ହେଲେ ସେ ଗ୍ରହଣ କରିପାରି ନାହାନ୍ତି; ଯେଉଁଥିପାଇଁ ଏବେ ବି ମନରେ କେଉଁଠି ନା କେଉଁଠି ଅବସୋସ ରହିଯାଇଛି। ତାଙ୍କର ଅନେକ ଗୀତ କବିତା ଇରା ମହାନ୍ତି, ଶୈଳଭାମା, ମମତା, ବୁବୁ ଉଦ୍ଗାତା, ବବ୍ଲୁ ଜୈନ ଆଦିଙ୍କ କଣ୍ଠରେ ଶ୍ରୋତାଙ୍କ ମନ ଜିଣିଛି। ଆଉ ସାହିତ୍ୟ କଥା କହିଲେ ଖୁବ୍‌ ଛୋଟବେଳୁ ଯେମିତି ଗପ, ଉପନ୍ୟାସ ପଢ଼ିବାର ଝୁଙ୍କ୍‌ ଥିଲା ସେମିତି ଥିଲା କବିତା ଲେଖିବାର। କିନ୍ତୁ ପାଠପଢ଼ାର ଚାପ ଭିତରେ ସେ ଲେଖାଲେଖି ପ୍ରତି ସେତେବେଳେ ବେଶି ସମୟ ଦେଇପାରି ନ ଥିଲେ। ବାହାଘର ପରେ ବି ପାରିବାରିକ ଜଞ୍ଜାଳ ତାଙ୍କୁ ଲେଖାଲେଖିଠାରୁ ଦୂରେଇ ଦେଇଥିଲା। ଚାକିରି ସମୟରେ ଜନସ୍ବାସ୍ଥ୍ୟ ବିଭାଗରେ ପି.ଜି. କଲାବେଳେ ସେ ବହୁତଥର ବିଦେଶ ଯାଆନ୍ତି। ସେଠାରୁ ଫେରିବା ପରେ ସେଠାକାର ଅନୁଭୂତି ଓ ଚିକିତ୍ସା ସମୟର ବିଭିନ୍ନ ଅନୁଭୂତିକୁ ପିଲାମାନଙ୍କୁ କୁ୍‌ହନ୍ତି। ଦିନେ ତାଙ୍କ ସାନ ପୁଅ କହିଲେ, ଯାହା ତମେ ଆମକୁ କହୁଛ ଏସବୁକୁ ଲେଖ। ଅନ୍ୟମାନଙ୍କ ପାଇଁ ଏହା ନିହାତି ଜାଣିବା ଦରକାର। ଆଉ ଏହିଠାରୁ ପୁଣି ଆରମ୍ଭ ହେଲା ତାଙ୍କର ଲେଖାଲେଖିର ଧାରା। ପ୍ରକାଶ ପାଇଲା ପ୍ରଥମ ଗଳ୍ପ ସଂକଳନ ‘ସାଉଁଟା କଥା’, ଯାହାର ପାଠକୀୟ ସ୍ବୀକୃତି ବେଶ୍‌ ଆଚମ୍ବିତ କରିଦେବା ଭଳି ଥିଲା। ତା’ପରଠାରୁ ଲେଖିବାର ଧାରା ଜାରି ରହିଲା। ଜଣେ କବି କଥାକାର ହିସାବରେ ଓଡ଼ିଶା ସାହିତ୍ୟକୁ ସେ ଭେଟି ଦେଲେ ଅନ୍ତଃସ୍ବର, ବିଶ୍ୱରୂପା, ମଧୁମଗ୍ନା, ସାଉଁଟା କଥା, ମୁଗ୍ଧମନ୍ତ୍ର, ଗୀତ ଗଜରା, ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ ଆଦି ଅନେକ କବିତା ଓ ଗଳ୍ପ ସଂକଳନ। ତାଙ୍କ ଲେଖାରେ ସକାରାତ୍ମକ ଚିନ୍ତନ, ଆତ୍ମବିଶ୍ୱାସ, ଉଚ୍ଚାଙ୍ଗ ମୂଲ୍ୟବୋଧ, ପ୍ରେମ, ଦୁଃସ୍ଥିତି ସହ ଲଢ଼େଇ ଓ ସାଲିସ ଫୁଟି ଦିଶେ। ଲୋକପ୍ରିୟ କଥାକାର ହିସାବରେ ମଞ୍ଜୁବାଳାଙ୍କର ପରିଚୟ ମଧ୍ୟ ସ୍ବତନ୍ତ୍ର। ତାଙ୍କର ନିଆରା ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ନ୍ଧିତ।

-ରୋଜାଲିନ୍‌ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?